www.samajalive.in
Monday, December 8, 2025
17.1 C
Bhubaneswar

୩୦ଲକ୍ଷ ଟଙ୍କା ଜବତ ଘଟଣା ତଦନ୍ତ କରିବ ଆୟକର ବିଭାଗ

ଭୁବନେଶ୍ବର: ଖଣ୍ଡଗିରିରୁ ଜବତ ହୋଇଥିବା ୩୦ଲକ୍ଷ ଟଙ୍କାର ତଦନ୍ତ କରିବ ଆୟକର ବିଭାଗ। ଖଣ୍ଡଗିରି ପୁଲିସ ଏନେଇ ଆୟକର ବିଭାଗକୁ ଚିଠି ଲେଖିଛି। ଏନେଇ ଖଣ୍ଡଗିରି ପୁଲିସ ଡିସିପି ତଥା ଜିଏସଟି ବିଭାଗକୁ ଅବଗତ କରିବା ଆୟକର ବିଭାଗକୁ ଅବଗତ କରିଛି। ଉଭୟଙ୍କ ମିଳିତ ଉଦ୍ୟମରେ ଆୟକର ବିଭାଗ ଘଟଣାର ତଦନ୍ତ କରିବ। ଅନ୍ୟପକ୍ଷରେ ପୁଲିସ ଯେଉଁ ଯୁବକଠାରୁ ଏତେଗୁଡାଏ ଟଙ୍କା ଜବତ କରିଥିଲା ଓ ପରେ ଯେଉଁ ଯୁବକ ଏହା ବ୍ୟବସାୟିକ ଟଙ୍କା ବୋଲି ଦାବି କରୁଥିଲା ଦୁହିଁଙ୍କୁ ଅଧିକ ତଦନ୍ତ ପାଇଁ ଆୟକର ବିଭାଗ ଜିମାରେ ଛାଡିବ। ଅନ୍ୟପକ୍ଷରେ ଟଙ୍କା ବ୍ୟାଗ୍‌ ନେଇ ଯାଉଥିବା ଯୁବକ ଏସବୁ ଟଙ୍କାର ମାଲିକ ମାଲିକ ଶୈଳଶ୍ରୀ ବିହାର ଅଞ୍ଚଳର ଜିମ୍‌ ମାଲିକ କ୍ଷୀରୋଦର ବୋଲି କହିବା ପରେ ପୁଲିସ ତାଙ୍କୁ ଖୋଜିଥିଲେ ମଧ୍ୟ ତାହାର ସନ୍ଧାନ ପାଇ ପାରିନଥିଲା। ଅପରପକ୍ଷେ ଏହା ଅର୍ଥସମ୍ବଳିତ ଘଟଣା ହୋଇଥିବାରୁ ବ୍ୟବସାୟୀ ଜଣକ ଜିଏସଟି ଫାଙ୍କିବା ଆଳରେ ଏଭଳି କାର୍ୟ୍ୟ କରିଥିବା ପୁଲିସ ସନ୍ଦେହ କରି ଅଧିକ ଖୋଳତାଡ ଲାଗି ଆୟକର ବିଭାଗକୁ ଚିଠି କରିଛି। ଆୟକର ବିଭାଗକୁ ତଦନ୍ତ ଭାରଦେଇ ପୁଲିସ ଜବତ ଟଙ୍କାକୁ ଆସନ୍ତାକାଲି କୋର୍ଟରେ ଦାଖଲ କରିବ।

ସୂଚନା ଯୋଗ୍ୟ, ଶୁକ୍ରବାର ସକାଳେ ତପୋବନ ପେଟ୍ରୋଲ ପମ୍ପ ନିକଟରେ ମହାବୀର ପ୍ରସାଦ ନାମକ ଯୁବକ ଏକ ଅଖା ବ୍ୟାଗ୍‌ ଭର୍ତ୍ତି ୩୦ଲକ୍ଷ ଟଙ୍କା ଧରି ବସକୁ ଅପେକ୍ଷା କରିଥିଲା। ସେହି ସମୟରେ ଖଣ୍ଡଗିରି ଏସଆଇ ସଞ୍ଜୟ ଷଣ୍ଢ ପାଟ୍ରୋଲିଂ ସମୟରେ ସନ୍ଦେହ କରି ବ୍ୟାଗ୍‌ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଉକ୍ତ ବ୍ୟାଗ୍‌ରେ କେବଳ ଟଙ୍କା ବିଡା ରହିଥିଲା। ପୁଲିସ ଯୁବକକୁ ଥାନାକୁ ଆଣି ବ୍ୟାଗ୍‌ ଭର୍ତ୍ତି ଟଙ୍କା ଗଣିବା ପରେ ୩୦ଲକ୍ଷ ଟଙ୍କା ବୋଲି ଜଣାପଡିଥିଲା। ଅପରପକ୍ଷେ ଟଙ୍କାବ୍ୟାଗ୍‌ ନେଇ ଯାଉଥିବା ଯୁବକକୁ ବ୍ୟାଗ୍‌ରେ କେତେ ଟଙ୍କା ରହିଛି ବୋଲି ପଚାରିବାରୁ ଯୁବକ ଜଣକ ସଠିକ୍‌ ଉତ୍ତର ଦେଇପାରିନଥିଲା। ଯାହାକୁ ନେଇ ପୁଲିସର ସନ୍ଦେହ ଅଧିକ ଘନୀଭୂତ ହୋଇଥିଲା। ଜବତ ଟଙ୍କା ଲୁଟ୍‌ ମାମଲାରେ ଜଡିତ ଥିବା ସନ୍ଦେହରେ ପୁଲିସ ଖୋଳତାଡ ଚଳାଇଥିଲା। ହେଲେ ଉକ୍ତ ଟଙ୍କା ଜଣେ ବ୍ୟବସାୟୀଙ୍କର ବୋଲି ଜାଣିବା ପରେ ବ୍ୟବସାୟୀ ଜଣକ ଜିଏସଟି ଫାଙ୍କିବା ଆଳରେ ଏଭଳି କାର୍ୟ୍ୟ କରିଥିବା ସନ୍ଦେହ କରି ପୁଲିସ ଆୟକର ବିଭାଗକୁ ଖୋଳତାଡ ପାଇଁ ମାମଲା ହସ୍ତାନ୍ତର କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories