www.samajalive.in
Monday, December 8, 2025
20.1 C
Bhubaneswar

ବାଣିଜ୍ୟ ସୁରକ୍ଷା ପାଇଁ ଭାରତର ସହଯୋଗ ଲୋଡିଲା ଚୀନ

ନୂଆଦିଲ୍ଲୀ : ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଆମେରିକାର ଏକଚାଟିଆ କାରବାର ରୋକିବାକୁ ଚୀନ ଏବେ ଭାରତର ସହଯୋଗ ଲୋଡିଛି। ବୁଧବାର ନୂଆଦିଲ୍ଲୀସ୍ଥିତ ଚୀନ ଦୂତାବାସ ମୁଖପାତ୍ର ଜି ରୋଙ୍ଗ କହିଛନ୍ତି ଯେ ଭାରତ ଓ ଚୀନ ବିଶ୍ୱର ଦୁଇ ପ୍ରମୁଖ ବିକାଶଶୀଳ ରାଷ୍ଟ୍ର। ବିଶ୍ୱ ବଜାରର ଅର୍ଦ୍ଧାଧିକ ଏହି ଦୁଇଦେଶ ପାଖରେ ରହିଥିବାବେଳେ ଆମେରିକା ଆଧିପତ୍ୟ ବିସ୍ତାର କରିବା ଠିକ୍‍ ନୁହେଁ। ତେଣୁ ଆମେରିକାର ଆଧିପତ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଦୁଇଦେଶ ମିଳିତ ଭାବେ କାମ କରିବା ଦରକାର। ଆମେରିକା ସହିତ ଚୀନର ବାଣିଜ୍ୟିକ ଯୁଦ୍ଧ ଲାଗି ରହିଥିବାବେଳେ ଏହା ଭାରତର ସହଯୋଗ ଲୋଡିଛି। ଆମେରିକା ସହିତ ଭାରତର ମଧ୍ୟ ବାଣିଜ୍ୟିକ ତିକ୍ତତା ରହିଛି; ମାତ୍ର ନୂଆଦିଲ୍ଲୀ ଏ କ୍ଷେତ୍ରରେ ଅନ୍ୟ କୌଣସି ଦେଶର ସହଯୋଗ ଲୋଡି ନାହିଁ। ନିକଟରେ ଆମେରିକା ସରକାର ଚୀନରୁ ଆମଦାନୀ ସାମଗ୍ରୀ ଉପରେ ୨୦୦ ବିଲିୟନ ଡଲାରର ଟିକସ ଧାର୍ଯ୍ୟ କରିଛନ୍ତି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories