www.samajalive.in
Sunday, December 7, 2025
26.1 C
Bhubaneswar

ମଧ୍ୟପ୍ରଦେଶ ସଙ୍କଟ: ଫ୍ଲୋର ଟେଷ୍ଟ ଦାବିରେ ସୁପ୍ରିମକୋର୍ଟ ପହଞ୍ଚିଲା ବିଜେପି

ଭୋପାଳ: ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ଜାରି ରହିଛି। ଯଦିଓ ସୋମବାର ବାଚସ୍ପତି ବିଧାନସଭାକୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦେଇଛନ୍ତି, ତଥାପି ରାଜ୍ୟ ସରକାରଙ୍କ ପ୍ରତି ବିପଦ ଟଳିନାହିଁ। ସୋମବାର ବିଧାନସଭାରେ ଫ୍ଲୋର ଟେଷ୍ଟ ହେବ ବୋଲି ଆଶଙ୍କା କରାଯାଉଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ତାହା ବନ୍ଦ ରହିଲା। ତେଣୁ ଏଥିରେ ବିଜେପି ଅସନ୍ତୋଷ ପ୍ରକାଶ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ବିଜେପି ନେତା ଶିବରାଜ ସିଂହ ଚୌହ୍ବାନ ଫ୍ଲୋର ଟେଷ୍ଟ ଦାବିରେ ସୁପ୍ରିମକୋର୍ଟରେ ପିଟିଶନ ଦାୟର କରିଛନ୍ତି। ସୁପ୍ରିମକୋର୍ଟ ଏହାର ଶୁଣାଣି ପାଇଁ ରାଜି ହୋଇଛନ୍ତି। ୧୨ ଘଣ୍ଟା ଭିତରେ ଏହାର ଶୁଣାଣି ହେବ। ଅନ୍ୟପଟେ ଶିବରାଜଙ୍କ ନେତୃତ୍ଵରେ ବିଜେପି ବିଧାୟକମାନେ ରାଜଭବନ ଯାଇ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଭେଟିଛନ୍ତି। ବହୁମତ ପରୀକ୍ଷା କରାଇବାକୁ ସେ ରାଜ୍ୟପାଳଙ୍କ ନିକଟରେ ଦାବି କରିଛନ୍ତି।

ବିଜେପି ନେତା ତଥା ବିରୋଧୀ ଦଳ ନେତା ଗୋପାଳ ଭାର୍ଗବ କହିଛନ୍ତି, ଆମେ ଆଜି ରାଜ୍ୟପାଳଙ୍କୁ ୧୦୬ ବିଧାୟକଙ୍କ ତାଲିକା ପ୍ରଦାନ କରିଛୁ। ସମସ୍ତ ବିଜେପି ବିଧାୟକ ତାଙ୍କ ସାମ୍ନାରେ ଉପସ୍ଥିତ ରହିଥିଲେ। ସରକାର ବହୁମତ ହରାଇ ସାରିଛି। ତେଣୁ କ୍ଷମତାରେ ରହିବାର କୌଣସି ଅଧିକାର ନାହିଁ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories