www.samajalive.in
Tuesday, December 9, 2025
16.1 C
Bhubaneswar

ଟିକାକରଣକୁ ନେଇ ବିଜେଡି ବିରୋଧରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲା ବିଜେପି

ବୌଦ୍ଧ : ଗତକାଲି ବିଜେଡି ପକ୍ଷରୁ ଟିକାକରଣ କେନ୍ଦ୍ରଠାରେ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ବିଜେଡି ପକ୍ଷରୁ ଅସମ୍ମାନ ପ୍ରଦର୍ଶନ କରାଯାଇଥିବା ଅଭିଯୋଗ କରି ଆଜି ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଜିଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ନେତୃତ୍ୱରେ ଏହି ପ୍ରତିନିଧି ମଣ୍ଡଳୀ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ସାକ୍ଷାତ କରି କେନ୍ଦ୍ର ସରକାର ମାଗଣାରେ ଟିକା ଯୋଗାଇ ଦେଇଥିବାବେଳେ ଟିକାକରଣ କେନ୍ଦ୍ରରେ ଲଗାଯାଇଥିବା ପ୍ରଧାନମନ୍ତ୍ରୀଙ୍କ ଫଟୋ କାହିଁକି ହଟାଗଲା ବୋଲି ଅଭିଯୋଗ କରିଥିଲେ। ଜିଲାପାଳ ଶ୍ରୀମିଶ୍ର ବିଜେପିର ପ୍ରତିନଧିଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଏହି ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ୃତି ଦେଇଥିବା ବିଜେପି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସୂଚନା ଅନୁଯାୟୀ ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଫଟୋ ରହିବ ବୋଲି ନିଷ୍ପତି ହୋଇଥିବା ଜଣାଯାଇଛି।

 

- Advertisement -

ବିଜେପି ପକ୍ଷରୁ ଏହି ପ୍ରତିନିଧି ମଣ୍ଡଳୀରେ ବରିଷ୍ଠ ନେତୃବୃନ୍ଦ ପ୍ରେମାନନ୍ଦ ମିଶ୍ର,ମନୋରଂଜନ ଦାଶ,ତାପସ କୁମାର ପଟ୍ଟନାୟକ, ସତ୍ୟାନନ୍ଦ ପାଣ୍ଡେ,ସୁଶାନ୍ତ କୁମାର ବାଘ, ନମିତାରାଣୀ ଦାଶ, ଶ୍ୟାମସୁନ୍ଦର ପୁରୋହିତ, ଅଟଳ କୁମାର ପ୍ରଧାନ, ଅନିଲ କୁମାର ପ୍ରଧାନ, ଡମ୍ବରୁଧର କହଁର, ପଞ୍ଚମନ ଜଗଦଲା, ତ୍ରିବିକ୍ରମ ମହାକୁଡ, ନିରଞ୍ଜନ କର୍ଣ୍ଣ, ସିଦ୍ଧେଶ୍ୱର ପ୍ରଧାନ, ଧନଞ୍ଜୟ ମହାକୁଡ, ପ୍ରଜେଶ ରଣା ଓ ମନଭଞ୍ଜନ ସିଂହ ପ୍ରମୁଖ ସାମିଲ ହୋଇଥିବା ଜଣାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories