www.samajalive.in
Sunday, December 7, 2025
26.1 C
Bhubaneswar

ଧର୍ମଗଡ଼ରେ ପ୍ରଶାସନ ତରଫରୁ ଚଢାଉ : ୪୬୦କ୍ଵିଣ୍ଟାଲ ଧାନ ଜବତ

ଧର୍ମଗଡ଼ : କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡ ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ରବିବାର ୪୬୦କ୍ଵିଣ୍ଟାଲ ଧାନ ଜବତ ହୋଇଛି। ଧର୍ମଗଡ଼ ଉପଜିଲାପାଳ ପଦ୍ମନାଭ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ  କଲମପୁର ବିଡ଼ିଓ, କଲମପୁର ତହସିଲଦାର, ଗୋଲାମୁଣ୍ଡା ଅତିରିକ୍ତ ତହସିଲଦାର, ଜୁନାଗଡ଼ ଆରଏମସି ସେକ୍ରେଟାରୀ, ଜୟପାଟଣା ତହସିଲଦାର,ଏସିଏସଓ ଧର୍ମଗଡ଼ ପ୍ରମୁଖ ଏହି ଚଢାଉରେ ସାମିଲ ହୋଇଥିଲେ ।ଏହି ଟିମ୍ କଲମପୁରର ଦେବୁ ଜୈନ ଘର ସାମନା ଏକ ଗାଡିରୁ ୭୬କ୍ଵିଣ୍ଟାଲ, ଜୟପାଟଣା ଅମିତ ଅଗ୍ରୱାଲ ଘରୁ ୯୬କ୍ଵିଣ୍ଟାଲ, ଲଡୁଗାଁ ଅନିଲ ଅଗ୍ରୱାଲ ଘରୁ ୨୦୦କ୍ଵିଣ୍ଟାଲ, ବେହେରାରୁ ଲଡୁଗାଁ ଯାଉଥିବା ଏକ ଗାଡିରୁ ୨୮କ୍ଵିଣ୍ଟାଲ ଜବତ କରିଛି। ଜବତ ପରେ ପ୍ରଶାସନ ତଦନ୍ତ ଆରମ୍ଭ କରିଛି ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories