ଭୁବନେଶ୍ବର: ପୁଣି ଚଳନ୍ତା ଗାଡ଼ିରୁ ଚେନ୍ ଝାମ୍ପିନେଲେ ଲୁଟେରା। ଆପୋଲୋ ହସ୍ପିଟାଲ୍ ନିକଟ ରାସ୍ତା ଉପରୁ ଜଣେ ଯୁବତୀଙ୍କ ବେକରୁ ଚେନ୍ ଝାମ୍ପିନେଲେ। ସ୍କୁଟି ଚଳାଇ ଯାଉଥିବା ଯୁବତୀଙ୍କଠାରୁ ଝାମ୍ପିନେଲେ ଲୁଟେରା। ଚେନ୍ ଝାମ୍ପିବାବେଳେ ଭାରସାମ୍ୟ ହରାଇ ସ୍କୁଟିରୁ ଖସି ପଡ଼ିଲେ ଯୁବତୀ। ଚଳନ୍ତାଗାଡ଼ିରୁ ଖସି ଯୁବତୀ ଆହତ ହୋଇଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଛିନ୍ତାଇ ଘଟଣା ସମ୍ପର୍କରେ ସହିଦନଗର ଥାନାରେ ଏତଲା ଦାୟର ହୋଇଛି ଏବଂ ସହିଦନଗର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
Popular Categories



