www.samajalive.in
Monday, December 8, 2025
27.1 C
Bhubaneswar

ଢେଙ୍କାନାଳ ଜିଲ୍ଲାରେ ଅଗଷ୍ଟ ୩୧ ଯାଏ ଜାରି ରହିବ ସପ୍ତାହନ୍ତ ସଟଡାଉନ

ଭୁବନ:କୋଭିଡ-୧୯ ମୁକାବିଲା ପାଇଁ ଢେଙ୍କାନାଳ ଜିଲ୍ଲାରେ ଜୁଲାଇ ମାସ ଭଳି ଅଗଷ୍ଟ ମାସରେ ସପ୍ତାହନ୍ତ ସଟଡାଉନ ଜାରି ରହିବ। ଏ ସଂପର୍କରେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଚିଠି ନଂ -୬୯୭୨ ତା ୩୧.୭.୨୦୨୦ ରେ ସୂଚନା ଦେଇଛନ୍ତି। ଆଜି ସଂଧ୍ୟାରେ ରାଜ୍ୟ ସରକାର ଗଂଜାମ,ଗଜପତି,କଟକ ,ଖୋର୍ଦ୍ଦା ୪ ଜିଲ୍ଲା ସମେତ ରାଉରକେଲା ସହରରେ ସପ୍ତାହନ୍ତ ସଟଡାଉନ ଲାଗୁହେବ ଓ ଅନ୍ୟ ଅଂଚଳରେ କେବଳ ୧ ତାରିଖ ଓ ୨ ତାରିଖ ଦିନ ସପ୍ତାହନ୍ତ ସଟଡାଉନ କୋହଳ କରି ଦିନ ୧ ଟା ପର୍ୟ୍ୟନ୍ତ ଦୋକାନ ବଜାର ଖୋଲା ରହିବ ବୋଲି ପ୍ରେସ ମିଟ୍‍ରେ ସୂଚନା ଦେଇଥିଲେ। ଏନେଇ ଲୋକେ ଦ୍ୱନ୍ଦରେ ରହି ଗଣମାଧ୍ୟମ ପ୍ରତିନିଧିଙ୍କୁ ଖୋଲା ଜି ତାଲା ସଂପର୍କରେ ପ୍ରଶ୍ନ କରିବାରୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରଂଜନ କୁମାର ରାଉତ ଙ୍କୁ ଯୋଗାଯୋଗ କରିବାରୁ ଢେଙ୍କାନାଳ ଜିଲ୍ଲାରେ ଅଗଷ୍ଟ ୩୧ ପର୍ୟ୍ୟନ୍ତ ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ ଜାରି ରହିବ ବୋଲି କହିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories