www.samajalive.in
Monday, December 8, 2025
20.1 C
Bhubaneswar

ପୁରା ବିହାରବାସୀ କହୁଛନ୍ତି ପୁଣି ଥରେ ଏନଡିଏ ସରକାର–ମୋଦୀ

ସମାଜ ଡିଜିଟାଲ ଡେସ୍କ: ବିହାରରେ ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଆଜି ବିହାରର ସମସ୍ତିପୁରରେ ନିର୍ବାଚନ ବିଗୁଲ ବଜାଇଛନ୍ତି । ମଞ୍ଚ ଉପରୁ ଜନତାଙ୍କୁ ସମ୍ବୋଧନ କରି ମୋଦୀ କହିଛନ୍ତି ପୁରା ବିହାର ବାସୀ ପୁଣି ଥରେ ଏନଡିଏ ସରକାର ଆସିବାକୁ ଦାବି କରୁଛନ୍ତି । ସମଗ୍ର ବିହାର ସୁଶାସନର ସରକାର ଚାହୁଁଛି । ଏହି କାର୍ଯ୍ୟକ୍ରମରେ ନୀତିଶ କୁମାର ଏବଂ ସମ୍ରାଟ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ ।

ବିହାର ମୁଖ୍ୟମନ୍ତ୍ରୀ ଥିବା ନୀତିଶ କୁମାର ପ୍ରଥମେ ଜନତାଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ସମସ୍ତିପୁର ଆସିଥିବାରୁ ଧନ୍ୟବାଦ ଜଣାଇଥିଲେ । ମୋଦୀ କହିଛନ୍ତି ଆସନ୍ତାକାଲି ଛଠ ପର୍ବ ଏଥିପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି । ପ୍ରତିଶ୍ରୁତି ଦେଇ ମୋଦୀ କହିଛନ୍ତି ଗରିବଙ୍କୁ ମାଗଣା ଚିକିତ୍ସା, ଘର, ଖାଦ୍ୟ ଶସ୍ୟ ଯୋଗାଇ ଦେଉଛି ଏନଡିଏ ସରକାର ।

- Advertisement -

ପଛୁଆ ବର୍ଗଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇଥିଲା ଆମ ସରକାର । ସାଧାରଣ ଜନତାଙ୍କୁ ୧୦ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯାଇଥିଲା । ଏନଡିଏ ସରକାର ଗରିବମାନଙ୍କୁ ଡାକ୍ତିରୀ ଶିକ୍ଷା ପାଇଁ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିଥିଲେ । ଆମ ସରକାର ଓବିସି ବର୍ଗକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରିଛି । ଏନଡିଏ ସରକାର ନୂତନ ଜାତୀୟ ଶିକ୍ଷା ନୀତିରେ ସ୍ଥାନୀୟ ଭାଷାକୁ ପ୍ରାଥମିକତା ଦେଇଛି । ଏବେ ଗରିବ ଛାତ୍ରମାନେ ନିଜ ଭାଷାରେ ପରୀକ୍ଷା ଦେଇପାରିବେ । ଜାମିନରେ ଥିବା ଲୋକଙ୍କ ଉପରେ ଚୋରି ଅଭିଯୋଗ ଅଛି । ଏବେ ସେମାନେ ବିହାରର ଲୋକଙ୍କ ଅଧିକାର ଚୋରି କରିବେ । ଆମେ ସୁଶାସନକୁ ସମୃଦ୍ଧିରେ ପରିଣତ କରିଛୁ ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories