www.samajalive.in
Monday, December 8, 2025
27.1 C
Bhubaneswar

ଛଅ ପ୍ରକାର ମନୁଷ୍ୟ ସର୍ବଦା ଦୁଃଖୀ ରୁହନ୍ତି : ବଲିଉଡ଼ ବାଦଶାହ ବିଗ୍ ବି

ମୁମ୍ବଇ : ବଲିଉଡ଼ର ବାଦଶାହ ଅମିତାଭ ବଚ୍ଚନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମୁମ୍ବଇର ନାନାବତୀ ହସ୍ପିଟାଲରେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ଡ଼ାକ୍ତରଙ୍କ ମତାନୁଯାୟୀ, ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ପରିବର୍ତ୍ତନ ଆସୁଛି। ଭୟ କରିବାର ଆବଶ୍ୟକତା ନାହିଁ। ବିଗ୍ ବି ସେଭଳି ଜଣେ କଳାକାର ଯେ କି ସବୁବେଳେ ନିଜ ପ୍ରଂଶସକଙ୍କ ସହ ଜଡ଼ିତ ହୋଇରହିଥାଆନ୍ତି। ଅମିତାଭ ଟ୍ୱିଟରରେ ଖୁବ ସକ୍ରିୟ ରୁହନ୍ତି। ହସ୍ପିଟାଲରେ ରହିଥିଲେ ମଧ୍ୟ ସେ ଲଗାତାର ସୋସିଆଲ ମିଡିଆରେ ଜଡ଼ିତ ହେବା ସହ ନିଜ ପ୍ରଂଶସକଙ୍କ ପାଇଁ ଏକ ଟ୍ୱିଟ ମଧ୍ୟ କରିଛନ୍ତି। ହସ୍ପିଟାଲରେ ମଧ୍ୟରାତ୍ରିରେ ସଂସ୍କୃତର ଏକ ଶ୍ଲୋକ ଟ୍ୱିଟ କରି କହିଛନ୍ତି, ଛଅ ପ୍ରକାର ମନୁଷ୍ୟ ନିଜ ଜୀବନରେ ସର୍ବଦା ଦୁଃଖୀ ରୁହନ୍ତି। ତେଣୁ ମନୁଷ୍ୟକୁ ଏହି ପ୍ରକାରର ଗୁଣ ଠାରୁ ଦୂରେଇ ରହିବା ଉଚିତ।
ବିଗ୍ ବି ସଂସ୍କୃତର ଏକ ଶ୍ଲୋକକୁ ହିନ୍ଦୀରେ ଅନୁବାଦ କରି ଟ୍ୱିଟ କରିଛନ୍ତି। ସେ ଲେଖିଛନ୍ତି, ସମସ୍ତଙ୍କୁ ଇର୍ଷା, ଘୃଣା କରୁଥିବା ବ୍ୟକ୍ତି, ଅସନ୍ତୋଷି, କ୍ରୋଧୀ, ସର୍ବଦା ସନ୍ଦେହ କରୁଥିବା, ଅନ୍ୟ ଦୟାରେ ବଂଚୁଥିବା, ଏହି ଛଅ ପ୍ରକାର ମନୁଷ୍ୟ ସର୍ବଦା ଦୁଃଖି ରହିଥାଆନ୍ତି। ତେଣୁ ଏହି ସମସ୍ତ ଗୁଣକୁ ନିଜ ଠାରୁ ଦୂରେଇ ରଖନ୍ତୁ।
ଅମିତାଭ ବଚ୍ଚନ ଏହି ଟ୍ୱିଟକୁ ଇଂରାଜୀରେ ମଧ୍ୟ ଅନୁବାଦ କରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି , ବିଗ୍ ବି ଏହି ଟ୍ୱିଟକୁ ୨୦୧୭ରେ ମଧ୍ୟ କରିଥିଲେ। ଏହାସହ ସେ ଏକ କବିତା ମାଧ୍ୟମରେ ଡ଼ାକ୍ତର ଓ ହସ୍ପିଟାଲର କର୍ମଚାରୀଙ୍କୁ ଭଗବାନଙ୍କ ସ୍ଥାନ ଦେଇ ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଥିଲେ ଶ୍ୱେତ ବର୍ଣ୍ଣର ଆଭୂଷଣ , ସେବା ଭାବ ସମର୍ପଣ, ଈଶ୍ୱରରୂପୀ ଦେବତା ଅଟନ୍ତି, ରୋଗୀଙ୍କୁ ସମ୍ଭାଳିବା ସହ ନିଜ ଜୀବନକୁ ତ୍ୟାଗ ମଧ୍ୟ କରିଦେଉଛନ୍ତି। ୧୧ ଜୁଲାଇ ରାତିରେ ଅମିତାଭ ଟ୍ୱିଟ କରି ଜଣାଇଥିଲେ ସେ କରୋନା ପଜିଟିଭ। ଏହାପରେ ତାଙ୍କ ସମଗ୍ର ପରିବାରଙ୍କ କରୋନା ଟେଷ୍ଟ କରାଯିବା ପରେ ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ବଚ୍ଚନ, ଆରାଧ୍ୟା ବଚ୍ଚନ ମଧ୍ୟ କରୋନା ପଜିଟିଭ ବୋଲି ଜଣାପଡ଼ିଥିଲା। ମାତ୍ର ଜୟା ବଚ୍ଚନଙ୍କ କରୋନା ଟେଷ୍ଟ ନେଗେଟିଭ ଆସିଥିଲା।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories