www.samajalive.in
Sunday, December 7, 2025
15.1 C
Bhubaneswar

ଭାରତୀୟ ସେୟାର ବଜାରରେ କଳା ଶୁକ୍ରବାର

ମୁମ୍ବଇ: ଭାରତୀୟ ସେୟାର ବଜାରରେ ଶୁକ୍ରବାର ଆଶାତୀତ ଭାବେ ହ୍ରାସ ଘଟିଛି। କାରବାର ଆରମ୍ଭର ମାତ୍ର କିଛି ସମୟ ମଧ୍ୟରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସମ୍ବେଦୀ ସୂଚକାଙ୍କ ୧୪୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି। ଏହାଦ୍ବାରା ଅନେକ କମ୍ପାନୀର କୋଟି କୋଟି ଟଙ୍କା କ୍ଷତି ଘଟିଛି। ବିଶ୍ବର ବିଭିନ୍ନ ରାଷ୍ଟ୍ରରେ କୋଭିଡ଼୍‌ ସଂକ୍ରମଣ ବୃଦ୍ଧି ଏବଂ ଭାରତ ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏଥିନେଇ ସତର୍କ କରାଯିବା ପରେ ତା’ର ପ୍ରଭାବ ସେୟାର ବଜାର ଉପରେ ପଡ଼ିଥିବା କୁହାଯାଉଛି।

ଆଜି ସକାଳେ କାରବାର ଆରମ୍ଭ ହେବା ପରେ ବିଏସଇ ସୂଚକାଙ୍କ ୧୪୧୬ ପଏଣ୍ଟ ହ୍ରାସ ପାଇ ୫୭୩୭୯ ପଏଣ୍ଟରେ ପହଞ୍ଚିଥିଲା। ସେହିଭଳି ନ୍ୟାସନାଲ ଷ୍ଟକ୍‌ ଏକ୍ସାଚେଞ୍ଜର ସୂଚକାଙ୍କ ନିଫ୍ଟି ୪୧୯ ପଏଣ୍ଟ ହ୍ରାସ ପାଇ ୧୭୧୧୭ ପଏଣ୍ଟରେ ପହଞ୍ଚିଥିଲା। ୭ ମାସ ମଧ୍ୟରେ ଭାରତୀୟ ଷ୍ଟକ୍‌ ବଜାରରେ ଗୋଟିଏ ଦିନ​‌ରେ ଏହା ସର୍ବାଧିକ ହ୍ରାସ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories