www.samajalive.in
Monday, December 8, 2025
24.1 C
Bhubaneswar

ବୀମା ପ୍ରିମିୟମ ବାନ୍ଧିବାକୁ ଯାଇ ଯୁବକ ନିଖୋଜ: ରକ୍ତ ଭିଜା ବାଇକ ଉଦ୍ଧାର, ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଜୋରଦାର

ବେଲଗାଁ: ବେଲଗାଁ ଫାଣ୍ଡି ତଥା ସଇଁନ୍ତଲା ଥାନା ଅନ୍ତର୍ଗତ ନୁଆପଡା ଗ୍ରାମର ଲେମ୍ବୁ ପ୍ରଧାନ ଗତକାଲି ପୁର୍ବାହ୍ନ ୧୧ଟାରୁ ଘରୁ ବାହାରି ବୀମା ବାନ୍ଧିବାକୁ ଯାଇଥିବାବେଳେ ଅଦ୍ୟାବଧି ନିଖୋଜ ରହିଛନ୍ତି। ଆଜି ତାଙ୍କର ରକ୍ତଭିଜା ବାଇକ, ଜୋତା ଏବଂ ଟୋପି ଗ୍ରାମରୁ କିଛି ଦୁର ଘୁନସର କଲେଜ ନିକଟସ୍ଥ ରାସ୍ତା କଡ ଜଙ୍ଗଲରେ ପଡ଼ିଥିବା ପରିବାର ଲୋକେ ଠାବ କରିଛନ୍ତି। ତେବେ କେହି ଲେମ୍ବୁ ପ୍ରଧାନଙ୍କୁ କେହି ହତ୍ୟା କରିଥାଇ ପାରନ୍ତି ବୋଲି ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।
ପରିବାର ଲୋକଙ୍କ ସୁଚନା କ୍ରମେ ଗତକାଲି କୃଷି ବୀମା ପ୍ରିମିୟମ ଦାଖଲ କରିବାକୁ କହି ପୁର୍ବାହ୍ନରେ ଲେମ୍ବୁ ଘରୁ ବାହାରିଯାଇଥିଲେ। ହେଲେ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ଗତକାଲି ଠାରୁ ଖୋଜାଖୋଜି ଆରମ୍ଭ କରିଥିବା ବେଳେ ଆଜି ଦେଉଳି ଛକ ନିକଟସ୍ଥ ରାସ୍ତା କଡ ଜଙ୍ଗଲରୁ ତାଙ୍କ ବାଇକ ଛିଡା ହୋଇଥିବା ଦେଖିଥିଲେ। ବାଇକର ତେଲଟାଙ୍କି ସମେତ ବିଭିନ୍ନ ସ୍ଥାନରେ ରକ୍ତ ଛିଟା ଲାଗିଥିବା ଦେଖାଯାଇଥିଲା। ଏହା ସହ ରାସ୍ତାରେ ମଧ୍ୟ ରକ୍ତ ଛିଟା ଲାଗିଥିବା ଦେଖାଯାଇଥିଲା। କିଛି ଦୁର ଅନ୍ତରରେ ଲେମ୍ବୁଙ୍କ ଜୋତା ଏବଂ ଟୋପି ପଡିଥିବା ପରିବାର ଲୋକେ ଚିହ୍ନଟ କରିଥିଲେ। ଏନେଇ ଖବର ପାଇ ବେଲଗାଁ ପୁଲିସ ଅଧିକାରୀ ଅନାଦି ମଟାରି, ବଡମାଲ ପୁଲିସ ଅଧିକାରୀ କୁନୁ ସାହୁ ପ୍ରମୁଖ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏହାପରେ ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ର ନାରାୟଣ ଶତପଥି, ସଇଁନ୍ତଲା ଥାନା ଆଇଆଇସି ବାରିଣୀ ଦାଶ, ବଲାଙ୍ଗିର ସାଇନ୍ଟିଫିକ ଟିମ, ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଜୋରଦାର କରିଛନ୍ତି। ସନ୍ଧାନୀ କୁକୁର ଘଟଣାସ୍ଥଳରୁ କିଛି ଦୁରରେ ଥିବା ଏକ ଛୋଟ ଗାଡିଆ ଭିତରେ ପଶିବା ପରେ ଗ୍ରାମର କିଛି ଯୁବକ ଏବଂ ଅଗ୍ନିଶମ ବିଭାଗ ଗାଡିଆରେ ଖୋଜାଖୋଜି ଆରମ୍ଭ କରିଛନ୍ତି। ରିପୋର୍ଟ ଲେଖାଯିବା ସୁଦ୍ଧା ମୃତଦେହ ଉଦ୍ଧାର ହୋଇପାରିନାହିଁ। ଅପରପକ୍ଷରେ ଗତକାଲି ସକାଳୁ ନିକଟସ୍ଥ ଭୁସ୍କିମାଲ ଗ୍ରାମର ଜଣେ ଯୁବକଙ୍କ ସହ ଲେମ୍ବୁ କଥାବାର୍ତ୍ତା ହେଉଥିବା କିଛି ଲୋକ ଦେଖିଥିବା କହିଛନ୍ତି। ଜଣେ ଯୁବକଙ୍କ ସହ ଲେମ୍ବୁ ଗତକାଲି ନିଜ ବାଇକରେ ବୁଲାବୁଲି କରିଥିବା ମଧ୍ୟ ଦେଖାଯାଇଛି। ପିତାମାତାଙ୍କ ଗୋଟିଏ ସନ୍ତାନ ଲେମ୍ବୁ ଗତ ଦୁଇ ବର୍ଷ ତଲେ ବିବାହ କରିଥିବା ବେଳେ ତାଙ୍କର କୌଣସି ସନ୍ତାନ ସନ୍ତତି ନଥିବା ଜଣାଯାଇଛି। ପତ୍ନୀ, ବିଧବା ମା, ଜଣେ ଅବିବାହିତ ଭଉଣୀଙ୍କ ଭରଣପୋଷଣ ତାଙ୍କ ଉପରେ ରହିଛି। ଏପରିପ୍ରେକ୍ଷୀରେ ତାଙ୍କର ଅଚାନକ ନିଖୋଜ ଖବର ପରିବାର ତଥା ଗ୍ରାମରେ ବିଷାଦ ଖେଲିଯାଇଛି। ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories