www.samajalive.in
Sunday, December 7, 2025
13.1 C
Bhubaneswar

ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୮୦ ପ୍ରତିଶତରୁ ଅଧିକ ଆକ୍ରାନ୍ତ ଲକ୍ଷଣହୀନ: ବିଏମ୍‌ସି କମିଶନର

ଭୁବନେଶ୍ବର: ଗତ କିଛି ଦିନ ହେବ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ଭୁବନେଶ୍ବରରେ କରୋନା ସ୍ଥିତି ନେଇ ବିଏମ୍‌ସି ପର୍ଯ୍ୟବେକ୍ଷକ ଅନୁ ଗର୍ଗ ଏବଂ ବିଏମ୍‌ସି କମିଶନର ପ୍ରେମ୍‌ଚାନ୍ଦ ଚୌଧୁରୀ ସୂଚନା ଦେଇଛନ୍ତି।
ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) କମିଶନର ପ୍ରେମ୍‌ଚାନ୍ଦ ଚୌଧୁରୀ କହିଛନ୍ତି ଯେ ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ ଅଧିକ ସଂକ୍ରମିତ ଅଛନ୍ତି। ବସ୍ତି ଅଞ୍ଚଳରୁ ଏବେ ୨୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅଣବସ୍ତି ଅଞ୍ଚଳରୁ ଏବେ ୬୫୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ପ୍ରତି ବସ୍ତିରେ ବସ୍ତି କମିଟି ହୋଇଛି। ମହିଷାଖାଲରୁ ବହୁ ସଂକ୍ରମିତ ଚିହ୍ନଟ ହେବା ପରେ ସେଠାରେ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ସେଠାରେ ଶିବିର କରି କୋଭିଡ୍‌ ପରୀକ୍ଷା କରାଯିବା ପରେ ୪୧ ପଜିଟିଭ୍ ମିଳିଲେ। ବିଏମ୍‌ସି ଅଞ୍ଚଳରେ ୮୦ ପ୍ରତିଶତରୁ ଅଧିକ ଆକ୍ରାନ୍ତ ଲକ୍ଷଣହୀନ ବୋଲି ଜଣାପଡ଼ିଛି।

ଭୁବନେଶ୍ବରରେ କରୋନା ସ୍ଥିତି ନେଇ ବିଏମ୍‌ସି ପର୍ଯ୍ୟବେକ୍ଷକ ଅନୁ ଗର୍ଗ କହିଛନ୍ତି ଯେ ରାଜଧାନୀରେ ଏବେ ଟେଷ୍ଟିଂ ଉପରେ ଗୁରୁତ୍ବ ଦେଉଛୁ। ଦିନକୁ ୧୪ଶହ ଟେଷ୍ଟ କରିବୁ। ସମସ୍ତ ୬୭ ୱାର୍ଡରେ ସଚେତକ ଟିମ୍‌ ଅଛନ୍ତି, ନିରନ୍ତର କାମ କରୁଛନ୍ତି। ବସ୍ତି ପାଇଁ ଆମର ନିର୍ଦିଷ୍ଟ ଷ୍ଟ୍ରାଟେଜି ଅଛି, ପ୍ରତି ବସ୍ତିରେ କମିଟି ରହିଛି। ଆକ୍ଟିଭ୍‌ ସର୍ଭେଲାନ୍ସ ଟିମ୍‌ ଯାଞ୍ଚ କରୁଛନ୍ତି, ଲକ୍ଷଣ ଥିବା ଲୋକ ଚିହ୍ନଟ ହେଉଛନ୍ତି। ୬ ଜାଗାରେ ୮୭୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର୍‌ ହୋମ୍‌ କରାଯାଇଛି। ଭୁବନେଶ୍ବରରେ ହୋମ୍‌ ଆଇସୋଲେସନ୍‌ ପାଇଁ ଅନୁମତି ଅଛି। ୧୦୨୫ ଶଯ୍ୟାର କୋଭିଡ୍‌ ହସ୍‌ପିଟାଲ୍, ୬୦ ଶଯ୍ୟାର ହେଲ୍‌ଥ ସେଣ୍ଟର ରହିଛି। ଏବେ ଭୁବନେଶ୍ବରରେ ୧୬୭ଜଣ ହୋମ୍‌ ଆଇସୋଲେସନ୍‌ରେ ଅଛନ୍ତି। ଭୁବନେଶ୍ବରରେ ଆଉ ୧୫ଶହ କୋଭିଡ୍‌ ଶଯ୍ୟା ବଢ଼ାଇବା ଯୋଜନା ରହିଛି। ଲକ୍‌ ଡାଉନ୍‌ ମାନନ୍ତୁ, ତାକୁ ପାଳନ କରନ୍ତୁ, ଭିଡ଼କୁ ଯାଆନ୍ତୁ ନାହିଁ। ନିକଟରେ ଏକ ଅଟାକଳରେ ବହୁ ପରିମାଣରେ ପଜିଟିଭ୍‌ ବାହାରିଛି। ଆଉ ଟିକେ ସତର୍କ ରହିବାକୁ ସବୁ ମିଲ୍‌ ମାଲିକମାନଙ୍କୁ କୁହାଯାଇଛି।

- Advertisement -

ଆଜି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରୁ ୧୧୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୬୨ଜଣ କ୍ବାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୪୯ଟି ସ୍ଥାନୀୟ ସଂକ୍ରମଣ ରହିଥିବା ନେଇ ଟୁଇଟ୍ କରି ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ। ଏହାକୁ ମିଶାଇ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୨୮ରେ ପହଞ୍ଚିଥିବା ବେଳେ ଆଜି ସୁସ୍ଥ ହୋଇଥିବା ୨୯ଜଣଙ୍କୁ ମିଶାଇ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୮୬୩ରେ ପହଞ୍ଚିଛି। ସମ୍ପ୍ରତି ୯୬୨ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ଏବଂ ୧୧ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଅଧିକ କଣ୍ଟାକ୍ଟ୍ ଟ୍ରେସିଙ୍ଗ୍ ଚାଲିଛି। ପ୍ରାଥମିକ କଣ୍ଟାକ୍ଟ୍ ଏବଂ ଆଖପାଖର ଘର, କ୍ବାରେଣ୍ଟିନକୁ ସାନିଟାଇଜ୍ କରାଯାଉଛି ବୋଲି କହିଛି ମହାନଗର ନିଗମ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories