www.samajalive.in
Monday, December 8, 2025
27.1 C
Bhubaneswar

ପ୍ରାଥମିକ ଚିକିତ୍ସା ତାଲିମଦାତା ଜାତୀୟ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର : ଦେଶର ଉନ୍ନତ ଅଭିଜ୍ଞତା ସମ୍ପନ୍ନ ପ୍ରାଥମିକ ଚିକିତ୍ସା ତାଲିମଦାତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ଜାତୀୟ ସ୍ତରୀୟ କର୍ମଶାଳା ରବିବାର ସ୍ଥାନୀୟ ମହାଲେଖାକାର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଅଛି। ସେଣ୍ଟଜନ୍‍ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କର୍ମଶାଳାକୁ ଉପ-ମହାଲେଖାକାର ମଶରୁର୍‍ ଅହମ୍ମଦ ଉଦଘାଟନ କରିଥିଲେ।

ସେଣ୍ଟଜନ୍‍ର ସଚିବ ଡ଼. ସନତ୍‍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜାତୀୟ କର୍ମଶାଳାରେ ସେଣ୍ଟଜନ୍‍ର ଜାତୀୟ କାର୍ଯ୍ୟାଳୟର ନିର୍ଦ୍ଦେଶକ ଡ଼. ବନଶ୍ରୀ ସିଂହ, ମୁଖ୍ୟ ଅତିଥି, ସେଣ୍ଟଜନ୍‍ର ଅତିରିକ୍ତ କମିଶନର ତଥା ସ୍କାଉଟ୍‍ ଓ ଗାଇଡ୍‍ ଅନୁଷ୍ଠାନର ଜାତୀୟ ଉପ-ସଭାପତି ଡ଼. କାଳୀ ପ୍ରସାଦ ମିଶ୍ର, ଡ଼. ସୌମିତ୍ରୀ ସାମନ୍ତରାୟ, ଡ଼. ଡି.ପି. ରଥ ଓ ଡ଼. ଏସ୍‍.ପି. ଦାଶ ସମ୍ମାନୀତ ଅତିଥିରୂପେ ଯୋଗ ଦେଇ ପ୍ରାଥମିକ ଚିକିତ୍ସା ତାଲିମ୍‍ଦାତାମାନଙ୍କୁ ପ୍ରାଥମିକ ଚିକିତ୍ସାର ବିଭିନ୍ନ ସମୟ ଉପଯୋଗୀ ଜୀବନ ରକ୍ଷାକାରୀ କୌଶଳମାନ ଶିଖାଇଥିଲେ। ଏହି ଅବସରରେ ଡ଼. ପଟ୍ଟନାୟକ ଆମ ରାଜ୍ୟରେ ବହୁ ସଂଖ୍ୟାରେ ପ୍ରାଥମିକ ଚିକିତ୍ସା ପ୍ରଦାନ ପାଇଁ ସ୍ୱେଚ୍ଛାସେବୀମାନଙ୍କୁ ତାଲିମ୍‍ ପ୍ରଦାନ କରାଗଲେ ଦୈବୀଦୁର୍ବିପାକ ସମୟରେ ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇ ପାରିଲେ ଦୈବୀଦୁର୍ବିପାକ ମୃତ୍ୟୁହାର କମା ଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ନିର୍ଦ୍ଦେଶକ ଡ଼ ସିଂହ ଇସ୍ରାଇଲ୍‍ ଭଳି ଏକ ଛୋଟ ଦେଶ କିପରି ଦୁର୍ଘଟଣା ଓ ଦୈବୀଦୁର୍ବିପାକ ସମୟରେ ତୁରନ୍ତ ଚିକିତ୍ସା ସହାୟତା ପହଞ୍ଚାଯାଇ ପାରୁଛି ବୋଲି ଉଦାହରଣ ଦେଇଥିଲେ। ଏହି କର୍ମଶାଳାରେ ସାରା ରାଜ୍ୟରୁ ୪୦ ଜଣ ପ୍ରାଥମିକ ଚିକିତ୍ସକ ଯୋଗ ଦେଇଥିଲେ। ଏହି କର୍ମଶାଳାକୁ ସେଣ୍ଟଜନ୍‍ର ଯୁଗ୍ମସଚିବ ଆର୍‍.ଏସ୍‍. ତ୍ରିପାଠୀ, ସହକାରୀ କମିଶନର ଶୁଶାନ୍ତ କୁମାର ପଟ୍ଟନାୟକ, ପୁରୁଷୋତ୍ତମ ବଳ, ଆର୍‍.କେ. ଗୋସ୍ୱାମୀ ପରିଚାଳନା କରିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories