www.samajalive.in
Monday, December 8, 2025
20.1 C
Bhubaneswar

ବଜେଟ ଚିଠା ପ୍ରସ୍ତାବକୁ ମୋହର

ଭୁବନେଶ୍ୱର: ଆସନ୍ତା ୪ତାରିଖରେ ବସୁଛି ଚଳିତ ବିଧାନସଭାର ଶେଷ ଅଧିବେଶନ। ଅଧିବେଶନ କାଳରେ ଆସନ୍ତା ୭ ତାରିଖରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଗୃହରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ରାଜ୍ୟ ସରକାର ଆଗାମୀ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ପ୍ରସ୍ତୁତ କରିଛନ୍ତି। ମାତ୍ର ଆଗକୁ ନିର୍ବାଚନ ଥିବାରୁ ଆଗାମୀ ବଜେଟ ଅଧିବେଶନରେ ପୂର୍ଣ୍ଣାଙ୍ଗ ବଜେଟ ପରିବର୍ତ୍ତେ କାମଚଳା ବଜେଟ(ଲେଖାନୁଦାନ) ଉପସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ବଜେଟ ଅଧିବେଶନ ପୂର୍ବରୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ବଜେଟ ଚିଠା ପ୍ରସ୍ତାବ ଅନୁମୋଦନ ମିଳିଛି।
ଆସନ୍ତା ଆର୍ଥିକବର୍ଷ ପାଇଁ ଏକ ପୂର୍ଣ୍ଣକାଳୀନ ବଜେଟ ପରିକଳ୍ପନା କରାଯାଇଛି। ଆସନ୍ତା ଆର୍ଥିକ ବର୍ଷ ଲାଗି ସରକାର ପ୍ରାୟ ୧.୩୨ଲକ୍ଷ କୋଟି ଟଙ୍କାର ଏକ ବଜେଟ୍ ପ୍ରସ୍ତୁତ କରିଛନ୍ତି, ଯାହା ଗତ ଆର୍ଥିକ ବର୍ଷର ସାଧାରଣ ବଜେଟ ତୁଳନାରେ ପ୍ରାୟ ୧୦ପ୍ରତିଶତ ଅଧିକ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ତେବେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବା ପୂର୍ବରୁ ଆଗାମୀ ୪ମାସ ପାଇଁ ଲେଖାନୁଦାନ
ଆକାରରେ ପ୍ରାୟ ୪୪ ହଜାର କୋଟିର ବ୍ୟୟବରାଦ ଗୃହରେ ଆଗତ କରାଯିବାର ସମ୍ଭାବନା ରହିଛି।
ଆଗାମୀ ବଜେଟରେ ସ୍ବାସ୍ଥ୍ୟ, କୃଷି, ମହିଳା ଓ ଶିଶୁ କଲ୍ୟାଣ ଭଳି କେତେକ ଗୁରୁତ୍ବପୂର୍ଣ୍ଣ ବିଭାଗ‌ ପାଇଁ ବ୍ୟୟବରାଦ ବୃଦ୍ଧି କରାଯାଇଛି। କୃଷି ଏବଂ କୃଷକଙ୍କ ଉନ୍ନତି ଲାଗି କାଳିଆ ଯୋଜନାରେ ସ୍ବତନ୍ତ୍ର ବ୍ୟୟବରାଦ ସହିତ ସ୍ବାସ୍ଥ୍ୟବିଭାଗରେ କେତେକ ନୂତନ ଯୋଜନାରେ ବ୍ୟୟବରାଦ ସାଙ୍ଗକୁ ନିରାମୟ, ନିଦାନ ଏବଂ ଓଏସଟିଏଫ୍ ଭଳି ପ୍ରାୟ ୧୫ଟି ଯୋଜନା ପାଇଁ ଅର୍ଥବରାଦ କରାଯାଇଛି। ସେହିପରି ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ ଆଇସିଡିଏସ କାର୍ଯ୍ୟକ୍ରମରେ ଅଧିକ ସ୍ବଚ୍ଛତା ଆଣିବାପାଇଁ ଅନେକ ନୂଆ ଯୋଜନା ହାତକୁ ନିଆଯାଇଥିବାବେଳେ ଆଗାମୀ ଦିନରେ ମୋବାଇଲ ଆପ୍ ବ୍ୟବସ୍ଥା ଆପଣାଇବାକୁ ବିଭାଗ ଲକ୍ଷ୍ୟ ରଖିଛି। ଏହାବାଦ୍ ଶିକ୍ଷା, ଦକ୍ଷତା ବିକାଶ, ପଞ୍ଚାୟତିରାଜ, ଜଳସମ୍ପଦ ବିଭାଗରେ ବ୍ୟୟବରାଦ ବଢ଼ାଇବାକୁ ପ୍ରସ୍ତାବ ରହିଥିବା ଜଣାଯାଇଛି।
ବୈଠକରେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା, ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପଞ୍ଚାୟତିରାଜ ଓ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି, ସମବାୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ଅନ୍ୟାନ୍ୟ ବିଭାଗର ମନ୍ତ୍ରୀ ଉପସ୍ଥିତ ଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories