www.samajalive.in
Monday, December 8, 2025
20.1 C
Bhubaneswar

୫ଲକ୍ଷ ଭୂମିହୀନଙ୍କୁ ମିଳିବ ‘କାଳିଆ’

-ରାଜ୍ୟ ହସ୍ତଶିଳ୍ପ ନୀତି-୨୦୧୯କୁ ମଞ୍ଜୁରି
-୨୨୨୩ ଗ୍ରାମକୁ ହେବ ପାଇପ ଜଳ ଯୋଗାଣ ବ୍ୟବସ୍ଥା
-୨୫ ହସ୍ପିଟାଲ ପ୍ରତିଷ୍ଠା ପାଇଁ ସବ୍‌ ଲିଜରେ ମିଳିବ ଜମି
-ପ୍ରସୂତିଙ୍କୁ ହସ୍ପିଟାଲରୁ ଫେରିବା ପାଇଁ ମିଳିବ ଖର୍ଚ୍ଚ

ଭୁବନେଶ୍ୱର : ଚାଷ କାର୍ଯ୍ୟରେ ସହାୟତା ଓ ଚାଷୀଙ୍କ ରୋଜଗାର ବୃଦ୍ଧି ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ‘କାଳିଆ’ ଯୋଜନାରୁ କୌଣସି ଯୋଗ୍ୟ ହିତାଧିକାରୀ ବାଦ ପଡ଼ିବେ ନାହିଁ। ଯୋଜନାର ଅବଧି ମଧ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯିବ। ଏହାବ୍ୟତୀତ ଚଳିତ ଆର୍ଥିକବର୍ଷରେ ‘ଭୂମିହୀନ ଚାଷୀ ପରିବାରଙ୍କୁ ଜୀବନ ଜୀବିକା ସହାୟତା’ ବ୍ୟବସ୍ଥାରେ ପରିବାର ସଂଖ୍ୟା ୧ଲକ୍ଷରୁ ୫ଲକ୍ଷକୁ ବଢ଼ାଯାଇଛି। ପ୍ରତି ପରିବାରକୁ ୧୨,୫୦୦ଟଙ୍କା ଦେବାକୁ ଥିବାବେଳେ ଏଥିରେ ସଂଶୋଧନ କରାଯାଇ ପ୍ରଥମ ପର୍ଯ୍ୟାୟରେ ସେମାନଙ୍କୁ ୫ହଜାର ଟଙ୍କା ଲେଖାଏଁ ଦିଆଯିବ। ବଳକା ସହାୟତା ରାଶି ସେମାନଙ୍କୁ ଦୁଇଟି କିସ୍ତିରେ ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି।
କ୍ୟାବିନେଟରେ ହସ୍ତଶିଳ୍ପର ବିକାଶ ଓ ହସ୍ତଶିଳ୍ପ କାରିଗରଙ୍କ ଆୟ ବୃଦ୍ଧି ନିମନ୍ତେ ରାଜ୍ୟ ହସ୍ତଶିଳ୍ପ ନୀତି-୨୦୧୯, ସଚିବାଳୟ ଡାଟା ଏଣ୍ଟ୍ରି ଅପରେଟରଙ୍କ ମନୋନୟନ ଓ ଚାକିରି ସର୍ତ୍ତାବଳୀ, ଏସିଆନ ସ୍କୁଲ ଅଫ ବିଜିନେସ ମ୍ୟାନେଜମେଣ୍ଟକୁ ଉନ୍ନତି କରି ଏକକ ବେସରକାରୀ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯିବା ପ୍ରସ୍ତାବ ଉପରେ ମୋହର ଲାଗିଛି।
ଜାମୁଝଡ଼ି-ବାସୁଦେବପୁର-ଧାମରା ରାସ୍ତାର ପ୍ରଶସ୍ତୀକରଣ, ଭଦ୍ରକ, କେନ୍ଦୁଝର, ଅନୁଗୋଳ, ଖୋର୍ଦ୍ଧା, ଢ଼େଙ୍କାନାଳ, ମୟୂରଭଞ୍ଜ ଜିଲାର ୨୨୨୩ଟି ଗ୍ରାମକୁ ପାଇପ ଜଳ ଯୋଗାଣ ବ୍ୟବସ୍ଥା, ପିପିପି ବ୍ୟବସ୍ଥାରେ ରାଜ୍ୟର ୨୫ଟି ସ୍ଥାନରେ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଜମି ଯେଗାଣ, ଆଶାକର୍ମୀଙ୍କ ସହାୟତା ବୃଦ୍ଧି ପାଇଁ ବ୍ୟୟବରାଦ ୫୧୭କୋଟିକୁ ବୃଦ୍ଧି, ଶିଶୁ ଓ ମାତୃ ମୃତ୍ୟୁହାର ସମ୍ପୂର୍ଣ୍ଣ ହ୍ରାସ ପାଇଁ ସନ୍ତାନ ପ୍ରସବ ପରେ ହସ୍ପିଟାଲରୁ ଫେରିବା ପାଇଁ ୫୦୦ଟଙ୍କା ଗାଡ଼ି ଭଡା ସମେତ ବାଇକ ଆମ୍ବୁଲାନ୍ସ ବ୍ୟବସ୍ଥା ବାବଦରେ ୩୯୮ କୋଟି ଟଙ୍କାର ବ୍ୟୟ ବରାଦକୁ ଅନୁମୋଦନ ମିଳିଛି। ଏଥିସହ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରୁ ମେଡିକାଲ କ​‌ଲେଜ ପର୍ଯ୍ୟନ୍ତ ମାଗଣାରେ ବିଭିନ୍ନ ପରୀକ୍ଷା ଓ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ବାବଦରେ ବଜେଟରେ ୭୫୭.୫୦ କୋଟି ବ୍ୟବସ୍ଥା କରାଯିବା ଆଦି ୧୬ଟି ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି ମିଳିଛି।
କ୍ୟାବିନେଟ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଥିଲେ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories