www.samajalive.in
Monday, December 8, 2025
20.1 C
Bhubaneswar

ବିଜେପି ଜାରି କଲା ‘କଂଗ୍ରେସ ଫାଇଲ୍ସ’: ପ୍ରଥମ ଅଧ୍ୟାୟରେ ୪.୮୨ ଲକ୍ଷ କୋଟିର ଦୁର୍ନୀତି ଅଭିଯୋଗ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ରବିବାର କଂଗ୍ରେସ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ‘କଂଗ୍ରେସ ଫାଇଲ୍ସ’ ଶୀର୍ଷକ ଏକ ସିରିଜ୍ ଆରମ୍ଭ କରିଛି। ଏହି ଭିଡିଓ ସିରିଜରେ କଂଗ୍ରେସ ବିରୋଧରେ ଅନେକ ସାଂଘାତିକ ଅଭିଯୋଗ ଆଣିଛି ବିଜେପି। ଏହି ଭିଡିଓ ସିରିଜ୍‌ର ପ୍ରଥମ ଅଧ୍ୟାୟକୁ ଆଜି ବିଜେପି ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛି। ଏଥିରେ କଂଗ୍ରେସ ସରକାର ସମୟରେ ହୋଇଥିବା ବିଭିନ୍ନ ଦୁର୍ନୀତିକୁ ପ୍ରଦର୍ଶିତ କରାଯାଇଛି। ଅଭିଯୋଗ ହୋଇଛି ଯେ, ୟୁପିଏ ସରକାର ସମୟରେ ୪୮,୨୦,୬୯,୦୦,୦୦,୦୦୦ ଟଙ୍କାର ଦୁର୍ନୀତି ହୋଇଛି। ଏହା ଏତେ ଟଙ୍କା ଯେ, ପାଟିରେ କହିବା ମଧ୍ୟ କଷ୍ଟକର ହେଉଛି। ଏହା ମଧ୍ୟରେ ରହିଛି ଟୁଜି ସ୍କାମ, କୋଇଲା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦୁର୍ନୀତି।

- Advertisement -

ଏହି ତିନି ମିନିଟର ଭିଡିଓରେ କୁହାଯାଇଛି ଯେ, ଦୀର୍ଘ ୭୦ ବର୍ଷର ଶାସନ କାଳରେ କଂଗ୍ରେସ ଦେଶବାସୀଙ୍କର ୪୮,୨୦,୬୯,୦୦,୦୦,୦୦୦ ଟଙ୍କା ଲୁଟି ନେଇଛି। ଏହାକୁ ଲୁଟ୍‌ ନୁହେଁ ବରଂ ଡକାୟତି କହିଲେ ଅଧିକ ଠିକ୍ ହେବ। ଏହି ଟଙ୍କାରେ ଦେଶର ସୁରକ୍ଷା ବ୍ୟବସ୍ଥାଠାରୁ ଆରମ୍ଭ କରି ପ୍ରଗତି ପର୍ଯ୍ୟନ୍ତ ବହୁତ କାର୍ଯ୍ୟ ହୋଇପାରିଥା’ନ୍ତା। ଏପରିକି ଏହି ଟଙ୍କାରେ ୨୪ଟି ଆଇଏନ୍‌ଏସ୍ ବିକ୍ରାନ୍ତ ଯୁଦ୍ଧ ଜାହାଜ, ୩୦୦ଟି ରାଫେଲ ବିମାନ ଓ ୧୦୦୦ଟି ମଙ୍ଗଳ ମିଶନ ହୋଇପାରିଥା’ନ୍ତା। କିନ୍ତୁ କଂଗ୍ରେସ ଦୁର୍ନୀତି ଯୋଗୁ ଦେଶର ପ୍ରଗତି ହୋଇପାରିଲା ନାହିଁ।

ଭିଡିଓରେ କୁହାଯାଇଛି ଯେ, ୟୁପିଏ ସରକାର ଅମଳରେ ୧.୮୬ ଲକ୍ଷ କୋଟି ଟଙ୍କାର କୋଇଲା ଦୁର୍ନୀତି ଓ ୧.୭୬ ଲକ୍ଷ କୋଟି ଟଙ୍କାର ଟୁଜି ସ୍ପେକ୍ଟ୍ରମ ଦୁର୍ନୀତି ହୋଇଥିଲା। ମନରେଗାରେ ପ୍ରାୟ ୧୦ ହଜାର କୋଟି ଟଙ୍କାର ଘୋଟାଲା ହୋଇଥିଲା। ଏହା ବ୍ୟତୀତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନରେ ୭୦ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିଲା। ସେହିପରି ଇଟାଲୀରୁ ୧୨ଟି ହେଲିକପ୍ଟର କିଣିବା ପାଇଁ ୩୬୨ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଥିଲା। ରେଳବାଇ ବୋର୍ଡର ଅଧ୍ୟକ୍ଷ ପଦ ପାଇଁ ୧୨ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଥିଲା। ସେତେବେଳେ ଏମିତି ଏକ ସମୟ ଥିଲା ଯେତେବେଳେ ଖବର କାଗଜ ହେଉ ଅବା ନ୍ୟୁଜ ଚ୍ୟାନେଲ ସବୁଠି ଦୁର୍ନୀତି ପ୍ରମୁଖ ଖବର ହୋଇଥିଲା ଓ ଦେଶବାସୀଙ୍କ ମୁଣ୍ଡ ଲଜ୍ଜାରେ ନଇଁ ଯାଉଥିଲା। ଏତେ ସବୁ ଦୁର୍ନୀତି ସତ୍ତ୍ୱେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କିଛି ଜାଣିପାରିଲେ ନାହିଁ ବୋଲି କହି ଏହି ଭିଡିଓରେ ତାଙ୍କୁ ତୀବ୍ର ସମାଲୋଚନା କରାଯାଇଛି।

‘କଂଗ୍ରେସ ଫାଇଲ୍ସ’ ପ୍ରଥମ ଅଧ୍ୟାୟର ଶେଷରେ ଆସନ୍ତା ଅଧ୍ୟାୟ ବା ଦ୍ୱିତୀୟ ଅଧ୍ୟାୟରେ କଂଗ୍ରେସର ଆଉ ଏକ ଦୁର୍ନୀତି ବିଷୟରେ ଦେଖିବାକୁ ମିଳିବ ବୋଲି ସୂଚନା ଦିଆଯାଇଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories