www.samajalive.in
Tuesday, December 9, 2025
16.1 C
Bhubaneswar

୧୫ ଚୋରି ମାମଲାର ମାଷ୍ଟର ମାଇଣ୍ଡ ସମେତ ୫ ଗିରଫ: ୫୪୦ ଗ୍ରାମ ସୁନା, ଦାମୀ କାର ଓ ବାଇକ ଜବତ

ବ୍ରହ୍ମପୁର: କିଛିମାସ ହେବ ବ୍ରହ୍ମପୁର ସହର ଓ ଉପକଣ୍ଠର ବିଭିନ୍ନ ସ୍ଥାନରେ ଚୋରି କରିଥିବା ଏକ ଲୁଟିଆ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ସହ ମୋଟ ୫ ଜଣ ଜଣଙ୍କୁ ବ୍ରହ୍ମପୁର ପୁଲିସ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୫୪୦ ଗ୍ରାମ ସୁନା ଅଳଙ୍କାର, ୧୦୦ ଗ୍ରାମ ରୂପା, ଦାମୀ କାର, କେଟିଏମ ବାଇକ, ୨ ସ୍କୁଟି, ଲକ୍ଷାଧିକ ଟଙ୍କା ମୂଲ୍ୟର ୟୁରୋ ନୋଟ, ୧୫ ମୋବାଇଲ, ଲାପଟପ, କ୍ୟାମେରା, ଟିଭି, ସହ ନଗଦ ୩୦ ହଜାର ଟଙ୍କା ଜବତ ହୋଇଛି। ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ୭ମ ଶ୍ରେଣୀ ପାଠ ପଢିଥିଲେ ମଧ୍ୟ ୟୁ-ଟ୍ୟୁବ ଦେଖି ଚୋରିର ବିଭିନ୍ନ କୌଶଳ ଶିଖିଥିଲା ବୋଲି ପୁଲିସ କହିଛି।

ବ୍ରହ୍ମପୁର ପୁଲିସ ପକ୍ଷରୁ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ପ୍ରକାରେ ଏହି ଗ୍ୟାଙ୍ଗ କିଛି ମାସ ମଧ୍ୟରେ ବ୍ରହ୍ମପୁର ସହରର ୧୫ଟି ସ୍ଥାନରୁ ଚୋରି କରିଥିଲେ। ଗୋସାଇଁନୂଆଗାଁ, ସଦର, ବୈଦ୍ୟନାଥପୁର ଓ ଗୋପାଳପୁର ଥାନା ଅଞ୍ଚଳରେ ଏହି ସବୁ ଚୋରି ମାମଲା ରୁଜୁ ହୋଇଥିଲା। ସେପ୍ଟେମ୍ବର ମାସରେ ଗୋସାଇଁନୂଆଗାଁ ଥାନା ଅନ୍ତର୍ଗତ ବେଢାବନ୍ଧ ସାହିର ସୁନିଲ ପାଣିଗ୍ରାହୀଙ୍କ ଘରୁ ୬୦୦ ଗ୍ରାମ ସୁନା ଅଳଙ୍କାର ସହ ନଗଦ ୪ ଲକ୍ଷ ୪୨ ହଜାର ଟଙ୍କା ଚୋରି ହୋଇଥିଲା। ଏହି ମାମଲା ସହ ପୂର୍ବରୁ ଉପରୋକ୍ତ ଥାନାରେ ରୁଜୁ ହୋଇଥିବା ୧୪ଟି ଚୋରି ମାମଲାର ତଦନ୍ତ ପାଇଁ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ନେତୃତ୍ବରେ ଏସଡିପିଓ ବିଷ୍ଣୁପ୍ରସାଦ ପତିଙ୍କ ସହ ଏକାଧିକ ଇନ୍ସିପେକ୍ଟରଙ୍କୁ ନେଇ ସ୍ବତନ୍ତ୍ର ଟିମ ଗଠନ ହୋଇଥିଲା। ଏହି ଟିମ୍ ବିଭିନ୍ନ ଦିଗରୁ ସୁରାକ ଖୋଜିବା ସହ ଏକାଧିକ ସନ୍ଦିଗ୍ଧ ଅପରାଧୀଙ୍କୁ ଜେରା କରିଥିଲେ। କିଛିଦିନ ତଳେ ବ୍ରହ୍ମପୁର ନିଳାଦ୍ରିବିହାର ତୃତୀୟ ଲାଇନରେ ରହୁଥିବା ତଥା ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ରେଡିକାସାହିର ସନ୍ତୋଷ ସାହୁ(୨୭)ର ଚାଲିଚଳନ ଉପରେ ପୁଲିସର ସନ୍ଦେହ ହେବା ପରେ ତା ଘରେ ଚଢଉ କରାଯାଇଥିଲା। ଚଢଉ ବେଳେ ସନ୍ତୋଷର ଘରୁ ଉପରୋକ୍ତ ସମସ୍ତ ଦାମୀ ଜିନିଷ ସହ ସୁନାକୁ ତରଳାଇବାରେ ବ୍ୟବହାର ହେଉଥିବା ଗ୍ୟାସ ବର୍ଣ୍ଣର ଜବତ ହୋଇଥିଲା। ସନ୍ତୋଷକୁ ଥାନାକୁ ଆଣି ପଚରାଉଚରା ବେଳେ ​‌େ​‌ସ ବେଡାବନ୍ଧ ସାହି ଚୋରି ଘଟଣା ସହ ଅନ୍ୟ ସମସ୍ତ ଚୋରି ଘଟଣାରେ ସଂପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଥିଲା ା ଚୋରି କରିବା ପାଇଁ ସନ୍ତୋଷ ଏକ ଗ୍ୟାଙ୍ଗ ଗଠନ କରିଥିଲା। ୟୁ-ଟ୍ୟୁବରୁ ଚୋରି କରିବା, ତାଲା ଭାଙ୍ଗିବା, ସୁନା ତରଳାଇବା ଭଳି ବିଭିନ୍ନ କୌଶଳ ଶିକ୍ଷା କରିବା ପରେ ଗ୍ୟାଙ୍ଗ ସଦସ୍ୟ ଜରିଆରେ ତାକୁ ବାସ୍ତବ ରୂପ ଦେଉଥିଲା।
ଏହି ଗ୍ୟାଙ୍ଗର ସଦସ୍ୟମାନେ ରାତିରେ ସହରର ବିଭିନ୍ନ ସ୍ଥାନ ବୁଲି କେଉଁ ଘରୁ ଚୋରି କଲେ ସଫଳତା ମିଳିବ ତାହା ନିର୍ଦ୍ଧାରଣ କରୁଥିଲେ। ଚୋରି କରିବା ପରେ ସୁନା ଅଳଙ୍କାରଗୁଡ଼ିକୁ ବ୍ୟବସାୟୀଙ୍କୁ ବିକ୍ରି କରୁଥିବା ବେଳେ ଆଉ କେତେକ ଅଳଙ୍କାରକୁ ଗୋଲ୍ଡ ଲୋନ ସଂସ୍ଥାରେ ଦେଇ ସେଠାରୁ ଟଙ୍କା ଆଣୁଥିଲେ। ସେହି ଟଙ୍କାରେ ଦାମୀ କାର, ମୋବାଇଲ, ବାଇକ କିଣି ଅୟସ କରୁଥିଲେ। ପୁଲିସ ସନ୍ତୋଷଙ୍କ ସହ ତା’ର ସହଯୋଗୀ ତଥା ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗିର ଦୀପକ ମହାରଣା ଓରଫ ଦୀପୁ(୨୧)କୁ ମଧ୍ୟ ଗିରଫ କରିଛି। ସେହିପରି ଲୁଟିଆଗ୍ୟାଙ୍ଗ ଠାରୁ ଚୋରି ସୁନା କିଣିଥିବା ବ୍ରହ୍ମୁପର କ୍ରିଷ୍ଣାମାପେଟା ସାହିର ଏ. ମନୋଜ କୁମାର ସେନାପତି(୫୬), ହରିଡାଖଣ୍ଡିର ଶିବଶଙ୍କର ସାହୁ(୪୧) ଓ ରବିନ୍ଦ୍ର କୁମାର ସାହୁ(୩୯)ଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ତେବେ ଏହି ଗ୍ୟାଙ୍ଗରେ ସଂପୃକ୍ତ ଥିବା ଅନ୍ୟ ସଦସ୍ୟଙ୍କୁ ଗିରଫ କରିବାକୁ ଉଦ୍ୟମ ଜାରି ରହିଥିବା ବ୍ରହ୍ମପୁର ଏସପି କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories