www.samajalive.in
Monday, December 8, 2025
20.1 C
Bhubaneswar

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ଏବଂ ନ୍ୟୁଜିଲାଣ୍ଡ ଗସ୍ତରୁ ବୁମରାଙ୍କୁ ବିଶ୍ରାମ

ସିଡନୀ :  ଭାରତ- ଅଷ୍ଟ୍ରେଲିଆ ଟେଷ୍ଟ ସିରିଜରେ ଭାରତର ବିଜୟରେ ପ୍ରମୁଖ ଭୁମିକା ଗ୍ରହଣ କରିଥିବା ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ଅଷ୍ଟ୍ରେଲିଆ ବିରୁଦ୍ଧରେ ଦିନିକିଆ ସିରିଜ ଏବଂ ପରେ ନ୍ୟୁଜିଲାଣ୍ଡ ଗସ୍ତରୁ ବାଦ୍ ଦିଆଯାଇଛି। ବୋଲରଙ୍କ ଉପରେ ଚାପକୁ ଧ୍ୟାନରେ ରଖି ତାଙ୍କୁ ଅଷ୍ଟ୍ରେଲିଆ ବିରୁଦ୍ଧରେ ଘରୋଇ ସିରିଜ ପୂର୍ବରୁ ପର୍ଯ୍ୟାପ୍ତ ବିଶ୍ରାମ ଦେବାକୁ ନିଷ୍ପତି ନିଆଯାଇଛି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।

       

- Advertisement -

ତେବେ ବୁମରାଙ୍କ ବଦଳରେ ମହମ୍ମଦ ସିରାଜଙ୍କୁ ଦଳରେ ସାମିଲ କରାଯାଇଛି । ସେହିପରି ପଞ୍ଜାବର ପେସ୍ ବୋଲର ସିଦ୍ଧାର୍ଥ କୌଲଙ୍କୁ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ତିନି ମ୍ୟାଚ ବିଶିଷ୍ଟ ୨୦-୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି । ବର୍ଷକ ତଳେ ଟେଷ୍ଟ ମ୍ୟାଚରେ ପଦାର୍ପଣ କରିଥିବା ବୁମରା ଏବେ ମାତ୍ର ତିନୋଟି ଯାକ ଫର୍ମାଟରେ ଭାରତୀୟ ଦଳ ପାଇଁ  ମୁଖ୍ୟ ବୋଲର ସାଜିଛନ୍ତି । ବୁମରାଙ୍କ ସମେତ ମହମ୍ମଦ ସାମୀ, ଉମେଶ ଯାଦବ, ଭୁବନେଶ୍ୱର କୁମାର ଏବଂ ଇଶାନ୍ତ ଶର୍ମା ଭାରତୀୟ ବୋଲିଂର ପ୍ରମୁଖ କର୍ଣ୍ଣଧାର ପାଲଟିଛନ୍ତି।

ଶନିବାରଠାରୁ  ଅଷ୍ଟ୍ରେଲିଆ ବିରୁଦ୍ଧରେ ଭାରତ ତିନୋଟି ଏକ ଦିବସୀୟ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ। ଆସନ୍ତ ୧୨ ତାରିଖ  ଶନିବାର ସିଡନୀରେ ପ୍ରଥମ ମ୍ୟାଚ ଖେଳାଯିବ । ପରେ ଜାନୁଆରୀ ୨୩ରୁ ଭାରତୀୟ ଦଳ ନ୍ୟୁଜଲାଣ୍ଡ ଗସ୍ତରେ ୫ଟି ଏକ ଦିବସୀୟ ମ୍ୟାଚ ଏବଂ ତିନୋଟି  ଟ୍ବୋଣ୍ଟି-୨୦ମ୍ୟାଚର ସିରିଜ ଖେଳିବ ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories