www.samajalive.in
Monday, December 8, 2025
20.1 C
Bhubaneswar

ସୋମବାରଠୁ ଯୁବବର୍ଗଙ୍କୁ ବିନା ସ୍ଲଟ୍‌ରେ ଦ୍ବିତୀୟ ପାନ ଟିକା

ଭୁବନେଶ୍ବର: ପରବର୍ତ୍ତୀ ପର୍ଯ୍ୟାୟ ସିଧାସଳଖ କେନ୍ଦ୍ରରେ ଟିକାକରଣ(ୱାକ୍‌ ଇନ୍‌ ଭ୍ୟାକ୍ସିନେସନ) ବ୍ୟବସ୍ଥାର ସମୟ ନିର୍ଘଣ୍ଟ ହୋଇଛି। ୪୫ବର୍ଷରୁ ଊର୍ଦ୍ଧ୍ବ ବୟସର ଲୋକଙ୍କ ନିମନ୍ତେ ଏହି ବ୍ୟବସ୍ଥାରେ ଟିକାକରଣ ଚାଲୁ ରହିବାକୁ ଥିବା‌େ‌ବଳେ ଯୁବବର୍ଗ(୧୮-୪୪ ବର୍ଷ)ଙ୍କୁ ଏଥି‌େ‌ର ସାମିଲ କରାଯାଇଛି। ସୋମବାରଠାରୁ ଜୁଲାଇ ତିନି ତାରିଖ ପର୍ଯ୍ୟନ୍ତ ଏପରି ଟିକାକରଣ ଚାଲିବ। ତେବେ ଏହି ବ୍ୟବସ୍ଥାରେ କେବଳ ଦ୍ବିତୀୟ ପାନ ଟିକା ଦିଆଯିବ। ପୂର୍ବରୁ ଯେଉଁ କେନ୍ଦ୍ରରେ ପ୍ରଥମ ପାନ ଟିକା ନେଇଥିଲେ ସେମାନେ ଉକ୍ତ କେନ୍ଦ୍ରକୁ ଯାଇ ଦ୍ବିତୀୟ ପାନ ଟିକା ନେବେ। ବରିଷ୍ଠ ବର୍ଗରେ ୫ଟାରୁ ୬ଟା ପର୍ଯ୍ୟନ୍ତ ଏଭଳି ଟିକାକରଣ ଚାଲିବାକୁ ଥିବାବେ‌େ‌ଳ ଯୁବବର୍ଗରେ ୩ରୁ ୫ଟା ପର୍ଯ୍ୟନ୍ତ ଟିକାକରଣ ଚାଲିବ।
ବରିଷ୍ଠ ବର୍ଗର ନାଗରିକ ପ୍ରଥମ ପାନ ଟିକାର ୨୯ରୁ ୪୨ ଦିନ ଭିତରେ ଘଟଣାସ୍ଥଳରେ ପ୍ରଥମ ପାନ ଟିକାର ପ୍ରମାଣପତ୍ର ଦେଖାଇ ଦ୍ବିତୀୟ ପାନ ନେବେ। ତେବେ ଯୁବବର୍ଗର ଯେଉଁମାନେ ମେ ୩୧ କିମ୍ବା ଏହା ପୂର୍ବରୁ ପ୍ରଥମ ପାନ ନେଇଥିଲେ ସେମାନେ ୨୮ରେ ଦ୍ବିତୀୟ ପାନ ନେବେ। ସେହିପରି ଜୁନ୍‌ ୧ରେ ପ୍ରଥମ ପାନ ନେଇଥିବା ଲୋକ ଜୁନ‌୍‌ ୨୯ରେ, ଜୁନ୍‌ ୨ରେ ପ୍ରଥମ ପାନ ନେଇଥିବା ଲୋକ ଜୁନ୍‌ ୩୦ରେ , ଜୁନ୍‌ ୩ରେ ପ୍ରଥମ ପାନ ନେଇଥିବା ନାଗରିକ ଜୁଲାଇ ୧ରେ, ଜୁନ୍‌ ୪ ପ୍ରଥମ ପାନ ନେଇଥିବା ଲୋକ ଜୁଲାଇ ୨ ଏବଂ ଜୁନ୍‌ ୫ରେ ପ୍ରଥମ ପାନ ନେଇଥିବା ନାଗରିକ ଜୁଲାଇ ୩ରେ ଦ୍ବିତୀୟ ପାନ ନେଇପାରିବେ।

ବିଏମ୍‌ସି ଛଡ଼ା ଅନ୍ୟ ଅଞ୍ଚଳରେ ଟିକା ନେଇଥିଲେ ନିକଟସ୍ଥ ଯେକୌଣସି କେନ୍ଦ୍ରରେ ଦ୍ବିତୀୟ ପାନ ନେଇପାରିବେ। ତେବେ ପୂର୍ବରୁ ଯେଉଁମାନେ ଯାନରେ ପ୍ରଥମ ପାନ ଟିକା ନେଇଥିଲେ ସେମାନ ପୁଣି ଥରେ ସ୍ଲଟ୍‌ ବରାଦ କରିବାକୁ ପଡ଼ିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଯାତ୍ରୀ ନିବାସରେ ପ୍ରଥମ ପାନ ନେଇଥିବା ନାଗରିକ ବୁଦ୍ଧେଶ୍ବରୀ ଗୋଷ୍ଠୀ କେନ୍ଦ୍ର ଏବଂ ତେରାପନ୍ଥରେ ଟିକା ନେଇଥିବା ବ୍ୟକ୍ତି ୟୁନିଟ୍‌-୧ ବାଳିକା ଉଚ୍ଚବିଦ୍ୟାଳୟରେ ଦ୍ବିତୀୟ ପାନ ନେଇପାରିବେ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories