www.samajalive.in
Tuesday, December 9, 2025
16.1 C
Bhubaneswar

ସୀମା ବିବାଦ, ପ୍ରତିମାସରେ ସମୀକ୍ଷା କରିବେ ଜିଲାପାଳ ଓ ଏସପି

ଭୁବନେଶ୍ୱର: ପଡୋଶୀ ରାଜ୍ୟ ସହିତ ଓଡ଼ିଶାର ବିଭିନ୍ନ ଜିଲାରେ ଲାଗି ରହିଥିବା ସୀମା ବିବାଦର ସ୍ଥାୟୀ ସମାଧାନ ଲାଗି ବିଧାନସଭା ଗୃହ କମିଟି ଗୁରୁତ୍ବ ଦେଇଛି। ଏଣିକି ପ୍ରତି ମାସରେ ସଂପୃକ୍ତ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଅନ୍ତତପକ୍ଷେ ଥରେ ସୀମା ବିବାଦ ଥିବା ପ୍ରତି ପକ୍ଷ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ସହ ବୈଠକ କରି ଆଲୋଚନା କରିବେ। ଏ ସଂକ୍ରାନ୍ତରେ ଅଦ୍ୟାବଧି ସୀମାବିବାଦ ଲାଗି ରହିଥିବା ଜିଲାର ଜିଲାପାଳମାନେ କିପ୍ରକାର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ତା’ର ରିପୋର୍ଟ ରାଜସ୍ୱ ଆୟୁକ୍ତ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଦେବେ। ଅନୁରୂପ ଭାବେ ରାଜସ୍ବ ଆୟୁକ୍ତ ଏବଂ ମୁଖ୍ୟ ସଚିବ ଉକ୍ତ ରିପୋର୍ଟ ବିଧାନସଭା ଗୃହକମିଟିକୁ ଅବଗତ କରାଇବାକୁ ବିଧାନସଭା ଗୃହ କମିଟି ନିଷ୍ପତ୍ତି ନେଇଛି।

ମଙ୍ଗଳବାର ବିଧାନସଭା ଗୃହ କମିଟି ବୈଠକ ବିଧାନସଭା ନୂତନ ସମ୍ମିଳନୀ କକ୍ଷରେ ବାଚସ୍ପତି ଡ. ସୂର୍ୟ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ନିଷ୍ପତ୍ତି ଅନୁଯାୟୀ ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ଼ ପ୍ରଭୃତି ପଡ଼ୋଶୀ ରାଜ୍ୟ ସହ ଲାଗି ରହିଥିବା ସୀମା ବିବାଦ ଉ ପରେ ବିଶଦ ଆଲୋଚନା ହୋଇଥିଲା । ସୀମା ବିବାଦ ସଂପର୍କିତ ସୁପ୍ରିମକୋର୍ଟରେ ବକେୟା ଥିବା ମାମଲାର ବର୍ତ୍ତମାନ ସ୍ଥିତି ଉପରେ ବାଚସ୍ପତି ଡ. ପାତ୍ର ଜାଣିବାକୁ ଚାହିଁଥିଲେ ଏବଂ ପରବର୍ତ୍ତୀ ବୈଠକରେ ଏସଂକ୍ରାନ୍ତରେ ସବିଶେଷ ତଥ୍ୟ ଉପସ୍ଥାପନ କରିବାକୁ ନିର୍ଦେଶ ଦେଇଥିଲେ । ଏତଦ୍‌ବ୍ୟତୀତ ୨୦୧୯ ନଭେମ୍ବର ୭ରେ ଗୃହକମିଟି ବୈଠକରେ ଗୃହୀତ ହୋଇଥିବା ନିଷ୍ପତ୍ତିର ଅନୁପାଳନ ବିବରଣୀ ମଧ୍ୟ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ । ବାସ୍ତବ ସମସ୍ୟା ଉ ପରେ ଅବଗତ ହେବା ପାଇଁ ଗୃହ କମିଟି ସୀମା ବିବାଦ ଥିବା କୋଟିଆ ଗ୍ରାମ ପୁଞ୍ଜ ସହ ଅନ୍ୟାନ୍ୟ ଅଞ୍ଚଳ ଗସ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories