୩ ଯୁବକଙ୍କୁ ଚା’ରେ ନିଶା ଦେଇ ଲୁଟ୍

ଭଞ୍ଜନଗର: ଗଞ୍ଜାମ ଜିଲା ଭଞ୍ଜନଗର ଅନ୍ତର୍ଗତ ବଜ୍ରଗଡ଼ ପାହାଡ଼ ତଳୁ ସୋମବାର ଅଚେତ ଅବସ୍ଥାରେ ୩ ଜଣ ଯୁବକଙ୍କୁ ଉଦ୍ଧାର କରାଯାଇଛି । ଅଚେତ ୩ଜଣ ଗଣ୍ଡାଧାର ଗ୍ରାମର ବେଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ୩ଜଣ ଯୁବକ ଭଞ୍ଜନଗର ବସରୁ ଓହ୍ଲାଇ ଅଟୋରେ ଗଣ୍ଡାଧାର ଯାଉଥିଲେ।। ବାଟରେ ବେଲଗୁଣ୍ଠା ନିକଟରେ ଅଟୋ ଡ୍ରାଇଭର ସମସ୍ତଙ୍କୁ ଚା’ ପିଆଇଥିଲା । ଏହାପରେ ଚା’ ପିଇସାରି ସମସ୍ତେ ଅଚେତ ହୋଇଯାଇଥିଲେ। ଅଟୋ ଡ୍ରାଇଭର ସମସ୍ତଙ୍କ ଠାରୁ ମୋବାଇଲ ଓ ଟଙ୍କା ଲୁଟି ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ସମସ୍ତ ଗୁରୁତରଙ୍କୁ ଅଚେତ ଅବସ୍ଥାରେ ପଡିଥିବାରର ଦେଖି ସ୍ଥାନୀୟଲୋକେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରଣ କରାଯାଇଛି। ୩ ଜଣଙ୍କ ମଧ୍ୟରୁ ଅର୍ଦ୍ଧଚେତନ ଅବସ୍ଥାରେ ଥିବା ଜଣେ ଯୁବକ ଏହି ସୂଚନା ଦେଇଛନ୍ତି।

Comments are closed.