www.samajalive.in
Tuesday, December 9, 2025
16.1 C
Bhubaneswar

ଅସହାୟଙ୍କ ସାଥୀ ୪ ଭିନ୍ନକ୍ଷମ ମହିଳା

ଭୁବନେଶ୍ବର : ନିଜେ ଠିକ୍‌ରେ ଚାଲିପାରୁ ନାହାନ୍ତି। କାହାର ପାଦ ଠିକ୍‌ରେ ପଡ଼ୁନି, କାହାର ହାତ ଠିକ୍‌ରେ କାମ କରୁନି। ପାଖରେ କେହି ସାହା ଭରସା ନାହାନ୍ତି। ଏଭଳି ପରିସ୍ଥିତିରେ ନିଜେ ସ୍ବାବଲମ୍ବୀ ହେବା ସହିତ ଅନ୍ୟ ଭିନ୍ନକ୍ଷମ ଓ ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢ଼ାଇଛନ୍ତି। ଆତ୍ମୀୟ ଫାଉଣ୍ଡେସନର ୪ ଭିନ୍ନକ୍ଷମ ମହିଳା ମାଳତୀ ମଣ୍ଡଳ, ସୁଭଦ୍ରା ଦାସ, ସୁନିତା ସେଠୀ, ସିଲା ମନ୍ତ୍ରୀ ସାଧାରଣ ଲୋକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

ପୋଖରୀପୁଟରେ ଏହି ୪ ଭିନ୍ନକ୍ଷମ ମହିଳା ରହୁଛନ୍ତି। ସେମାନେ ଭିନ୍ନକ୍ଷମ ହୋଇଥିଲେ ସୁଦ୍ଧା କେବେ ନିଜକୁ କାହାରି ଉପରେ ନିର୍ଭର କରି ଚଳିବାକୁ ପସନ୍ଦ କରନ୍ତି ନାହିଁ। ନିଜେ ସ୍ବାବଲମ୍ବୀ ହେବା ପାଇଁ ପେପର ପ୍ଲେଟ୍‌ ତିଆରି କରୁଥିଲେ। ଏହି ପେପର ପ୍ଲେଟ୍‌କୁ ବଜାରର ବିଭିନ୍ନ ମାର୍କେଟକୁ ଦେଉଥିଲେ। ସେଥିରୁ ଯାହା ରୋଜଗାର ହୁଏ ସେଥିରେ ନିଜର ଖର୍ଚ୍ଚ ତୁଲାଉଥିଲେ। କରୋନା ଲକ୍‌ଡାଉନ୍‌ରେ ଦୋକାନ ବଜାର ବନ୍ଦ ଥିବାରୁ ପେପର ପ୍ଲେଟ୍‌ ତିଆରି ବନ୍ଦ ରହିଛି। ସେମାନଙ୍କ ପାଖରେ ଥିବା ଗଚ୍ଛିତ ଟଙ୍କାରେ ସେମାନେ ଦୁଇ ମାସ ହେବ ଚଳୁଥିଲେ। ହେଲେ ଲକ୍‌ଡାଉନ୍‌ ବଢ଼ୁଥିବାରୁ ଚଳିବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି। ସେଥିପାଇଁ କିଛି କାମ କରି ଟଙ୍କା ରୋଜଗାର କରିବାକୁ ମହିଳାମାନେ ଚିନ୍ତା କରିଛନ୍ତି। ସେମାନେ କପଡ଼ା କିଣି ମାସ୍କ ତିଆରି ଆରମ୍ଭ କରିଛନ୍ତି। ଯେହେତୁ ବଜାରରେ ମାସ୍କର ଚାହିଦା ରହିଛି, ତେଣୁ ଏହାକୁ ବିକ୍ରି କରି ନିଜର ଖର୍ଚ୍ଚ ଉଠାଇ ପାଇଁ ପ୍ରୟାସ ଜାରି ରଖିଛନ୍ତି।

- Advertisement -

ପ୍ରତ୍ୟେକ ଦିନ ଏହି ୪ ଭିନ୍ନକ୍ଷମ ମହିଳା ଶହଶହ ମାସ୍କ ତିଆରି କରି ବିକ୍ରି କରିବା ଆରମ୍ଭ କରିଛନ୍ତି। ସାଧାରଣ ଲୋକଙ୍କୁ ୧୦ ଟଙ୍କାରେ ମାସ୍କ ବିକ୍ରି କରୁଥିବାବେଳେ ଗରିବ, ଅସହାୟ ଓ ଦିବ୍ୟାଙ୍ଗଙ୍କୁ ମାଗଣାରେ ମାସ୍କ ଦେଉଛନ୍ତି। ତାଙ୍କ ରୋଜଗାରରୁ ମିଳୁଥିବା ଟଙ୍କାରେ ସେମାନେ ଚଳିବା ସହିତ ଅନ୍ୟମାନଙ୍କୁ ସାହାଯ୍ୟର ହାତ ବଢ଼ାଉଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories