www.samajalive.in
Tuesday, December 9, 2025
15.1 C
Bhubaneswar

ରାଜସ୍ୱ ଆଦାୟ କ୍ଷେତ୍ରରେ ବେଗୁନିଆ ତହସିଲ ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମ

ବେଗୁନିଆ : ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କ ପ୍ରଚେଷ୍ଟା ଏବଂ ନିଷ୍ଠାପର ଉଦ୍ୟମ ଯୋଗୁଁ ରାଜସ୍ୱ ଆଦାୟ କ୍ଷେତ୍ରରେ ବେଗୁନିଆ ତହସିଲ ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମ ହେବାର ଗୌରବ ଅର୍ଜନ କରିପାରିଛି । ଶ୍ରୀ ମଣ୍ଡଳ ଏଠାରେ ଅକ୍ଟୋବର ୭ ତାରିଖ ୨୦୨୦ରେ ଯୋଗ ଦେବାସମୟରେ ତହସିଲର ରାଜସ୍ୱ ଶୂନ୍ୟ ଥିଲା । ସେ ଏଠାରେ ୫ ମାସ ହେବ ଯୋଗ ଦେଇ କାର୍ୟ୍ୟାଳୟରେ କର୍ମଚାରୀ ଅଭାବ ଥିଲେ ମଧ୍ୟ କାର୍ୟ୍ୟକରି ନିଜ ପାରିବା ପଣିଆର ପରାକାଷ୍ଠା ଦେଖାଇ ପାରିଛନ୍ତି । ଫଳରେ ସେଥିପାଇଁ ସେ ଜିଲ୍ଲାସ୍ତରରୁ ଆରମ୍ଭ କରି ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କ ନିକଟରେ ଜଣେ ଦକ୍ଷ ଅଧିକାରୀ ଭାବେ ନିଜର ପରିଚୟ ସୃଷ୍ଟି କରିବା ସହିତ ସୁନାମ ଅର୍ଜନ କରିପାରିଛନ୍ତି । ଚଳିତ ୨୦୨୦/୨୧ ଆର୍ଥିକ ବର୍ଷରେ ତହସିଲ କାର୍ୟ୍ୟାଳୟ ତରଫରୁ ୪ କୋଟି ୧୮ ଲକ୍ଷ ୯୨ ହଜାର ଟଙ୍କାର ରାଜସ୍ୱ ଆଦାୟ କରିବା ପାଇଁ ସରକାରୀ ସ୍ତରରେ ଲକ୍ଷ ରହିଥିବାବେଳେ ସେ କାର୍ୟ୍ୟାଳୟରେ ରହିଥିବା ପୂର୍ବ ବର୍ଷର ସମସ୍ତ ରେକର୍ଡକୁ ଭଙ୍ଗ କରି ଏନଫୋର୍ସମେଣ୍ଟ ଏବଂ ଖଜଣା ଅଶୁଲ ବାବଦରେ ଜିଲ୍ଲାରେ ରେକର୍ଡ ପରିମାଣର ରାଜସ୍ୱ ୬ କୋଟି ୮ ଲକ୍ଷ ୯୪ ହଜାର ୪୦୨ ଟଙ୍କା ଆଦାୟ କରିବାରେ ସକ୍ଷମ ହୋଇଛି । ତହସିଲଦାର ଶ୍ରୀ ମଣ୍ଡଳଙ୍କ ପ୍ରତେକ୍ଷ ତତ୍ୱ।ବଧାନରେ ରାଜସ୍ୱ ପରିଦର୍ଶକ ,ରାଜସ୍ବନିରୀକ୍ଷକ ଓ କର୍ମଚାରୀମାନଙ୍କ ସହାୟତାରେ ଏହି ବିପୁଳ ପରିମାଣର ରାଜସ୍ୱ ଆଦାୟ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ଖୋର୍ଦ୍ଧା ସବ ଡିଭିଜନ ଅଧୀନରେ ଥିବା  ୬ଟି ବ୍ଲକ ମଧ୍ୟରୁ ବେଗୁନିଆ-୧୪୫.୩୬,ବୋଲଗଡ଼-୬୪ ଖୋର୍ଦ୍ଧା-୭୧ ,ଟାଙ୍ଗି-୧୧୧ ,ବାଣପୁର-୬୫ ,ଏବଂ ଚିଲିକା-୧୦୯ ପ୍ରତିଶତ ରାଜସ୍ୱ ଆଦାୟ କରିଥିବାବେଳେ ଭୁବନେଶ୍ୱର ସବ ଡିଭିଜନ ଅଧୀନରେ ଥିବା ୪ ଟି ବ୍ଲକ ମଧ୍ୟରୁ ଭୁବନେଶ୍ୱର-୧୧୦ ,ଜଟଣୀ-୧୦୮ ,ବାଲିପାଟଣା-୧୨୧ଏବଂ ବାଲିଅନ୍ତା-୧୦୯ ପ୍ରତିଶତ ରାଜସ୍ୱ କରିଥିବାର ଜଣାପଡିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories