www.samajalive.in
Monday, December 8, 2025
27.1 C
Bhubaneswar

ବିହାରରେ ରାଜନୈତିକ ଝଡ଼: ଉପେନ୍ଦ୍ର ସମର୍ଥକଙ୍କ ଉପରେ ପୁଲିସର ଲାଠି ମାଡ଼

ପାଟନା: ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦ୍ୱାରା ଆରଏଲଏସପି ପ୍ରମୁଖ ଉପେନ୍ଦ୍ର କୁଶବାହାଙ୍କ ମନ୍ତବ୍ୟକୁ ତଳସ୍ତରର ବୋଲି ଉଲ୍ଲେଖ କରିବା ଦ୍ୱାରା ଆରମ୍ଭ ହୋଇଥିବା ବିବାଦ କ୍ରମଶଃ ଉଗ୍ର ଋପ ଧାରଣ କରିବାରେ ଲାଗିଛି। ଏହାକୁ ବିରୋଧ କରି ଶନିବାର ଅଖିଳ ଭାରତୀୟ କୁଶବାହ ମହାସଂଘ ପକ୍ଷରୁ ପାଟନାରେ ରାଜଭବନ ପର୍ଯ୍ୟନ୍ତ ଶୋଭାଯାତ୍ରା ବାହାର କରିଥିଲେ। ଶୋଭାଯାତ୍ରାକାରୀମାନେ ଗାନ୍ଧି ମୈଦାନ ଅତିକ୍ରମ କରି ଡାକ ବଙ୍ଗଳା ଛକରେ ଏକତ୍ରିତ ହେବାରୁ ସେଠାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ଫଳରେ ବାଧ୍ୟ ହୋଇ ପୁଲିସ ପକ୍ଷରୁ ଲାଠି ଚାଳନା କରାଯାଇ ଥିଲା। ପୁଲିସର ଲାଠି ମାଡ଼ରେ ୧୦ରୁ ଊଦ୍ଧ୍ୱର୍ କୁଶବାହ ସମର୍ଥକ ଆହତ ହୋଇଥିଲେ।
ନିକଟରେ ଇଣ୍ଡିଆ ଟୁଡେ ଷ୍ଟେଟ୍‍ କନକ୍ଲେଭରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶ୍ରୀ ଉପେନ୍ଦ୍ର କୁଶବାହଙ୍କ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଆଲୋଚନାର ସ୍ତରକୁ ଏତେ ନିମ୍ନକୁ ଯିବା ଉଚିତ ନୁହେଁ ବୋଲି ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ଏଭଳି ମନ୍ତବ୍ୟକୁ ଉପେନ୍ଦ୍ର କୁଶବାହ ବିରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ, ଉପେନ୍ଦ୍ର କୁଶବାହଙ୍କୁ ନିଚ ବୋଲି କହିଛନ୍ତି ଦର୍ଶାଇ  କୁଶବାହ ସମର୍ଥକ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇ ଥିଲେ। ଏପରିକି ଯେତେବେ‌େଳ​ ପର୍ଯ୍ୟନ୍ତ ନୀତୀଶ କୁମାର ସର୍ବଜନିକ ଭାବେ ଦେଇଥିବା ମନ୍ତବ୍ୟର ସ୍ପଷ୍ଟିକରଣ ନଦେବେ ସେ ପର୍ଯ୍ୟନ୍ତ କୁଶବାହ ସମ୍ପ୍ରଦାୟ ପକ୍ଷରୁ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ଊପେନ୍ଦ୍ର କୁଶବାହା ଘୋଷଣା କରିଥିଲେ।
ଲାଠି ଚାଳନା ପରେ ବିହାର ରାଜନୀତି ବେଶ୍‍ ଚଳଚଞ୍ଚଳ ହୋଇ ପଡ଼ିଛି। ଶ୍ରୀ ଉପେନ୍ଦ୍ର ପୁଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବା ସହ ଏହାକୁ ରାଜନୈତିକ ଚକ୍ରାନ୍ତ ବୋଲି ମତବ୍ୟକ୍ତ କରିଛନ୍ତି। ଅପରପକ୍ଷରେ ଶୋଭାଯାତ୍ରାକାରୀଙ୍କ ପକ୍ଷରୁ ପୁଲିସ ଉପରେ ପଥର ମାଡ଼ କରାଯିବାରୁ ଲାଠି ଚାର୍ଜ କରାଗଲା ବୋଲି କୁଆଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories