www.samajalive.in
Monday, December 8, 2025
24.1 C
Bhubaneswar

ପଡ଼ୋଶୀ ଛତିଶଗଡ଼ରୁ ଧାନ ଆଣି ମଣ୍ଡିରେ ଯେପରି ବିକ୍ରି ନ ହୁଏ ସେଥି ନିମନ୍ତେ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଜିଲ୍ଲାପାଳପାନଙ୍କୁ ପତ୍ର

ଭୁବନେଶ୍ୱର: ରାଜ୍ୟର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଖରିଫ ଧାନ ସଂଗ୍ରହ କାର୍ଯ୍ୟ ନଭେମ୍ବର ପାସ ଦ୍ୱିତୀୟ ସପ୍ତାହଠାରୁ ଆରମ୍ଭ ହୋଇଥିବା ପରିପ୍ରେକ୍ଷୀରେ ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ପଡ଼ୋଶୀ ଛତିଶଗଡ଼ ରାଜ୍ୟରୁ ଧାନ ଆଣି ଜିଲ୍ଲାର ଧାନସଂଗ୍ରହ କେନ୍ଦ୍ରରେ ବିକ୍ରି ନ କରନ୍ତି, ସେଥି ନିମନ୍ତେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାପାଳପାନଙ୍କୁ  ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ କୁହାଯାଇଛି। ଚଳିତ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରପ ସମୟରେ ଧାନ ବେପାରୀପାନେ ସୀପାବର୍ତ୍ତୀ ଛତିଶଗଡ଼ରୁ ଧାନ କିଣି ଜିଲ୍ଲାର ଧାନସଂଗ୍ରହ କେନ୍ଦ୍ରରେ ସର୍ବନିମ୍ନ ସହାୟକ ମୂଲ୍ୟରେ ବିକ୍ରି କରିବାର ସମ୍ଭାବନା ଥିବାରୁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବରଗଡ଼, ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପତ୍ରଲେଖି ବେନିୟମ ଧାନବିକ୍ରିକୁ ରୋକିବା ପାଇଁ ସପସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରିବା ପାଇଁ କୁହାଯାଇଛି। ଖରିଫ୍‌ ଧାନ ସଂଗ୍ରହ କେବଳ ନାମ ପଂଜୀକରଣ କରିଥିବା ଚାଷୀଙ୍କଠାରୁ ଆଗୁଆ ଟୋକେନ ପ୍ରଦାନ ପାଧ୍ୟପରେ କରିବା ପାଇଁ କୁହାଯାଇଛି। ପଡ଼ୋଶୀ ରାଜ୍ୟରୁ ବେଆଇନ ଧାନ ଯେପରି ଜିଲ୍ଲାର ଧାନସଂଗ୍ରହ କେନ୍ଦ୍ର ପଧ୍ୟକୁ ପ୍ରବେଶ ନକରି ପାରିବ ସେଥି ପ୍ରତି ଦୃଷ୍ଟି ଦେବା ସହିତ ପ୍ରତିକାରପୂଳକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ନିମନ୍ତେ ଜିଲ୍ଲାସ୍ତରରେ ଏବଂ ସବ୍‌ଡିଭିଜନ୍‌ର୍ରରେ ସ୍କ୍ୱାଡ ଗଠନ କରି ଧାନ ଚାଲାଣର ନିୟମିତ ଯାଞ୍ଚ କରିବା ପାଇଁ କୁହାଯାଇଛି। ଏଥି ସହିତ ଅସାଧୁ ଧାନ ବେପାରୀ ଓ ପିଲରଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପତ୍ରରେ ଉଲ୍ଲେଖ କରାଯାଇଛି । ଧାନ କେବଳ ପ୍ରକୃତ ରେଜିଷ୍ଟି୍ରଭୁକ୍ତ ଚାଷୀଙ୍କଠାରୁ କିଣାଯିବ ଏବଂ ଧାନ ବିକ୍ରିର ସର୍ବନିମ୍ନ ସହାୟକ ମୂଲ୍ୟର ସୁଫଳ ଯେପରି ପ୍ରକୃତ ଚାଷୀ ପାଆନ୍ତି ସେଥିପ୍ରତି ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories