www.samajalive.in
Tuesday, December 9, 2025
15.1 C
Bhubaneswar

ଶାମୁକା ଭିତରେ ଦେବାଦେବୀଙ୍କ ମୂର୍ତ୍ତି !

ବୌଦ୍ଧ: ବୌଦ୍ଧ ସହରର ବାପୁଜୀନଗରସ୍ଥିତ ଏକ ପୋଖରୀରୁ ମିଳୁଥିବା ଶାମୁକା ମଧ୍ୟରୁ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ମିଳୁଥିବା ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ମୁତାବକ ବାପୁଜୀ ନଗରର କିଛି ଛୋଟପିଲା ଗ୍ରାମ ପୋଖରୀକୁ  ଶୌଚ ହେବାକୁ ଯାଇଥିବାବେଳେ ଉତ୍ସୁକତା ବଶତଃ ଜଣେ ପିଲା ପୋଖରୀରେ ପଡିଥିବା ଶାମୁକା ଉଠାଇ ଖୋଲିଥିଲେ । ଶାମୁକା ଭିତରେ ଗଣେଷଙ୍କ ପ୍ରତିକୃତି ଦେଖି ଏହି କଥା ଅନ୍ୟ ସାଙ୍ଗମାନଙ୍କୁ ଜଣାଇବାପରେ ସବୁ ସାଙ୍ଗ ମିଶି ପଡିଥିବା ଶାମୁକା ସବୁ ଉଠାଇ ଖୋଲିବାକୁ ଲାଗିଲେ ।

ଶାମୁକା ଗୁଡିକ ମଧ୍ୟରୁ ବିଭିନ୍ନ ଧର୍ମର ଚିହ୍ନ ସହିତ ବିଭିନ୍ନ ଦେବା ଦେବୀଙ୍କ ପ୍ରତିକୃତି ଥିବା ଦେଖିବାପରେ ଏହି ଖବର ଚାହୁଁ ଚାହୁଁ ସବୁଆଡେ ପ୍ରଚାରିତ ହୋଇଥିଲା । ଶାମୁକା ଭିତରୁ ଦେବା ଦେବୀଙ୍କ ପ୍ରତିକୃତି ମିଳୁଥିବା ସୂଚନା ପାଇ ବାପୁଜୀନଗର ବସ୍ତିବାସିନ୍ଦାଙ୍କ ସମେତ ଆଖ ପାଖ ଅଞ୍ଚଳରୁ ଲୋକମାନେ ଏହା ଦେଖିବାକୁ ଭିଡ ଜମାଇଥିଲେ । ତେବେ ଶାମୁକା ଭିତରୁ ଦେବା ଦେବୀଙ୍କ ପ୍ରତିକୃତି ମିଳିବା ଖବର ସାମାଜିକ ଗଣମାଧ୍ୟମରେ ମଧ୍ୟ ଖୁବ୍ ଭାଇରାଲ ହେବାସହିତ ଏହାକୁ ନେଇ ସାଧାରଣରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଅଛି । କେହି କେହି ଏହାକୁ କଳିଯୁଗର ଅବସାନ ବୋଲି ମଧ୍ୟ ମତପ୍ରକାଶ କରୁଛନ୍ତି । ତେବେ ସଂପୃକ୍ତ ପୋଖରୀକୁ ଖନନ କରାଯାଇ ଶାମୁକା ଭିତରୁ ଦେବା ଦେବୀଙ୍କ ପ୍ରତିକୃତି ମିଳିବାର ରହସ୍ୟ ଉନ୍ମୋଚନ କରିବାକୁ ସାଧାରଣରେ ମତପ୍ରକାଶ ପାଉଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories