www.samajalive.in
Monday, December 8, 2025
24.1 C
Bhubaneswar

ବଜେଟ୍ ସ୍ବଚ୍ଛତାରେ ତୃତୀୟ ସ୍ଥାନରେ ଓଡ଼ିଶା: ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ରିପୋର୍ଟ

ଭୁବନେଶ୍ବର: ଦେଶରେ ବଜେଟ୍ ସ୍ବଚ୍ଛତା ହାସଲରେ ଓଡ଼ିଶାକୁ ମିଳିଛି ତୃତୀୟ ସ୍ଥାନ। ବଜେଟ୍ ସ୍ବଚ୍ଛତା ଅର୍ଥାତ୍‌ ବଜେଟ୍‌ ପ୍ରସ୍ତୁତି ପ୍ରକ୍ରିୟା । ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ବାର୍ଷିକ ସଂସ୍କରଣ ରିପୋର୍ଟରେ ଓଡ଼ିଶାକୁ ବଜେଟ୍ ସ୍ବଚ୍ଛତା ଏହି ରାଙ୍କିଙ୍ଗ୍‌ ମିଳିଛି। ବଜେଟ୍ ସ୍ବଚ୍ଛତାରେ ଦେଶରେ ଆସାମ ଶୀର୍ଷରେ ରହିଥିବାବେଳେ ଆନ୍ଧ୍ରପ୍ରଦେଶ ଦ୍ବିତୀୟ ସ୍ଥାନରେ ରହିଛି । ଏଥିରେ ଓଡ଼ିଶାକୁ ୬୬ ପଏଣ୍ଟ ମିଳିଥିବାବେଳେ ଆନ୍ଧ୍ରପ୍ରଦେଶକୁ ୬୭ ଏବଂ ଆସାମକୁ ୭୦ ପଏଣ୍ଟ ମିଳିଛି । ଚତୁର୍ଥ ସ୍ଥାନରେ ରହି ଝାଡଖଣ୍ଡ ୬୦ ଏବଂ ବିହାର ୫୯ ପଏଣ୍ଟ ହାସଲ କରିଛି । ମୁଖ୍ୟ ଶାସନ ସଚିବ ଅସୀତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜ୍ୟକୁ ବଜେଟ୍ ସ୍ବଚ୍ଛତା କ୍ଷେତ୍ରରେ ମିଳିଥିବା ଏହି ସଫଳତା ସମ୍ପର୍କରେ ସୂଚନା ଦିଆଯାଇଥିଲା। ଶ୍ରୀ ତ୍ରିପାଠୀ ବୈଠକରେ ଅର୍ଥ ବିଭାଗ ପକ୍ଷରୁ ବେଜଟ୍‌ ପ୍ରସ୍ତୁତି, ଆର୍ଥିକ ପରିଚାଳନା ଏବଂ ଆର୍ଥିକ ନିୟାମକ କ୍ଷେତ୍ରରେ ଗ୍ରହଣ କରାଯାଇତିବା ସଂସ୍କାର କାର୍ୟ୍ୟକ୍ରମକୁ ପ୍ରଶଂସା କରିଥିଲେ । କୃଷି, ପଶୁପାଳନ, ମାଛ ଚାଷ ସହ ରାଜସ୍ବ, ଘରୋଇ ଉତ୍ପାଦନ, ବ୍ୟାଙ୍କ ଋଣ, ନିଯୁକ୍ତି ଆଦି ମାନକ ନେଇ ଅର୍ଥନୈତିକ ଗତି ଅନୁଧ୍ୟାନ ନିମନ୍ତେ ଏକ ସମନ୍ବିତ ଏକକ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ବିଭାଗକୁ ନିର୍ଦେଶ ଦେଇଥିଲେ। ବୈଠକରେ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା ଏଭଳି ମାନ୍ୟତା ପ୍ରଦାନ ପାଇଁ ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲକୁ ପ୍ରଶଂସା କରିଥିଲେ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories