www.samajalive.in
Monday, December 8, 2025
17.1 C
Bhubaneswar

ପିପିଲିରେ ବିଶ୍ୱକର୍ମା ପୂଜା

ପିପିଲି: ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ଶ୍ରୀବିଶ୍ୱକର୍ମା ଦେବଙ୍କ ପୂଜା ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି । ପିପିଲି ପୌରାଞ୍ଚଳ ସମେତ ଉତ୍ତରାବଜାର, ଗୁଡିଆପୋଖରୀ ବଜାର, ଜଇସପାଟଣାଛକ, ଦାଣ୍ଡମୁକୁନ୍ଦପୁର ବଜାର, ମଙ୍ଗଳପୁର ବଜାର, ତେଇସିପୁର ବଜାର, ସାତଶଙ୍ଖ ବଜାର, ଭାରତୀପୁର ଛକ, ମାଧିପୁର ବଜାର, ମଠସାହି ବଜାର, କଣ୍ଟି ବଜାର, ଜଗନ୍ନାଥପୁର ବଜାର ଠାରେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଓ ଗାଡି ଚାଳକ ଓ ମାଲିକ ସଂଘ ପକ୍ଷରୁ ଏହି ଉପଲକ୍ଷେ ଆକର୍ଷଣୀୟ ତୋରଣ ସାଙ୍ଗକୁ ପୂଜାମଣ୍ଡପ ନିର୍ମାଣ କରାଯାଇଥିବା ପରିଲକ୍ଷିତ ହୋଇଛି । କୃପାଜଳ ଇଂଜିନିୟରିଂ କଲେଜରେ ମଧ୍ୟ ଅତି ଆନନ୍ଦ ଓ ଉତ୍ସାହ ସହକାରେ ଶ୍ରୀବିଶ୍ୱକର୍ମା ଦେବଙ୍କ ପୂଜାତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ପିପିଲି କଲେଜର ବିଜ୍ଞାନ ବିଭାଗ, କ୍ଷେତ୍ରମୋହନ ଆଇଟିସି ଠାରେ ମଧ୍ୟ ଛାତ୍ରଛାତ୍ରୀମାନେ ଅତି ଆନନ୍ଦର ସହ ଏହି ପୂଜାଉତ୍ସବ ପାଳନ କରିଥିଲେ । ଉତ୍ତରା ସେସୁ କାର୍ଯ୍ୟାଳୟ, ପିପିଲି ସେସୁ କାର୍ଯ୍ୟାଳୟ, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ, ଆର୍‍ଡବ୍ଲ୍ୟୁଏସ୍‍ଏସ୍‍ କାର୍ଯ୍ୟାଳୟ, ଜନ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ, ଗ୍ରାମ୍ୟ ଉନ୍ନୟନ ବିଭାଗ, ବିଏସ୍‍ଏନ୍‍ଏଲ୍‍ ଏକ୍ସଚେଞ୍ଜ କାର୍ଯ୍ୟାଳୟ ଠାରେ କର୍ମଚାରୀ ମାନେ ଶ୍ରୀବିଶ୍ୱକର୍ମା ଦେବଙ୍କ ପୂଜାଉତ୍ସବ ପାଳନ କରିଥିବା ବେଳେ ବିଭିନ୍ନ ସ୍ଥାନରେ ଏହି ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପିପିଲିର କଲେଜ ଛକ ନିକଟରେ ସିଦେ୍ଧଶ୍ୱର ଦେବ ରାଜମିସ୍ତ୍ରୀ ସଂଘ ପକ୍ଷରୁ ଆକର୍ଷଣୀୟ ତୋରଣ ଓ ପୂଜାମଣ୍ଡପ ନିର୍ମାଣ କରାଯାଇ ଠାକୁରଙ୍କ ପୂଜାଉତ୍ସବ ପାଳନ କରାଯାଇଥିବା ବେଳେ ସଂନ୍ଧ୍ୟାରେ ଷଷ୍ଠ ବାର୍ଷିକ ଦୁଇଦିନିଆ ବିଶ୍ୱକର୍ମା ମହୋତ୍ସବ-୨୦୧୮ର ଉଦ୍‍ଘାଟନ ଉତ୍ସବ ଅବସରରେ ସଂବର୍ଦ୍ଧନା ସଭା ସହ ଭଜନ ପରିବେଷଣ ହୋଇଥିଲା ।

 

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories