www.samajalive.in
Saturday, December 6, 2025
16.1 C
Bhubaneswar

ଭିସୁଟ୍ ଛାତ୍ରଙ୍କୁ କରୋନା ଘଟଣା: ଆଗ ପଜିଟିଭ୍ ପରେ ନେଗେଟିଭ୍

ସମ୍ବଲପୁର: ସମ୍ବଲପୁର ଜିଲାର ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‍ ଟେକ୍ନୋଲୋଜି(ଭିସୁଟ୍‍)ରେ ୨୫ ଜଣ ଛାତ୍ରଙ୍କ କରୋନା ରିପୋର୍ଟ ପଜିଟିଭ୍‍ ନୁହେଁ। ଆର୍‍ଟି-ପିସିଆର ଟେଷ୍ଟରେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‍। ପରୀକ୍ଷା କରାଯାଇଥିବା କିଟ୍‍ ଖରାପ ଥିବାରୁ ରିପୋର୍ଟ ପଜିଟିଭ୍‍ ଆସିଥିଲା ବୋଲି ଆଜି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।

ସୂଚନାଯୋଗ୍ୟ, ଫେବୃୟାରୀ ୨୭ ତାରିଖରେ ବୁର୍ଲା ଭିସୁଟର ୨୫ ଜଣ ଛାତ୍ର ଆଣ୍ଟିଜେନ୍ ଟେଷ୍ଟରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଥିଲା। ସେମାନଙ୍କ ମଧ୍ୟରୁ ୨୬ ତାରିଖରେ ୨୪ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ପରଦିନ ଅନ୍ୟ ଜଣେ ଚିହ୍ନଟ ହୋଇଥିଲେ। କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲାପ୍ରଶାସନର ତତ୍ପରତା ଦେଖାଇଥିଲା। ହଷ୍ଟେଲ ଯାଇ ଜିଲ୍ଲାପାଳ ଓ ପିଡି ଡିଆରଡିଏ ସ୍ଥିତି ପରଖିଥିଲେ। ଚିହ୍ନଟ ଛାତ୍ରଙ୍କ କଣ୍ଟାକ୍ଟ ଟ୍ରେସିଂ ମଧ୍ୟ କରାଯାଇଥିଲା। କିନ୍ତୁ ଆଜି ଆର୍‍ଟି-ପିସିଆର ଟେଷ୍ଟରେ ସେମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଛି।

- Advertisement -

 

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories