www.samajalive.in
Monday, December 8, 2025
20.1 C
Bhubaneswar

କଳାହାଣ୍ଡିର ବିରଳ ଛତରଯାତ୍ରାରେ ପଶୁବଳି ନିଷେଧ ମାମଲା; ହାଇକୋର୍ଟର ନିର୍ଦ୍ଦେଶ ଉପରେ ସୁପ୍ରିମ କୋର୍ଟଙ୍କ ରହିତାଦେଶ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଭାବାନୀପାଟଣା ଠାରେ ଥିବା ମାଁ ମାଣିକେଶ୍ୱରୀ ଦେବୀଙ୍କ ପ୍ରସିଦ୍ଧା ଛତରଯାତ୍ରା ସମୟରେ ପଶୁବଳି ନିଷେଧ କରିବା ନେଇ ୨୦୧୭ ମସିହାରେ କଟକର ଜଣେ ସମାଜସେବୀ ଜୟନ୍ତୀ ଦାସଙ୍କ ଦ୍ୱାରା ଆଗତ ଜନସ୍ୱାର୍ଥ ମାମଲାରେ ଓଡିଶା ହାଇକୋର୍ଟ ୨୦୨୦ ମସିହା ଜାନୁୟାରୀ ୬ ତାରିଖରେ ଛତର ଯାତ୍ରାରେ ପଶୁବଳି ଉପରେ ନିଷେଧାଦେଶ ଜାରି କରିଥିଲେ।

ତେବେ ଏହି ଆଦେଶ ବିରୋଧରେ ଭବାନୀପାଟଣାର ସମାଜସେବୀ ଭବନୀଶଙ୍କର ନିଆଲ ସୁପ୍ରିମ୍‍କୋର୍ଟରେ ଏକ ସ୍ପେଶାଲ ଲିଭ୍‍ ପିଟିସନ ଦାଖଲ କରିଥିଲେ। ଏହାର ଶୁଣାଣି କରି ହାଇକୋର୍ଟଙ୍କ ପୂର୍ବ ଆଦେଶ ଉପରେ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତି କାଳିନ ରହିତାଦେଶ ଜାରି କରିଛନ୍ତି।

- Advertisement -

ପଶୁବଳି ବିଷେଧ ନେଇ ହାଇକୋର୍ଟଙ୍କ ଆଦେଶ ବିରୋଧରେ ସମାଜସେବୀ ଶ୍ରୀ ନିଆଲ ସୁପ୍ରିମ୍‍କୋର୍ଟରେ ଏକ ସ୍ପେଶାଲ ଲିଭ୍‍ ପିଟିସନ ଦାଖଲ କରିଥିଲେ। ସେ ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ, ଛତର ଯାତ୍ରା ସଂପର୍କରେ ଓଡିଶା ହାଇକୋର୍ଟରେ ଜୁନସ୍ୱାର୍ଥ ମାମଲା ଦାଖଲ କରିଥିବା ଜୟନ୍ତୀ ଦାସ କଳାହାଣ୍ଡିର ବାସିନ୍ଦା ନୁହନ୍ତି କିମ୍ବା ଛତରଯାତ୍ରା ସଂପର୍କରେ କୌଣସି ଧାରଣା ନାହିଁ। କଳାହାଣ୍ଡିବାସୀଙ୍କର ଧାର୍ମିକ ବିଶ୍ୱାସ ଓ ଶହଶହ ବର୍ଷର ପ୍ରଥା ଓ ପରମ୍ପରା ମଧ୍ୟରେ ହାଇକୋର୍ଟ ହସ୍ତକ୍ଷେପ କରି ଯାତ୍ରା ସମୟରେ ପଶୁବଳି ଉପରେ ନିଶେଧାଜ୍ଞା ଜାତି କରିଛନ୍ତି।

ତେବେ ହାଇକୋର୍ଟ ଏ ସଂପର୍କରେ କଳାହାଣ୍ଡିର କୌଣସି ବାସିନ୍ଦା କିମ୍ବା ଭକ୍ତଙ୍କ ମତାମତ ନନେଇ ଏଭଳି ଏକ ନିଷେଧାଜ୍ଞା ଜାରି କରିଛନ୍ତି। ଚଳିତ ଅକ୍ଟୋବର ୧୭ ତାରିଖରୁ ମାଣିକେଶ୍ୱରୀଙ୍କ ଶାରଦୀୟ ଦଶହରା ଉତ୍ସବ ଆରମ୍ଭ ହେଉଥିବାରୁ ଏହି ଆବେଦନକୁ ଶୀଘ୍ର ଶୁଣାଣି କରି ମାଣିକେଶ୍ୱରୀ ମନ୍ଦିରରେ ଶହ ଶହ ବର୍ଷ ଧରି ପ୍ରଥା ଓ ପରମ୍ପରା ଭାବରେ ଚାଲି ଆସିଥିବା ପୂଜା ନୀତି ପାଳନ କରିବା ପାଇଁ ଅନୁମତି ଦେବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ଏକ ମଧ୍ୟବର୍ତ୍ତି କାଳିନ ଆଦେଶ ଦେବା ନିମନ୍ତେ ପ୍ରାର୍ଥନା କରିଥିଲେ। ମାନ୍ୟବର ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ସମେତ ଜଷ୍ଟିଷ ଏ ବୋପାନ୍ନା ଓ ଜଷ୍ଟିଷ ଭି ରାମଶୁଭ୍ରମଣ୍ୟମଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପିଠ ଏହି ସ୍ପେଶାଲ ଲିଭ ପିଟିସନର ଶୁଣାଣି କରି ହାଇକୋର୍ଟଙ୍କ ପୂର୍ବ ଆଦେଶ ଉପରେ ମଧ୍ୟବର୍ତ୍ତି କାଳିନ ରହିତାଦେଶ ଜାରି କରିଛନ୍ତି।

ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆଇନଜୀବୀ ସୁକୁମାର ପଟ୍ଟଯୋଷୀ, କିରଣ କୁମାର ପାତ୍ର, ସୁନୀଲ କୁମାର ମୁଣ୍ଡ, ସଞ୍ଜୀବ ଯୋଷୀ, ସନ୍ଦିପ ମହାପାତ୍ର ଓ ବିଶ୍ୱଜିତ କୁମାର ପାତ୍ର ମାମାଲା ପରିଚାଳନା କରୁଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories