www.samajalive.in
Monday, December 8, 2025
17.1 C
Bhubaneswar

ଗ୍ରୀଷ୍ମ ଲହରୀର ମୁକାବିଲା କରିବା ପାଇଁ ଜିଲ୍ଲାସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ

ବୌଦ୍ଧ: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗ୍ରୀଷ୍ମ ଲହରୀର ମୁକାବିଲା ଶୀର୍ଷକ ଏକ ତାଲିମ ଶିବିର ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ତଥା ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନେ ଯୋଗ ଦେଇଥିଲେ । ଜିଲ୍ଲାପାଳଙ୍କ ସ୍ଵାଗତ ଭାଷଣ ପରେ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏଥିରେ ସାଧନ କର୍ମୀ ଭାବରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ତହସିଲଦାର, ବୌଦ୍ଧ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ବୌଦ୍ଧ ବ୍ଲକ ଶିକ୍ଷା ଅଧିକାରୀ, ହରଭଙ୍ଗା, ଜିଲ୍ଲା ପ୍ରକଳ୍ପ ଅଧିକାରୀ (ଓ.ଏସ.ଡି.ଏମ.ଏ.) ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ଜରୁରୀକାଳୀନ ଅଧିକାରୀ  ଅବନୀକାନ୍ତ ସାହୁ ପାଣିପାଗ ପରିବର୍ତ୍ତନ, ଗ୍ରୀଷ୍ମ ଲହରୀ ଉପରେ ଆଲୋଚନା କରିଥିଲେ ।

ଅବିନାଶ ପାଣ୍ଡିଆ, ତହସିଲଦାର, ବୌଦ୍ଧ ପ୍ରକୃତ ଭାବରେ ଅଧିକ ପ୍ରଭାବିତ ହେଉଥିବା ଲୋକଙ୍କୁ ଚିହ୍ନଟ ପ୍ରକ୍ରିୟା ଉପରେ ଆଲୋକପାତ କରିଥିଲେ ।   ପ୍ରଦୋଷ ମହାପାତ୍ର, ଜନ ସ୍ୱାସ୍ଥ୍ୟ ଅଧିକାରୀ, ବୌଦ୍ଧ ଗ୍ରୀଷ୍ମ ଲହରୀର ଲକ୍ଷଣ ଓ ଚିକିତ୍ସା ଉପରେ ବିଷଦ ଆଲୋଚନା କରିଥିଲେ ।  ଦେବରାଜ ପ୍ରଧାନ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଗ୍ରୀଷ୍ମ ଲହରୀ ସମୟରେ ପାଠପଢାର ସମୟ ନିର୍ଘଣ୍ଟ ତଥା ଶିକ୍ଷା ଅନୁଷ୍ଠାନର ଛାତ୍ର, ଛାତ୍ରୀ ମାନଙ୍କ ପାଇଁ ସୁବିଧା ସୁଯୋଗ ବିଷୟରେ ଆଲୋଚନା ଜାରି ରଖିଥିଲେ ।

- Advertisement -

ଅଶୋକ କୁମାର ରଥ (ଡି.ପି.ଓ.) ସମସ୍ତ ଅଧିକାରୀ ମାନଙ୍କର ଦାୟିତ୍ଵ ଓ କାର‌୍ୟ୍ୟସୂଚୀ ଉପରେ ଆଲୋଚନା କରିଥିଲେ । ସମସ୍ତ ଜିଲ୍ଲା ଅଧିକାରୀ ମାନେ ପ୍ରତ୍ୟକ୍ଷ ଭାବରେ ଆଲୋଚନାରେ ଅଂଶ ଗ୍ରହଣ କରି ସରକାରଙ୍କର ଏହି କାର୍ଯ୍ୟକ୍ରମ କିପରି ସଫଳ ହେବ ଓ ବୌଦ୍ଧରେ ଗ୍ରୀଷ୍ମ ଲହରୀକୁ ସଠିକ ଭାବରେ ମୁକାବିଲା କରିବା ପାଇଁ ସଂକଳ୍ପ ବଦ୍ଧ ହୋଇଥିଲା ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories