www.samajalive.in
Monday, December 8, 2025
20.1 C
Bhubaneswar

ବିଜେଡ଼ି ମହିଳା ଶାଖାର କର୍ମକର୍ତ୍ତା ନିଯୁକ୍ତ ହେଲେ ୫ ପରାମର୍ଶଦାତା ଓ ୩ କାର୍ଯ୍ୟକାରୀ ସଭାପତି

ଭୁବନେଶ୍ବର: ବିଜୁ ମହିଳା ଜନତା ଦଳ(ବିଜେଡ଼ି)ର ରାଜ୍ୟସ୍ତରୀୟ କର୍ମକର୍ତ୍ତା ଓ ପଦାଧିକାରୀ ଘୋଷଣା କରାଯାଇଛି। ବିଜେଡି ମହିଳା ସଂଗଠନର ରାଜ୍ୟସ୍ତରୀୟ ପରାମର୍ଶଦାତା ତଥା ଉପଦେଷ୍ଟା ଭାବେ ୫ଜଣଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ୩ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଜଣେ ମହାସଚିବ ଓ କୋଷାଧ୍ୟକ୍ଷ ଭାବେ ମଧ୍ୟ ନିଯୁକ୍ତି ମିଳିଛି ବୋଲି ବିଜେଡ଼ି ପକ୍ଷରୁ ସୂଚନା ଦିଆଯାଇଛି।
ରାଜଶ୍ରୀ ମଲ୍ଲିକ, ମଞ୍ଜୁଲତା ମଣ୍ଡଳ, ରିତା ତରାଇ, ଲତିକା ପ୍ରଧାନ, ନନ୍ଦିନୀ ଦେବୀଙ୍କୁ ଉପଦେଷ୍ଟା ତଥା ପରାମର୍ଶଦାତା ଦାୟିତ୍ବ ଦିଆଯାଇଛି। ସେହିପରି ସୁବାସିନୀ ଜେନା, ସୁଲତା ଦେଓ, ନିବେଦିତା ମହାନ୍ତିଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। କସ୍ତୁରୀ ମହାପାତ୍ରଙ୍କୁ ମହାସଚିବ ଏବଂ ଜୟଶ୍ରୀ ଦାସ କୋଷାଧ୍ୟକ୍ଷ ଭାବେ ଦାୟିତ୍ବ ଦିଆଯାଇଛି। ୭ ଜୋନ ସଭାପତି, ୯ ବରିଷ୍ଠ ଉପସଭାପତି, ୨୭ ଉପସଭାପତି, ୩୫ ସାଧାରଣ ସମ୍ପାଦିକା, ୩୬ ସମ୍ପାଦିକା, ୨୮ ଯୁଗ୍ମ ସମ୍ପାଦିକା ଏବଂ କାର୍ଯ୍ୟନିର୍ବାହୀ ସଦସ୍ୟା ଭାବେ ୬୯ଜଣଙ୍କୁ ନିଯୁକ୍ତି ଦିଆଯାଇଛି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories