www.samajalive.in
Monday, December 8, 2025
20.1 C
Bhubaneswar

ବିଜେପିର ୯ ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି

ଡେସ୍କ: ସିକ୍କିମରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ୯ ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି। ସୂଚନା ଅନୁଯାୟୀ, ପେମା ୱାଙ୍ଗଜାଲ ରିନିଙ୍ଗ ଗ୍ୟାଙ୍ଗଟକରୁ ଏବଂ ଅରୁଣା ମୁଙ୍ଗେର ନାମଚି-ସିଂଘିଥାଙ୍ଗ ଆସନରୁ ପ୍ରାର୍ଥୀ ହେବେ। ସେହିପରି ଗୁଜରାଟ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗ ବିଧାନସଭା ଉପନିର୍ବାଚନ ପାଇଁ ବିଜେପି ୧୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

ଗୁଜୁରାଟର ବିଜାପୁରରୁ ଚତୁର୍ସିଂହ ଚାୱଡ଼ା ଓ ପୋରବନ୍ଦରରୁ ଅର୍ଜୁନ ମୋଧବାଡିଆଙ୍କୁ ପ୍ରାର୍ଥୀ କରାଯାଇଛି। ହିମାଚଳ ପ୍ରଦେଶରେ ରବି ଠାକୁରଙ୍କୁ ଲାହୋଲ ଏବଂ ସ୍ପିତିରୁ ପ୍ରାର୍ଥୀ କରାଯାଇଥିବା ବେଳେ ରାଜେନ୍ଦ୍ର ରାଣା ସୁଜାନପୁରରୁ ପ୍ରାର୍ଥୀ ହେବେ। କର୍ଣ୍ଣାଟକର ସୋରପୁରରେ ନରସିଂହ ନାୟକ (ରାଜୁଗୌଡା) ଦଳୀୟ ପ୍ରାର୍ଥୀ ହେବେ। ପଶ୍ଚିମବଙ୍ଗର ଭଗୱାଙ୍ଗୋଲାରୁ ଭାସ୍କର ସରକାର ଓ ବରନଗରରୁ ସଜଲ ଘୋଷ ପ୍ରାର୍ଥୀ ହୋଇଛନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories