www.samajalive.in
Monday, December 8, 2025
17.1 C
Bhubaneswar

ନିର୍ବନ୍ଧ ଦିନ ଆଖି ବୁଜିଲେ ବାପା, ବିବାହ ପୂର୍ବରୁ ଚାଲିଗଲା ଭାଇ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ଗ୍ରାମର ବାସିନ୍ଦା ତଥା ଅବସରପ୍ରାପ୍ତ ଆରକ୍ଷୀ ସହକାରୀ ଉପନିରିକ୍ଷକ ଦୁଃଖବନ୍ଧୁ ମିଶ୍ରଙ୍କ ଏକ ମାତ୍ର ଝିଅ ମାମାର ନିର୍ବନ୍ଧ ହେବାକୁ ଥିବା ଦିନ ୨୦୨୦ ଡିସେମ୍ବର ୨୭ରେ ଦୁଖବନ୍ଧୁ ମିଶ୍ରଙ୍କର ହୃଦଘାତରେ ପରଲୋକ ଘଟିବାରୁ ଝିଅର ନିର୍ବନ୍ଧ ହୋଇ ପାରି ନ ଥିଲା। ଭଉଣୀ ବାହାଘର କରାଇବାକୁ ସ୍ବର୍ଗତ ଦୁଃଖବନ୍ଧୁଙ୍କ ଏକ ମାତ୍ର ପୁତ୍ର ତାରିଣୀ ପ୍ରସନ୍ନ ମିଶ୍ର ଚଳିତ ମାସ ୫ ତାରିଖକୁ ଦିନଧାର୍ୟ୍ୟ କରିଥିଲେ। କରୋନା କଟକଣାକୁ ଆଖି ଆଗରେ ରଖି ଚମ୍ପୁଆର ଏକ ବିଶ୍ରାମାଗାରରେ ମାମାର ବିବାହ ହେଇଥାନ୍ତା। ରାଜନଗରରୁ ଝିଅ ପକ୍ଷ ଓ ସଢେଇକଳା ଅଞ୍ଚଳରୁ ବର ପକ୍ଷ ଆସିଥାନ୍ତେ। ହେଲେ ଦଇବର ବିଧାନ ଅନ୍ୟ କିଛି ଥିଲା।

ଭଉଣୀ ବିବାହର ଦୁଇ ଦିନ ପୂର୍ବରୁ ଭାଇ ତାରିଣୀ ପ୍ରସନ୍ନ କରୋନା ସଂକ୍ରମିତ ଥିବାରୁ କଟକର ଏକ ଘରୋଇ ନର୍ସିଂ ହୋମରେ ୩ ତାରିଖରୁ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ। ଏକ ମାତ୍ର ମୂରବୀ ଭାଇର ଅନୁପସ୍ଥିତି କାରଣରୁ ଏଥର ମଧ୍ୟ ବିବାହ ବନ୍ଦ ରହିଥିଲା। ଏଭଳି ସ୍ଥିତିରେ ଗତ ୮ ତାରିଖ ରାତି ଚିକିତ୍ସାଧୀନ ଅବସ୍ଥାରେ ତାରିଣୀ ପ୍ରସନ୍ନଙ୍କର ପରଲୋକ ଘଟିଥିଲା । କୋଭିଡ୍ କଟକଣା ମାନି ସତୀଚଉରାରେ ତାଙ୍କର ସଂସ୍କାର କରାଯାଇଛି। ଅନ୍ୟ ପକ୍ଷରେ ଭଉଣୀ ମାମା ମଧ୍ୟ କରୋନା ସଂକ୍ରମିତ ହୋଇ କେନ୍ଦୁଝର କରୋନା ଯତ୍ନ କେନ୍ଦ୍ରରେ ରବିବାର ଠାରୁ ଭର୍ତି ହୋଇଛନ୍ତି। ପରଲୋକଗତ ତାରିଣୀ ପ୍ରସନ୍ନଙ୍କ ବିଧବା ପତ୍ନୀ ଓ ଏକ ମାତ୍ର ଶିଶୁ ପୁତ୍ରଙ୍କ ସହ ବିଧବା ମାତାଙ୍କ ଉପରେ ଦୁଃଖର ପାହାଡ଼ ଓଜାଡ଼ି ହୋଇପଡିଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories