www.samajalive.in
Monday, December 8, 2025
17.1 C
Bhubaneswar

ପରୀ ହତ୍ୟା ଘଟଣାରେ ବିବାଦୀୟ ମନ୍ତବ୍ୟ ଦେବା ବିରୁଦ୍ଧରେ ଶିଶୁ ସୁରକ୍ଷା ଆୟୋଗଙ୍କୁ ଘେରିଲା ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର : ଗତ ୪ ମାସ ତଳେ ନୟାଗଡରେ ୫ ବର୍ଷର ଶିଶୁ ପରୀକୁ କିଛି ଦୁର୍ବୃତ ଅପହରଣ କରି ହତ୍ୟା କରିଥଲେ। ପରିବାର ସଦସ୍ୟ ବାରମ୍ବାର ପୋଲିସ ପାଖରେ ଅଭିଯୋଗ କରିଥିଲେ ବି ପୋଲିସ ଶାସକ ଦଳ ଚାପରେ ଏଯାବତ୍‍ ମୁଖ୍ୟ ଆସାମୀ ବାବୁଲି ନାଏକଙ୍କୁ ଗିରଫ କରିପାରିଲା ନାହିଁ। ମନ୍ତ୍ରୀ ଅରୁଣ ସାହୁଙ୍କ ଛତ୍ରଛାୟା ତଳେ ମୁଖ୍ୟ ଅଭିଯୁକ୍ତ ପରୀକୁ ହତ୍ୟା କରି ତା’ର ଅଙ୍ଗ ତସ୍କରି କରିଛି। ଅନ୍ୟପଟେ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସଦ୍ଧ୍ୟାବତୀ ପ୍ରଧାନ ଘଟଣାସ୍ଥଳକୁ ଯାଇ ମନ୍ତ୍ରୀ ଅରୁଣ ସାହୁଙ୍କୁ ଘଣ୍ଟ ଘୋଡାଇବା ପାଇଁ ହତ୍ୟାକାଣ୍ଡକୁ ବଳି ଆଖ୍ୟା ଦେଇଥିଲେ। ହତ୍ୟା ଘଟଣାରୁ ଦୃଷ୍ଟି ହଟାଇବା ପାଇଁ ବଳି ଦେବା ଭଳି କୁପ୍ରଥାକୁ ପ୍ରଚାର କରିବା ଏବଂ ଶାସକ ଦଳକୁ ସୁରକ୍ଷା ଦେବା ବିରୁଦ୍ଧରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ  ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ଶିଶୁ ସୁରକ୍ଷା ଆୟୋଗ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଧ୍ୟକ୍ଷାଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରିଛନ୍ତି।

ଏନସିଆରବି ରିପୋର୍ଟ ଅନୁଯାୟୀ ରାଜ୍ୟରେ ଗତ ୨ବର୍ଷ ମଧ୍ୟରେ ୫୩୨୩ ଜଣ ଶିଶୁ ନିଖୋଜ ହୋଇଛନ୍ତି। ଏତେ ମାତ୍ରାରେ ଶିଶୁ କୁଆଡେ ଯାଉଛନ୍ତି, କିଏ ସେମାନଙ୍କୁ ଅପହରଣ କରୁଛି, ସେମାନଙ୍କୁ ହତ୍ୟା କରାଯାଇ ଅଙ୍ଗ ତସ୍କରି କରାଯାଉଛି କି ଏଭଳି ଅନେକ ପ୍ରଶ୍ନ ଓଡିଶାବାସୀଙ୍କ ମନରେ ଉଠିଥିବା ସମୟରେ ଶିଶୁ ସୁରକ୍ଷା ଆୟୋଗ ଏବଂ ପୁଲିସ ପ୍ରଶାସନ ଏ ଦିଗରେ କୌଣସି ତଦନ୍ତ ନକରି ଦୋଷୀଙ୍କୁ ଦଣ୍ଡ ନଦେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। କେବଳ ଗୋଟିଏ ପରୀ ନୁହେଁ ରାଜ୍ୟରେ ପ୍ରତିଦିନ ୭ରୁ ଊର୍ଦ୍ଧ୍ବ ଶିଶୁ ନିଖୋଜ ହେଉଛନ୍ତି। ପରୀ ପରେ ଯାଜପୁର ମଧୁସୁଦନ ଗାଁର ୨ ବର୍ଷର ଝିଅ ପିହୁ, ନୟାଗଡ ରଣପୁର ଥାନା ବଧିପାଟଣା ଗାଁର ୩ ବର୍ଷର ଝିଅ ସ୍ୱାତୀ, ଏବଂ ଜଳେଶ୍ୱରର ୭ ବର୍ଷର ଝିଅ ବିଷ୍ଣୁପ୍ରିୟା ଏବେ ନିଖୋଜ ଅଛି। ଏତେ ମାତ୍ରାରେ ଶିଶୁ ନିଖୋଜ ହେଉଥିବା ବେଳେ ଶିଶୁ ସୁରକ୍ଷା ଆୟୋଗ କ’ଣ କରୁଛନ୍ତି ବୋଲି ଶ୍ରୀମତୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

- Advertisement -

ପରୀ ହତ୍ୟା ଘଟଣାରେ ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁଙ୍କ ଅଡିଓ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ କାହିଁକି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି। ପରୀକୁ ବଳି ଦିଆଯାଇଛି ବୋଲି ଶିଶୁ ସୁରକ୍ଷା ଆୟୋଗ କିପରି ଜାଣିଲେ? ତେବେ ସମସ୍ତ ଅପହୃତା ଶିଶୁଙ୍କୁ କ’ଣ ବଳି ଦେବା ଉଦ୍ଦେଶ୍ୟରେ ଅପହରଣ କରାଯାଇଛି କି? କେଉଁ ଅଦୃଶ୍ୟ ଚାପରେ ସଦ୍ଧ୍ୟା ମ୍ୟାଡମ ବାରମ୍ବାର ବଳି ଥିଓରୀକୁ ଦୋହରାଉଛନ୍ତି ତାର ଜବାବ ଓଡିଶାବାସୀଙ୍କ ଆଗରେ ରଖନ୍ତୁ। ଶିଶୁ ସୁରକ୍ଷା ଆୟୋଗ ନାବାଳିକା ହତ୍ୟାକାରୀକୁ ଦଣ୍ଡ ନୁହେଁ ବରଂ ମନ୍ତ୍ରୀଙ୍କୁ ସୁରକ୍ଷା ଦେବାର କାର୍ଯ୍ୟ କରୁଛନ୍ତି। ପରୀକୁ ନ୍ୟାୟ ଦେବା ପାଇଁ ଯଦି ରାଜ୍ୟ ସରକାରଙ୍କ ଆନ୍ତରିକତା ଅଛି ତେବେ ଏବି ଜଘନ୍ୟ ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁ ଦିଆଯାଉ ଏବଂ ମୁଖ୍ୟ ଅଭିଯୁକ୍ତକୁ ସୁରକ୍ଷା ଦେଉଥିବା ମନ୍ତ୍ରୀ ଅରୁଣ ସାହୁଙ୍କ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରନ୍ତୁ ବୋଲି ଶ୍ରୀମତୀ ପଟ୍ଟନାୟକ ଦାବି କରିଛନ୍ତି।

ଏହି ବିକ୍ଷୋଭ ସମୟରେ ରଶ୍ମିରେଖା ଦାସ, ଐଶ୍ୱର୍ଯ୍ୟା ବିଶ୍ୱାଳ, କସ୍ତୁରି ମିଶ୍ର, ମନ୍ଦାକିନି ପାତ୍ର, ତୃପ୍ତି ମକଦ୍ଦମ, ସୁବାସିନୀ ପୃଷ୍ଟି, ମାନସୀ ରାୟ ପାଢୀ, ସୁନୀତା ପତି, ବନ୍ଦନା କାନୁନଗୋ, ସୁଜାତା ପାଢୀଙ୍କ ସମେତ ମହିଳା ମୋର୍ଚ୍ଚାର ଅନେକ କାର୍ଯ୍ୟକର୍ତା ସାମିଲ ଥିଲେ।

 

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories