ପାଟକୁରା : କେନ୍ଦ୍ରାପଡା ଜିଲା ପାଟକୁରା ଥାନା ଅନ୍ତର୍ଗତ ପେଣ୍ଠ ଗ୍ରାମରୁ ୬ଟି ଅଫୁଟା ବୋମା ଜବତ କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୋମା ଗୁଡିକୁ ଜବତ କରିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା। ପୁଲିସ ବୋମା ଗୁଡିକ ଜବତ କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳେ ପାଟକୁରା ଅଞ୍ଚଳରେ ମାର୍ଶାଘାଇ ବ୍ଲକ ଆଖୁଆ-କଳପଡା ରାସ୍ତା କଡରେ ୬ଟି ବୋମା ପଡିଥିଲା। ଏହାକୁ ଦେଖି ଲୋକମାନେ ପୁଲିସକୁ ଖବର ଦେଇଥିଲେ। ତେବେ ସାମ୍ପ୍ରଦାୟିକ ବିଦ୍ଵେଷ ବୃଦ୍ଧି କରିବା ପାଇଁ କେହି ଏପରି କାଣ୍ଡ ଘଟାଇଥାଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି।



