www.samajalive.in
Sunday, December 7, 2025
23.1 C
Bhubaneswar

ନବାଗତ ବିଜେପି ଯୁବ କର୍ମୀଙ୍କୁ ସ୍ୱାଗତ କଲେ ସାଂସଦ ଜୁଏଲ ଓରାମ

ସାରନଗରୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଆଜି ପୂର୍ବାହ୍ନ ସମୟରେ ସାରନଗରୀ ଗସ୍ତରେ ଆସିଥିଲେ । ସ୍ଥାନୀୟ ଫ୍ରେଣ୍ଡସ୍ କ୍ଲବ ପରିସରରେ ବିଜେପିର ବରିଷ୍ଠ ନେତା ରାଜ କିଶୋର ଭଂଜଙ୍କ ନେତୃତ୍ୱରେ ବିଜେପି ତରଫରୁ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସୁନ୍ଦରଗଡ଼ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଉପସ୍ଥିତିରେ ଶତାଧିକ ଯୁବକ ବିଜେପିରେ ଅନୁପ୍ରାଣିତ ହୋଇ ସାମିଲ ହୋଇଥିଲେ । ନବାଗତ କର୍ମୀମାନଙ୍କୁ ଶ୍ରୀ ଓରାମ ପୁଷ୍ପଗୁଛ ଦେଇ ସ୍ୱାଗତ କରିବା ସହିତ ଦଳର ନୀତି ଆଦର୍ଶକୁ ପାଥେୟ କରି ସାଧାରଣ ଲୋକଙ୍କ ପାଇଁ କାର୍ୟ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

ଉକ୍ତ କାର୍ୟ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ପୂର୍ବତନ ସଭାପତି ଜଗବନ୍ଧୁ ବେହେରା, ଏସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ଦୁର୍ଗା ତନ୍ତୀ, ଫର୍ଟିଲାଇଜର ମଣ୍ଡଳ ସଭାପତି ସନ୍ତୋଷ ଦାସ, ବିଜେପି ବରିଷ୍ଠ କାର୍ୟ୍ୟକର୍ତା ମୁରଲୀ ଧର ଗୌଡ଼, ବରିଷ୍ଠ କାର୍ୟ୍ୟକର୍ତା ଦୋଳ ଗୋବିନ୍ଦ ଦାଶ, ପ୍ରଶାନ୍ତ ସ୍ୱାଇଁ, ନିର୍ମଳ ଘଡ଼େଇ, ଏମ୍‌.ଡ଼ି ଆଜାଦ, ଉତମ ଜେନା, ରାଜେଶ ସାହୁ, ରଶ୍ମି ରଂଜନ ନାୟକ, ହେମରାଜ ସାହୁ, ଦୀପକ ସାହୁ, ତନ୍ମମୟ ଘଡ଼େଇ, ଅମୂଲ୍ୟ ସେଠୀ, ନରେଶ ଜେନା, ରଙ୍କନିଧି ସାହୁ, ଦୀନେଶ ପାସୱାନ, ଜଗଦିଶ ସିଂହ, ଭବାନୀ ସୁନା, ଦୀପକ ମହାନନ୍ଦ, ଶିବ ବେହେରା, ସୁରେଶ ଚନ୍ଦ୍ର ନାୟକ, ଈଶ୍ୱର ପ୍ରସାଦ, ଗୌରାଙ୍ଗ ଦାସ ପ୍ରମୁଖ କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ । ଉକ୍ତ କାର୍ୟ୍ୟକ୍ରମରେ ହରିହର ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ଶେଷରେ ମୁରଲୀଧର ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲୋ

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories