ସୁମିଙ୍ଗ ପୁଲ୍‍ ନିକଟରେ ଶୋଇଥିଲେ ବ୍ୟକ୍ତି, ପହଞ୍ଚିଲା ଭାଲୁ

ଆମେରିକାର ମାସାଚୁସେଟ୍ସରେ ଜଣେ ବ୍ୟକ୍ତି ସୁମିଙ୍ଗ ପୁଲ୍‍ ନିକଟରେ ଥିବା ଏକ ସ୍ଥାନରେ ( ବସିବା ପାଇଁ ସ୍ଥାନ) ଶୋଇଥିଲେ। ସେହି ସମୟରେ ଏକ ଭାଲୁ ତାଙ୍କ ନିକଟକୁ ଆସି ତାଙ୍କୁ ନିଦରୁ ଉଠାଇବାକୁ ଚେଷ୍ଟା କରିଛି। କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି କି ? ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା। ବର୍ତ୍ତମାନ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଏବେ ଖୁବ ଭାଇରାଲ ହେଉଛି।
ଭିଡ଼ିଓରେ ସମ୍ପୂର୍ଣ୍ଣ ଦେଖାଯାଉଛି ଏକ ଭାଲୁ ସେହି ବ୍ୟକ୍ତିଙ୍କୁ ଉଠାଇବାକୁ ଚେଷ୍ଟା କଲା। କାରଣ ସେ ସୁମିଙ୍ଗ ପୁଲ ନିକଟରେ ଶୋଇଥିଲେ। ଭାଲୁ ଖୋଲା ହୋଇଥିବା ଏକ ଗେଟ ମଧ୍ୟ ଦେଇ ବ୍ୟକ୍ତିଙ୍କ ଘର ଓ ଭିତରେ ଥିବା ସୁମିଙ୍ଗ ପୁଲ୍‍ ନିକଟକୁ ଆସିଛି। ଏହାପରେ ଭାଲୁଟି ଉକ୍ତ ବ୍ୟକ୍ତିଙ୍କ ପାଦକୁ ଶୁଙ୍ଘିବା ସହ ସୁମିଙ୍ଗ ପୁଲ୍‍ ରେ ଆରାମରେ ପାଣି ପିଉଛି। ପାଣି ପିଇବା ପରେ ଭାଲୁଟି ପୁଣି ଉକ୍ତ ବ୍ୟକ୍ତିଙ୍କ ନିକଟକୁ ଆସି ତାଙ୍କ ପାଦକୁ ଶୁଙ୍ଘୁଛି। ଏହାପରେ ବ୍ୟକ୍ତି ଜଣଙ୍କ ନିଦରୁ ଉଠି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

 

Comments are closed.