www.samajalive.in
Sunday, December 7, 2025
16.1 C
Bhubaneswar

ବିଧାନସଭା ବଜେଟ୍‌‌ ଅଧିବେଶନ ; ରାଜ୍ୟପାଳଙ୍କ ଅଭିଭାଷଣ

ଭୁବନେଶ୍ୱର : ଆଜି ଠାରୁ ରାଜ୍ୟରେ ବିଧାନସଭା ବଜେଟ୍‌‌ ଅଧିବେଶନ।  ଏହି ଅବସରରେ ଅଭିଭାଷଣ ଦେଉଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌‌। ଦିବଂଗତ ସଦସ୍ୟଙ୍କୁ ରାଜ୍ୟପାଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ନିଜ ଅଭିଭାଷଣ ଆରମ୍ଭ କରି ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ସ୍କୁଲ ରୂପାନ୍ତରଣ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଶିକ୍ଷା କ୍ଷେତ୍ରରେ ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି କହିଛନ୍ତି। ଶିଳ୍ପ କ୍ଷେତ୍ରରେ ପୂର୍ବ ଭାରତରେ ଓଡିଶା ଆଗୁଆ। ଶିଳ୍ପକ୍ଷେତ୍ରରେ ବିକାଶକୁ ଗୁରୁତ୍ୱ ଦିଆଯାଇଛି। ମେକଇନ ଓଡିଶା କନକ୍ଲେଭରେ ୧୦ ଲକ୍ଷ କୋଟିର ପୁଞ୍ଜି ନିବେଶ ପ୍ରତିଶ୍ରୁତି, ୫ଟି ଓ ମୋ ସରକାର ଶାସନ ବ୍ୟବସ୍ଥାକୁ ସୁଦୃଢ କରିଛି।

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କରିବାରେ ଆଗରେ ଓଡିଶା। ଖରିଫ ଋତୁରେ ଫସଲ ଋଣ ପ୍ରଦାନ ଲକ୍ଷ୍ୟ ୯ ହଜାର କୋଟି। ୧୮ ଲକ୍ଷ କୃଷକଙ୍କୁ ୮,୭୧୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ଜାଗା ମିଶନରେ ବସ୍ତିକୁ ଆଦର୍ଶ କଲୋନୀରେ ରୂପାନ୍ତରିତ କରାଯାଇଛି। ଗରିବଙ୍କୁ ପକ୍କା ଘର ଯୋଗାଇବାକୁ ସରକାର ପ୍ରତିବଦ୍ଧ। ଧାନ ସଂଗ୍ରହ କରିବାରେ ଓଡିଶାକୁ ସଫଳତା। ଏହାସହ ବସୁଧା ଯୋଜନାରେ ପାନୀୟ ଜଳ ବ୍ୟବସ୍ଥା ଦ୍ୱାରା ଗ୍ରାମାଞ୍ଚଳ ଓ ସହରାଞ୍ଚଳକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଦ୍ୱାରା ୨୦୨୪ ସୁଦ୍ଧା ସବୁ ଗାଁକୁ ମିଳିବ ବିଶୁଦ୍ଧ ପାନୀୟ ଜଳ।

- Advertisement -

ପ୍ରତିଷ୍ଠା ହୋଇଛି ବିଶ୍ୱସ୍ତରୀୟ କ୍ରୀଡା ଭିତ୍ତିଭୂମି। ୨ ଥର ଏଫଆଇଏଚ୍‌‌ ପୁରୁଷ ହକି ବିଶ୍ୱକପ ସଫଳତାର ସହ ଆୟୋଜିତ ହୋଇଛି। ଭିତ୍ତିଭୂମି ବିକାଶ ପାଇଁ ମୋଟ ଘରୋଇ ଉତ୍ପାଦନର ୫% ବିନିଯୋଗ ହୋଇଛି। ନେଚର କ୍ୟାମ୍ପ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସହାୟକ ହୋଇଛି। ଚଳିତ ବର୍ଷ ରାଜ୍ୟରେ ୨୫ କୋଟି ଶ୍ରମ ଦିବସ ସୃଷ୍ଟିର ଳକ୍ଷ୍ୟ ରଖାଯାଇଛି। ଏଥିରେ ପ୍ରାୟ ୩୦ ଲକ୍ଷ ପରିବାର ଓ ୪୬ ଲକ୍ଷ ଶ୍ରମଜୀବୀଙ୍କୁ ରୋଜଗାର ମିଳିବ।

ମୁକ୍ତା ଯୋଜନାକୁ ପ୍ରଶଂସା କରିଛନ୍ତି ରାଜ୍ୟପାଳ। ଏହି ଯୋଜନାରେ ୭ ଶହ କୋଟି ବିନିଯୋଗ ହୋଇଛି। ୬୩୨୦ଟି ସହରାଞ୍ଚଳ ଭିତ୍ତିଭୂମି ପ୍ରକଳ୍ପ ଆରମ୍ଭ କରିଛନ୍ତି ସରକାର। କଟକର ରୂପା ତାରକସୀକୁ ଜିଆଇ ମାନ୍ୟତା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ କେନ୍ଦ୍ରାପଡାର କାଇଁଚ ଘାସ କାରୁକାର୍ଯ୍ୟକୁ ଜିଆଇ ମାନ୍ୟତା ପାଇଁ ଆବେଦନ କରାଯାଇଛି। ରାଜ୍ୟରେ ବ୍ରଏଲର କୁକୁଡା ଚାଷକୁ ପ୍ରୋତ୍ସାହିତ କରୁଛନ୍ତି ସରକାର। ବ୍ରଏଲର ୟୁନିଟ ପ୍ରତିଷ୍ଠା ପାଇଁ ସହାୟତା ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି। ବ୍ୟକ୍ତିଗତ ଉଦ୍ୟୋଗୀ ଓ ଏସଏଚଜିଙ୍କୁ ସହାୟତା ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୩-୨୪ରେ ସବୁ ଗାଁକୁ ଓଡିଏଫ ପ୍ଲସ ଘୋଷଣା କରିବାକୁ ଲକ୍ଷ୍ୟ ରଖାଯାଇଛି। ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନାରେ ସାମିଲ ହେବେ ସମସ୍ତ ପଞ୍ଚାୟତ।

ରାଜ୍ୟରେ ମାଓ ପ୍ରଭାବିତ ଜିଲା ସଂଖ୍ୟା ୨୧ ରୁ ୧୦କୁ ହ୍ରାସ ହୋଇଛି। ମାଓ ବିରୋଧୀ ଅଭିଯାନରେ ମିଳିଛି ବିରାଟ ସଫଳତା। ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଆମୂଳଚୂଳ ପରିବର୍ତ୍ତନ ହୋଇଛି।

୨୦୩୦ ସୁଦ୍ଧା ମ୍ୟାଲେରିଆ ମୁକ୍ତ ଓଡିଶା ଲକ୍ଷ୍ୟ ରଖାଯାଇଛି। ୨୧ ଜିଲାର ଦୁର୍ଗମ ଅଞ୍ଚଳରେ ‘ଦମକୁ’ ୫ ବର୍ଷ ବୃଦ୍ଧି କରାଯାଇଛି।
କ୍ୟାନସର ରୋଗୀଙ୍କୁ ମାଗଣାରେ ପିଇଟି-ସିଟି ସ୍କାନ ସୁବିଧା ପ୍ରଦାନ କରାଯିବା ସହ ନୂଆ ଡାକ୍ତର ଓ ପାରାମେଡିକାଲ ପଦବୀ ସୃଷ୍ଟି କରାଯାଉଛି। ଚିକିତ୍ସା କ୍ଷେତ୍ରରେ ସହାୟକ ହେଉଛି ବିଏସକେୱାଇ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡିଶାର ଅଭୂତପୂର୍ବ ଅଗ୍ରଗତି ହୋଇଛି।
ଉପକୂଳବର୍ତ୍ତୀ ଜିଲାରେ ଲୁଣାବନ୍ଧ ନିର୍ମାଣ ଓ ସୁଦୃଢୀକରଣ କରାଯାଉଛି।
ସମନ୍ୱିତ ଜଳସମ୍ପଦ ବିକାଶ,ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉଛି। କୃଷକଙ୍କ ପାଇଁ ଜଳ ସେଚନ ସୁବିଧା କରିଛନ୍ତି ସରକାର। ମହାନଦୀ ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳରେ ଜଳସେଚନ ପ୍ରକଳ୍ପ ଶେଷ ହୋଇଛି।

ସେହିପରି ‘ଆଭା’ ଆଇଡି ସୃଷ୍ଟି କରିବାରେ ଓଡିଶା ପ୍ରଥମ। ରକ୍ତହୀନତା ମୁକ୍ତ ଲକ୍ଷ୍ୟ ଅଭିଯାନ ‘ଅମ୍ଳାନ’ ଆରମ୍ଭ ହୋଇଛି।
ବଳକା ଖାଦ୍ୟଶସ୍ୟ ଉତ୍ପାଦନ ରାଜ୍ୟ ଭାବେ ଓଡିଶା ପ୍ରଥମ। ମାଣ୍ଡିଆ ଓ ବାଜରା ଜାତୀୟ ଫସଲକୁ ବିଶ୍ୱସ୍ତରରେ ମାନ୍ୟତା ମିଳିଛି। ପ୍ରଥମ ରାଜ୍ୟ ଭାବେ ଓଡିଶା ପାଳୁଛି ମିଲେଟ୍‌‌ ଦିବସ।

କାଳିଆ ଯୋଜନାରେ ଚାଷୀ ଓ ଭୂମିହୀନଙ୍କୁ ସହାୟତା ପ୍ରଦାନ କରାଯାଇଛି। ୪୧.୦୮ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଦିଆଯାଇଛି ସହାୟତା। ୧୮.୬୮ ଲକ୍ଷ ଭୂମିହୀନ କୃଷି ପରିବାରଙ୍କୁ ସହାୟତା ପ୍ରଦାନ କରାଯାଇଛି। ରେଳ ଯୋଗାଯୋଗ ଓ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ଭାରତୀୟ ରେଳବାଇ ସହ ସହଭାଗିତା କରୁଛନ୍ତି ରାଜ୍ୟ ସରକାର। ନୂଆ ରେଳ ଲାଇନ ପାଇଁ ମାଗଣା ଜମି ଓ ଅର୍ଥ ପ୍ରଦାନ କରୁଛନ୍ତି।

ତେବେ ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧୀ ଦଳ ବର୍ଜନ କରିଛନ୍ତି। ଅଭିଭାଷଣ ଚାଲିଥିବା ବେଳେ ବିଜେପି ସଦସ୍ୟ କକ୍ଷତ୍ୟାଗ କରିଛନ୍ତି। ବିଧାନସଭା କକ୍ଷ ପ୍ରବେଶ ପଥରେ ବିଜେପି ସଦସ୍ୟଙ୍କ ଧାରଣା ଦେଇଥିବା ଦେଖାଯାଇଛି। ହାତରେ ବିଭିନ୍ନ ପ୍ଲାକାର୍ଡ ଧରି ଧାରଣାରେ ବିଜେପି ସଦସ୍ୟ ବସିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories