www.samajalive.in
Tuesday, December 9, 2025
17.1 C
Bhubaneswar

ସମାଜ ପ୍ରଭାବ; ଅସହାୟ ଲକ୍ଷ୍ମୀ ପାଖରେ ପହଞ୍ଚିଲେ ବିଡିଓ

କଲମପୁର : ନିଜ ସ୍ୱାମୀ ଡମୁ ମାଝୀର ମୃତ୍ୟୁ ପରେ ଏବେ ତିନି ସନ୍ତାନକୁ ନେଇ ଅସହାୟ ଜୀବନ ଜୀଉଁଛନ୍ତି ଗୋପିନାଥପୁର ପଞ୍ଚୟତ ଅଧୀନସ୍ଥ କନରପାସ ଗ୍ରାମର ବୃଦ୍ଧା ଲକ୍ଷ୍ମୀ। ଘରର ମୁରବୀ ସହିତ ପର ହାତକୁ ଚାଲିଯାଇଛି ସରକାରଙ୍କ ଦ୍ୱାରା ପ୍ରଦପ୍ତ ଖାଉଟି କାର୍ଡ। ତିନି ସନ୍ତାନଙ୍କୁ ଖାଇବାକୁ ଦେବାରେ ଅସମର୍ଥ ହେଉଥିବା ବେଳେ ଦାଉ ସାଧିଲା କୃଷ୍ଠ ରୋଗର ପ୍ରଭାବ। ଯାହାରି ପାଇଁ ଦିନକୁ ଦିନ ଅସହାୟ ହେଇ ପଡୁଥିଲା ନିଜ ସନ୍ତାନଙ୍କ ଭବିଷ୍ୟତ ନେଇ। ଏନେଇ ‘ସମାଜ’ରେ ଖବର ପ୍ରକାଶିତ ହେବା ପରେ ବରଗଡ ଅଞ୍ଚଳର ଜନୈକା ସାମାଜିକ କର୍ମୀ ଦୀପା ବାରିକ ଅସହାୟ ପରିବାରକୁ ସମାଜିକ ସୁରକ୍ଷା ଓ ଖାଦ୍ୟ ସୁରକ୍ଷା ଯୋଗାଇ ଦେବା ନେଇ ବିଭାଗୀୟ ଅଧିକାରୀଙ୍କ ସମେତ ଜିଲା ପ୍ରଶାସନକୁ ଟ୍ୱିଟ ମାଧ୍ୟମରେ ଅବଗତ କରାଇଥିଲେ। ବିଡିଓ ନିଶାନ ମିଶ୍ର ଏନେଇ ସୂଚନା ପାଇବା ପରେ ତୁରନ୍ତ କନରପାସ ଯାଇ ଲକ୍ଷ୍ମୀର ଦୟନୀୟ ଅବସ୍ଥା ଦେଖିଥିଲେ। ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ନେଇ ପ୍ରତିଶୃତି ଦେଇଛନ୍ତି। ବିଡିଓ ଶ୍ରୀ ମିଶ୍ରଙ୍କ ସୂଚନା ଅନୁସାରେ ତୁରନ୍ତ ଏହି ପରିବାରକୁ ସାମାଜିକ ସୁରକ୍ଷା ଯୋଜନା ସହିତ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବ ବୋଲି ମତବ୍ୟକ୍ତ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories