କରୋନା ସଂକ୍ରମଣ ପାଇଁ ଫାଇନାଲ୍‌ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇବାକୁ ବିପିୟୁଟି ଛାତ୍ରଛାତ୍ରୀଙ୍କ ଦାବି

ଭୁବନେଶ୍ୱର: ଆମର ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ଦରକାର। ଡେଥ୍‌ ସାର୍ଟିଫିକେଟ୍‌ ନୁହେଁ।  ବିପିୟୁଟି ଫାଇନାଲ୍‌ ସେମିଷ୍ଟର ପରୀକ୍ଷା ବାତିଲ କରାଯାଉ ବୋଲି ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି) ଛାତ୍ରଛାତ୍ରୀ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜୁନ୍‌ ମାସ ଗୁରୁତ୍ବପୂର୍ଣ୍ଣ ଏବଂ ଗୋଟିଏ ମାସ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ତେବେ ବିପିୟୁଟି କର୍ତ୍ତୃପକ୍ଷ ଫାଇନାଲ୍‌ ସେମିଷ୍ଟର କାର୍ଯ୍ୟସୂଚୀ ପ୍ରକାଶ କରିବା ନେଇ ବହୁ ଛାତ୍ରଛାତ୍ରୀ ବିରୋଧ କରିଛନ୍ତି। ସେହିପରି ପରୀକ୍ଷା ଦେବାକୁ ଆସିବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ପିତାମାତା ଏକ ଅଣ୍ଡରଟେକିଂ ପ୍ରଦାନ କରିବାକୁ ବିପିୟୁଟି କର୍ତ୍ତୃପକ୍ଷ ନିର୍ଦେଶ ଜାରି କରିଛନ୍ତି। ଯାହାକୁ ବହୁ ଅଭିଭାବକ ବିରୋଧ କରିଛନ୍ତି।

prayash

ସେମାନେ କହିଛନ୍ତି ଯେ ସେମାନଙ୍କ ପୁଅଝିଅ କଲେଜକୁ ପରୀକ୍ଷା ଦେବାକୁ ଯାଇ ଘରକୁ କରୋନା ଆଣିବେ। ଏହା ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ରହିଛି। ଅପରପକ୍ଷରେ କଲେଜଗୁଡ଼ିକର ହଷ୍ଟେଲ୍‌ ମଧ୍ୟ ବନ୍ଦ ରହିଛି। ପିଲା ଗଲେ ରହିବେ କେଉଁଠି। ତେଣୁ ବିପିୟୁଟି କର୍ତ୍ତୃପକ୍ଷ ସେମାନଙ୍କ ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ। ସେହିପରି ରମାଦେବୀ ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ମଧ୍ୟ ଶେଷ ସେମିଷ୍ଟର ପରୀକ୍ଷା ବାତିଲ ନେଇ ଆନ୍ଦୋଳନ ଜାରି ରଖିଛନ୍ତି। ଛାତ୍ରୀମାନଙ୍କ ଜୀବନ ପ୍ରତି ବିପଦ ଥିବା ଏବଂ କରୋନା ଆକ୍ରାନ୍ତ ସମ୍ଭାବନା ଥିବାରୁ ସେମାନଙ୍କ ପରୀକ୍ଷା ଘୁଞ୍ଚାଇ ଦିଆଯାଉ କିମ୍ବା ଏହାର ଏକ ବିକଳ୍ପ ବ୍ୟବସ୍ଥା ଆଧାରରେ ଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।
ଜୁନ୍‌ ଶେଷ ସପ୍ତାହ କିମ୍ବା ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ଫାଇନାଲ୍‍ ସେମିଷ୍ଟାର ପରୀକ୍ଷା ଶେଷ କରିବା ସାଙ୍ଗକୁ ଜୁଲାଇ ୧୫ ତାରିଖ ସୁଦ୍ଧା ଫଳ ପ୍ରକାଶ ପାଇଁ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍‍) ଏବଂ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ(ବିପିୟୁଟି) କୁଳପତିଙ୍କୁ ନିର୍ଦେଶ ଦିଆଯାଇଛି। ବିଭାଗୀୟ ଯୁଗ୍ମ ସଚିବ ଡ.ଅଜୟ କୁମାର ନାୟକ ଏନେଇ ଏହି ଦୁଇ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖି ସୂଚନା ପ୍ରଦାନ କରିଛନ୍ତି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଚାହିଁଲେ ଫାଇନାଲ୍‍ ସେମିଷ୍ଟର ପରୀକ୍ଷା ଅନ୍‍ଲାଇନ୍‍ କିମ୍ବା ଅଫ୍‍ଲାଇନରେ ପରୀକ୍ଷା କରିପାରିବେ। ଅନ୍ୟ ସେମିଷ୍ଟର ପରୀକ୍ଷା ଜୁଲାଇରେ କରିପାରିବେ ବୋଲିଡ.ନାୟକ କହିଛନ୍ତି। ତେବେ ଏଥିପାଇଁ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟକୁ ଆସିବା ବାଧ୍ୟତାମୂଳକ ନୁହେଁ। ବରଂ ଛାତ୍ରଛାତ୍ରୀ ନିଜ ନିଜ ଜିଲାରେରହି ପରୀକ୍ଷା ଦେଇପାରିବେ।

kalyan agarbati

Comments are closed.