www.samajalive.in
Monday, December 8, 2025
27.1 C
Bhubaneswar

ସାଇଡ୍‌ ଦେବାକୁ ନେଇ ସ୍କୁଲ ବସ୍‌ ଚାଳକକୁ ମାଡ଼

ବଲାଙ୍ଗିର: ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜ ଛକ ନିକଟ ରାସ୍ତାରେ ସାଇଡ୍‌ ଦେବାକୁ କେନ୍ଦ୍ର କରି ଏକ ଘରୋଇ ସ୍କୁଲ ବସ୍‌ ଚାଳକଙ୍କୁ ଆକ୍ରମଣ ହୋଇଥିବା ସହରାଞ୍ଚଳ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ପାଟଣାଗଡ଼ ରାସ୍ତାରେ ଥିବା ଏକ ଘରୋଇ ସ୍କୁଲ ବସ୍‌ ଛାତ୍ରଛାତ୍ରୀଙ୍କୁ ଛାଡ଼ି ଅପରାହ୍ଣ ପ୍ରାୟ ୨ଟାରେ ସ୍କୁଲକୁ ଫେରୁଥିଲା । ଉକ୍ତ ସମୟରେ ରାସ୍ତାରେ ସାଇଡ୍‌ ଦେବାକୁ କେନ୍ଦ୍ର କରି ଜଣେ କାର ଚାଳକ ଭୀମ ଭୋଇ ମେଡିକାଲ କଲେଜ ଛକ ନିକଟରେ ବସ୍‌ ଚାଳକଙ୍କୁ ଆକ୍ରମଣ କରିଥିଲେ । ପ୍ରଥମେ ବସ୍‌ ସାମ୍ନାରେ କାରକୁ ରଖି ବସକୁ ଅଟକାଇ ଥିଲେ । ବସ୍‌ ଚାଳକ ରବୀନ୍ଦ୍ର ସାହୁ(ଗୋପବନ୍ଧୁ ନଗରର ବାସିନ୍ଦା)ଙ୍କୁ ସାର୍ଟ କଲର ଧରି ବାହାରକୁ ଟାଣି ଆଣିଥିଲେ । ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ମୁଥ ପରେ ମୁଥ ମାରିଥିଲେ । ଏଥିରେ ବସ୍‌ ଚାଳକ ଶ୍ରୀ ସାହୁ ଆହତ ହୋଇ ସହରାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ । ସହରାଞ୍ଚଲ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories