www.samajalive.in
Monday, December 8, 2025
27.1 C
Bhubaneswar

ସହରର ଆଇନଶୃଙ୍ଖଳା ପରିସ୍ଥିତକୁ ନେଇ ବିଜେପିର ଉଦ୍ବେଗ ; ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ

ଫୁଲବାଣୀ : ମହାମାରୀ କରୋନା ସମୟରେ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଖରାପ ହୋଇପଡିଥିବା ବେଳେ ପୁଲିସ୍ ନିଷ୍କ୍ରିୟ ହୋଇ ପଡିଥିବା ବିଜେପି ଉଦ୍ବେଗ ପ୍ରକାଶ କରିଛି। ଏନେଇ ଆଜି ଏକ ଅଭିଯୋଗ ପତ୍ର ଦଳ ପକ୍ଷରୁ ଏସପି ଭିନିତ୍ ଅଗ୍ରୱାଲଙ୍କୁ ପ୍ରଦାନ କରିଛି। ଏଥିରେ ଅଭିଯୋଗ କରାଯାଇଛି ଯେ ୫ ଦିନ ତଳେ ଫୁଲବାଣୀ ସାହିରେ ରାତିରେ କିଛି ଦୁର୍ବୃତ୍ତ ଚୋରି ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଅଂଚଳର ନିରଂଜନ ପାଣ୍ଡେ ନାମକ ଜଣେ ଯୁବକ ଏହା ଦେଖି ପ୍ରତିବାଦ କରିଥିଲେ। ଦୁର୍ବୃତ୍ତମାନେ ନିରଂଜନଙ୍କ ଉପରେ ଆକ୍ରମଣ କରିଥିଲେ। ପାଟି ଶୁଣି ପାଖ ପୋଡଶୀ ଉଠିପଡିବାରୁ ସେମାନେ ଚାଲି ଯାଇଥିଲେ। ଏନେଇ ନିରଂଜନ ସଙ୍ଗେ ସଙ୍ଗେ ୧୦୦କୁ ଫୋନ କରିଥିଲେ ମଧ୍ୟ କେହି ଉଠାଇ ନଥିବା ବେଳେ ଥାନାକୁ ଯାଇ ଥାନା ଗେଟ୍ ରେ ତାଲା ପଡିଥିବା ଦେଖିଥିଲେ। ପରେ ସକାଳେ ଥାନାରେ ଅଭିଯୋଗ କରି ଜଣେ ଦୁର୍ବୃତଙ୍କୁ ଚିହ୍ନିଥିବା କହିଥିଲେ ମଧ୍ୟ ପୁଲିସ୍ ତାକୁ ଗୁରୁତ୍ୱ ଦେଇ ନଥିବା ଅଭିଯୋଗ ହୋଇଛି। ସେହିପରି କିଛି ଦିନ ତଳେ ପିଅନପଡା ଅଂଚଳ ପିତାମ୍ବର ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କ ଘରେ କେହି ନଥିବା ବେଳେ ଦୁର୍ବୃତମାନେ ଘର ଭାଙ୍ଗି ସୁନା ଗହଣା ଲୁଟି ନେଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ପୁଲିସ୍ କେବଳ ମାମଲା ରୁଜୁ କରି ଚୁପ ବସିଛି। ଅନ୍ୟ ପକ୍ଷରେ କିଛି ଦିନ ତଳେ ସହରର ବିଭିନ୍ନ ଅଂଚଳରେ ସିରିଜ୍ ଚୋରି ହୋଇଥିଲେ ମଧ୍ୟ ପୁଲିସ୍ କେବଳ କିଛି ପୁରୁମା ଅପରାଧିଙ୍କୁ ଧରି ଚୁପ ବସିଥିବା ନେଇ ଦଳ ଅଭିଯୋଗ କରିଛି। ତେଣୁ ତୁରନ୍ତ ଏଥିରେ ହସ୍ତ କ୍ଷେପ କରି ସହରର ଆଇନଶୃଙ୍ଖଳା ପରିସ୍ଥିତିକୁ ସଜାଡିବାକୁ ଦଳ ପକ୍ଷରୁ ଏସପିଙ୍କୁ ଅନୁରୋଧ କରାଯାଇଛି। ଦଳର ପୁର୍ବତନ ସଭାପତି ଲିଙ୍ଗରାଜ ଦଳବେହେରା, ସାଧାରଣ ସମ୍ପାଦକ ଭଗବାନ ମହାନ୍ତି, ରମେଶ ମହାନ୍ତି, ସୁଧାଂଶୁ ଗୁରୁ , ପରେଶ ମହାପାତ୍ର , କମଳାକାନ୍ତ ପାଣ୍ଡେ , ବନ ମହାନ୍ତି ପ୍ରମୁଖ ଏସପିଙ୍କୁ ଭେଟି ଅଭିଯୋଗପତ୍ର ପ୍ରଦାନ କରିଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories