www.samajalive.in
Monday, December 8, 2025
27.1 C
Bhubaneswar

ବଙ୍ଗୀୟ ଅସ୍ମିତାର ପ୍ରକୃତ ହକଦାର କିଏ ?

ମହେଶ ଶର୍ମା

କଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇନାହିଁ, କି ତାରିଖ  ଘୋଷଣା ହୋଇ ନାହିଁ, କିନ୍ତୁ ସେଠାରେ ମୈଦାନରେ ଥିବା ରାଜନୈତିକ ଦଳ ମଧ୍ୟରେ ସାଧାରଣଜନତାଙ୍କ ପ୍ରସଙ୍ଗକୁ ଛାଡି ବଙ୍ଗୀୟ ଅସ୍ମିତା ପ୍ରସଙ୍ଗ ଯୋଡି ହୋଇ ଯାଇଛି । ବର୍ତ୍ତମାନ ସଦ୍ୟତମ ପ୍ରସଙ୍ଗ ହୋଇଛି ଯେ ବଙ୍ଗୀୟ ଅସ୍ମିତାର ପ୍ରକୃତ ହକଦାର କିଏ ? ସେଠାକାର ସଂସ୍କୃତିରେ ପରିପାଳିତ ତୃଣମୂଳ କଂଗ୍ରେସର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ନେତାମାନଙ୍କୁ କେବଳ ବାହାର ଲୋକ କହି ନାହାନ୍ତି, ବରଂ ମହାପୁରୁଷମାନଙ୍କୁ ସମ୍ମାନ ପ୍ରଦାନ ପ୍ରସଙ୍ଗରେ ଆଗରେ ଅଛନ୍ତି। ତେବେ ଏହି ପ୍ରସଙ୍ଗରେ ବିଜେପି ମଧ୍ୟ ପଛରେ ନାହିଁ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକୀରେ ନେତାଜୀଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ ନେଇ  ଟିଏମସି ଏବଂ ବିଜେପି ମଧ୍ୟରେ ପ୍ରତିଦ୍ବନ୍ଦିତା ଆରମ୍ଭ ହୋଇଯାଇଛି ।

- Advertisement -
Image : 7tint

ଜାନୁଆରୀ ୨୩ ହେଉଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ । ଓଡ଼ିଶାର କଟକରେ ଜନ୍ମ ନେଇଥିବା ନେତାଜୀଙ୍କ ୧୨୫ତମ ଜନ୍ମ ବାର୍ଷିକୀ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୮୫ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରାଯାଇଛି । ଏଥିରେ ଦଶ ଜଣ କେନ୍ଦ୍ର ମନ୍ତ୍ରୀ ଏବଂ ସାତ ଜଣ ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହୋଇଛନ୍ତି । ଏଥିରେ ପଶ୍ଚିମବଙ୍ଗରୁ ବିଜେପି ସହିତ ଜଡିତ ଅଧିକାଂଶ ପୁରୁଣା ଓ ନୂଆ ଚେହେରା ମଧ୍ୟ ରହିଛନ୍ତି । ଏହି କେନ୍ଦ୍ରୀୟ କମିଟିକୁ ନେଇ ଓଡିଶା କଂଗ୍ରେସ ଅସନ୍ତୋଷ ବ୍ୟକ୍ତ କରିଛି । ଦଳ କହିଛି ଯେ ନେତାଜୀ ଓଡ଼ିଶାରେ ଜନ୍ମ ନେବା ସହ ସହ ଶିକ୍ଷା ଲାଭ ଓ ସବୁକୁଛି  ଓଡ଼ିଶାରୁ ହିଁ କରିଛନ୍ତି, କିନ୍ତୁ କମିଟିରେ ଏଠାରୁ କେବଳ ଦୁଇ ଜଣଙ୍କୁ ପ୍ରତିନିଧିତ୍ୱ ଦିଆଯାଇଛି।

Image Source : Satya hindi

ଅନ୍ୟପକ୍ଷରେ ପ୍ରାୟ ୧୫ ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ରାଜ୍ୟ ସ୍ତରରେ ଏକ ଉଚ୍ଚ ସ୍ତରୀୟ କମିଟି ଘୋଷଣା କରିଛନ୍ତି ଯେଉଁଥିରେ ନୋବେଲ ବିଜେତା ଅମର୍ତ୍ତ୍ୟ ସେନ୍ ଏବଂ ଅଭିଜିତ୍ ବିନୟ ବାନାର୍ଜୀ, କବି ଶଙ୍କର ଘୋଷ, ନେତାଜୀଙ୍କ ପରିବାର ସଦସ୍ୟ ସୁଗତ ବୋଷ ମଧ୍ୟ ଅଛନ୍ତି । କମିଟି ଏକ ବର୍ଷ ପାଇଁ କାର୍ଯ୍ୟକ୍ରମ ସ୍ଥିର କରିବ। ନିର୍ବାଚନ ପାଖେଇ ଆସୁଥିବାରୁ ବିଜେପି ନେତାଜୀଙ୍କ ଭକ୍ତ ହୋଇ ଯାଇଛି ବୋଲି ମମତା ଅଭିଯୋଗ କରିଛନ୍ତି । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରାଯାଉ ବୋଲି ମମତା କେନ୍ଦ୍ର ସରକାରଙ୍କ ଠାରେ ଦାବି କରିଛନ୍ତି । ଏ ଦିଗରେ କେନ୍ଦ୍ର ସରକାର କିଛି କରିନାହାନ୍ତି । କେବଳ ଅଳ୍ପ କିଛି ଫାଇଲ ଜନସାଧାରଣଙ୍କ ପାଇଁ ସାର୍ବଜନୀନ କରିଛନ୍ତି ।

Photo Courtesy : prabhasakshi.com

ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଜର୍ମାନ ଏବଂ ଜାପାନ ଯୁଦ୍ଧବନ୍ଦୀ ଭାରତୀୟଙ୍କୁ ନେଇ ଇଣ୍ଡିଆନ ନେସନାଲ ଆର୍ମି ଗଠନ କରିଥିଲେ ଏବଂ ଇଂରେଜ ମାନଙ୍କ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମ କରିଥିଲେ । ନେତାଜୀଙ୍କ ମୃତ୍ୟୁକୁ ନେଇ ଏବେ ମଧ୍ୟ ରହସ୍ୟ ଜାରି ରହିଛି । ପଶ୍ଚିମବଙ୍ଗର ତୃଣମୂଳ  କଂଗ୍ରେସ ଏବଂ ବିଜେପି ପାଇଁ ନିର୍ବାଚନ ପରିବେଶରେ ନେତାଜୀ ଗୁରୁତ୍ୱପୂର୍ଣ୍ଣ ପାଲଟି ଯାଇଛନ୍ତି । ତୃଣମୂଳ କଂଗ୍ରେସ ଏହି ନିର୍ବାଚନକୁ ହିନ୍ଦୁ ଜାତୀୟତା ବନାମ ବଙ୍ଗୀୟ ଅସ୍ମିତାରେ ବଦଳାଇ ଦେଇଛି । ସୂଚନାଯୋଗ୍ୟ, ଏହି ପ୍ରସଙ୍ଗରେ କେବଳ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ନୁହଁନ୍ତି ବରଂ ରବୀନ୍ଦ୍ରନାଥ ଟାଗୋର, ରାଜା ରାମମୋହନ ରାୟ, ସ୍ୱାମୀ ବିବେକାନନ୍ଦ, ରାମକୃଷ୍ଣ ପରମହଂସ, ବାଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ପ୍ରମୁଖ ମହାପୁରୁଷ ଗୁରୁତ୍ବ ରଖୁଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories