www.samajalive.in
Monday, December 8, 2025
20.1 C
Bhubaneswar

ଓଡ଼ିଶା ମୋ ପରିବାର ପକ୍ଷରୁ ଢେଙ୍କିକୋଟରେ ବୃହତ ରକ୍ତଦାନ ଶିବିରକୁ ଉଦଘାଟନ କଲେ ପ୍ରଣବ ପ୍ରକାଶ ଦାସ

ପାଟଣା : ରବିବାର ଢେଙ୍କିକୋଟର ସତ୍ୟନାରାୟଣ ବିଦ୍ୟାପୀଠ ପରିସରରେ ଓଡ଼ିଶା ମୋ ପରିବାର ପକ୍ଷରୁ ଏକ ବୃହତ୍ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।  ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶିବିରକୁ ଜିଲା ପର୍ୟ୍ୟବେକ୍ଷକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଉଦଘାଟନ କରିବା ସହ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଛନ୍ତି। କାର୍ୟ୍ୟକ୍ରମରେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ପାଟଣା ବିଧାୟକ ଜଗନ୍ନାଥ ନାଏକ, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଜିଲ୍ଲାପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର, ଓଡ଼ିଶା ମୋ ପରିବାର ଜିଲା ସଂଯୋଜକ ପ୍ରଦୀପ କୁମାର ସାହୁ, ଯୁବ ବିଜେଡ଼ି ଜିଲା ଉପସଭାପତି ଏସ.କେ ଇମରାନ, ଜିଲା ପରିଷଦ ସଦସ୍ୟ ସୁମିତ୍ରା ମହାନ୍ତ, ଢେଙ୍କିକୋଟ ସରପଞ୍ଚ ଗୌରୀ ବାରିକ, ଜିଲା ଟ୍ରକ୍ ମାଲିକ ସଂଘର ଦେବୁ ପଟ୍ଟନାୟକ, ରାଜ୍ୟ ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଅଞ୍ଜନ କୁମାର ବେଜ, ସାମାଜିକ କର୍ମୀ କୃଷ୍ଣ ଚନ୍ଦ୍ର ବାରିକ ପ୍ରମୁଖ ଯୋଗ ଦେଇଥିବା ବେଳେ ଓଡ଼ିଶା ରକ୍ତ ଭଣ୍ଡାର କେନ୍ଦୁଝର ଜିଲା ଶାଖା ତରଫରୁ ଡାକ୍ତର ମମତା ମଢ଼ୁଆଳ, ଜନ ସଂପର୍କ ଅଧିକାରୀ ଅକ୍ଷୟ କୁମାର ସାହୁଙ୍କ ସହ ଗୌରୀଶଙ୍କର ମଲ୍ଲିକ, ଡ଼ ଦିପ୍ତିମୟୀ, ଅନୀଲ ପାତ୍ର, କବିତା ସେଠୀ, ଶଙ୍କର୍ଷଣ ନାୟକ ଓ ହେମରଞ୍ଜନ ମହାନ୍ତ ପ୍ରମୁଖ ରକ୍ତଦାତାଙ୍କଠାରୁ ମୋଟ ୧୮୮ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଯୁବ ନେତା ଦେବାଶିଷ ପାତ୍ର, ଯୁବ ବିଜେଡ଼ି ଜିଲା ଉପସଭାପତି ଏସକେ ଇମରାନ ଓ ତାଙ୍କ ସହଯୋଗୀ ଶିବିରର ଆୟୋଜନ କରିଥିଲେ। ଜିଲା ପର୍ୟ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଓ ପାଟଣା ବିଧାୟକ ଜଗନ୍ନାଥ ନାଏକ ଆଜି ନିଜ ଜନ୍ମଦିନ ରେ ରକ୍ତଦାତାଙ୍କୁ ଉତ୍ସାହିତ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା। ପର୍ୟ୍ୟବେକ୍ଷକ ଭାବେ ନିଯୁକ୍ତ ହେବା ପରେ ପ୍ରଥମ ଜିଲାଗସ୍ତ କ୍ରମ ଅବସରରେ ଜିଲା ବିଜେଡ଼ି ନେତୃବୃନ୍ଦ ପ୍ରଣବ ପ୍ରକାଶ ଦାସଙ୍କୁ ଏଠାରେ ଭବ୍ୟ ସ୍ଵାଗତ କରିଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories