www.samajalive.in
Thursday, December 11, 2025
27.1 C
Bhubaneswar

ଭାରତୀୟ କମ୍ପାନୀ ରଚିଲା ଇତିହାସ, ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମାଣ କଲା ସ୍ନାଇପର ରାଇଫଲ

ନୂଆଦିଲ୍ଲୀ : ସ୍ୱଦେଶୀ ଜ୍ଞାନ କୌଶଳରେ ଦୁଇଟି ସ୍ନାଇପର ରାଇଫଲ ନିର୍ମାଣ କରି ଏକ ଭାରତୀୟ କମ୍ପାନୀ ଇତିହାସ ରଚିଛି। ଏବେ ଏହାର ପ୍ରେଟୋଟାଇପ ଉପଲବ୍ଧ ରହିଛି। ଏହି ବନ୍ଧୁକକୁ ଭାରତର ଏସଏସଏସ ଡିଫେନ୍ସ କମ୍ପାନୀ ନିର୍ମାଣ କରିଛି।

କମ୍ପାନୀର ବେଙ୍ଗାଲୁରୁଠାରୁ ୨୮ କିଲୋମିଟର ଦୂର ଜିଗାନୀଠାରେ ସ୍ଥିନ ନିଜ ବନ୍ଧୁକ କାରଖାନାରୁ ଏହି ଦୁଇ ବନ୍ଧୁକ ନିର୍ମାଣ କରିଛି। ଏହି ଦୁଇ ସ୍ନାଇପର ରାଇଫଲ ନାମ ହେଉଛି ୱାଇପର ଏବଂ ସାବେର। ୱାଇପରରେ ୩୦୮/୭.୬.୨ ଏମଏମ ଗୁଳି ଏବଂ ସାବେରରେ .୩୩୮ର ଗୁଳି ବ୍ୟବହାର ହେଉଛି। ୱାଇପର ମାରକ କ୍ଷମତା ୧ ହଜାର ମିଟିର ଏବଂ ସାବେରର ମାରତକ କ୍ଷମତା ୧୫୦୦ ମିଟର ରହିଛି। କମ୍ପାନୀ ନିର୍ଦେଶକ ସତୀଶ କହିଛନ୍ତି ଯେ ନବ ନିର୍ମିତ ଦୁଇ ସ୍ନାଇପର ରାଇଫଲକୁ ସେନାକୁ ଦିଆଯାଇଥିଲା। ସେନା ଓ ସରକାରୀ ଏଜେନ୍ସିଗୁଡ଼ିକ ଏହି ଦୁଇ ରାଫଲକୁ ପ୍ରଶଂସା କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ସେନା ଦୀର୍ଘ ଦିନ ହେବ ସ୍ନାଇପର ରାଇଫଲ କିଣିବାକୁ ଚେଷ୍ଟା ଜାରି ରଖିଛି। ହେଲେ ଏପର୍ଯ୍ୟନ୍ତ ସେନାକୁ ଏହି ରାଫଲ ମିଳିନାହିଁ। ସ୍ନାଇପର ରାଇଫଲ ପାଇଁ ପ୍ରାୟ ୨୦ଟି କମ୍ପାନୀ ଟେଣ୍ଡର ପକାଇଥିଲେ। ଏପଟେ ଏସଏସଏସ ଡିଫେନ୍ସ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ସବୁକିଛି ଠିକ ରହିଲେ ଏହି ସ୍ନାଇପର ରାଇଫଲ ବାହାର ଦେଶକୁ ରପ୍ନାନୀ କରିହେବ। ଏବେ ରାଇଫଲ ପରୀକ୍ଷା ପାସ କରିବା କମ୍ପାନୀର ବଡ଼ ଲକ୍ଷ୍ୟ ରହିଛି।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories