www.samajalive.in
Sunday, December 7, 2025
26.1 C
Bhubaneswar

ବେଗୁନିଆ-ନୁଆସାହିରେ ଆଉ ୫ ପଜିଟିଭ ଚି଼ହ୍ନଟ

ବେଗୁନିଆ : ବେଗୁନିଆ-ନୁଆସାହିରେ ଚାଲିଥିବା କଣ୍ଟାକ୍ଟ ଟ୍ରେସିଙ୍ଗର ଚତୁର୍ଥ ଦିନରେ ଶନିବାର ୩୧ ଜଣଙ୍କର ରାପିଡ ଆଣ୍ଟିଜେନ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ବେଗୁନିଆ-ନୁଆସାହିର ଜଣେ ମହିଳାଙ୍କର ପଜିଟିଭ ଥିବାର ଜଣାପଡିଥିଲା। ସେହିପରି କଣ୍ଟାକ୍ଟ ଟ୍ରେସିଙ୍ଗରେ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଯାଇଥିବାବେଳେ ୪ଜଣଙ୍କ ପଜିଟିଭ ରିପୋର୍ଟ ଗତକାଲି ରାତିରେ ଆସିଥିଲା। ସେମାନଙ୍କ ମଧ୍ୟରୁ ବେଗୁନିଆ -ନୁଆସାହିର ଦୁଇଜଣ ପୁରୁଷ ଏବଂ ଜଣେ ମହିଳା ଓ ତାଙ୍କର ୩ବର୍ଷର ପୁଅ ପଜିଟିଭରେ ଆକ୍ରାନ୍ତ ରିପୋର୍ଟ ଆସିବା ପରେ ଆଜି ୫ ଜଣଙ୍କୁ ଛତାବରସ୍ଥିତ କୋଭିଡ ହସ୍ପିଟାଲକୁ ପଠାଇଦିଆଯାଇଛି।

ବେଗୁନିଆ ପଂଚାୟତର ବେଗୁନିଆ-ନୁଆସାହି ଏବଂ ଗୋଲାପାଟଣା ଗ୍ରାମରେ ପଜିଟିଭ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ସରପଞ୍ଚ କୁମୁଦିନୀ ସ୍ୱାଇଁଙ୍କ ସୁପାରିଶ କ୍ରମେ ଜିଲ୍ଲାପାଳ ସମ୍ପୃକ୍ତ ଦୁଇଟି ସ୍ଥାନକୁ ୨ତାରିଖ ସକାଳ ୭ଟା ପର୍ୟ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିବାବେଳେ ଦ୍ରୁତଗତିରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ରୋକିବା ପାଇଁ ବେଗୁନିଆ ସରପଞ୍ଚ ବେଗୁନିଆ ପଂଚାୟତକୁ ୧ତାରିଖ ସକାଳ ୬ଟାରୁ ୩ତାରିଖ ରାତ୍ର ୧୨ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି କ୍ଷ ବେଗୁନିଆ ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୭୮ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ବିଭାଗ ତରଫରୁ ଉକ୍ତ ପଂଚାୟତରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଉଚିତ ସମୟରେ ଗ୍ରହଣ କରାନଗଲେ ପରିସ୍ଥିତି ଆଗାମୀ ଦିନରେ ଅଣାୟତ୍ତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories