www.samajalive.in
Thursday, December 11, 2025
27.1 C
Bhubaneswar

ସ୍କିମ୍ ୱାର୍କରଙ୍କ ସର୍ବନିମ୍ନ ଦାବି ନେଇ ଅଗଷ୍ଟ ୭ ଓ ୮ରେ ଦେଶବ୍ୟାପୀ ଧର୍ମଘଟ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ସ୍କିମ୍ ୱାର୍କର ବିରୋଧୀ ପଦକ୍ଷେପ ବିରୁଦ୍ଧରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ଯଥା – ଆଇଏନ୍ଟିୟୁସି, ଏଆଇଟିୟୁସି, ଏଚ୍ଏମ୍ଏସ୍, ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ ଓ ଅନ୍ୟାନ୍ୟ ସ୍ୱାଧୀନ ସ୍କିମ୍ ୱାର୍କର ୟୁନିୟନ୍ ତରଫରୁ ଆଗାମୀ ଅଗଷ୍ଟ ୭ ଓ ୮ରେ ଦେଶବ୍ୟାପୀ ଧର୍ମଘଟ ଓ ୯ ତାରିଖ କ୍ରାନ୍ତି ଦିବସ ପାଳନ ଆହ୍ୱାନକୁ ରାଜ୍ୟରେ ସଫଳ କରିବା ପାଇଁ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ଓ ସ୍କିମ୍ ୱାର୍କର ୟୁନିୟନ୍ର ମିଳିତ ବୈଠକ ଏଆଇଟିୟୁସି ରାଜ୍ୟ କାର୍ଯ୍ୟାଳୟରେ ଏଆଇସିସିଟିୟୁ ନେତା ମହେନ୍ଦ୍ର ପରିଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।
ସ୍କିମ୍ ୱାର୍କରଙ୍କ ସର୍ବନିମ୍ନ ୧୬ ଦଫା ଦାବି ଯଥା – ଜାତୀୟ ଶ୍ରମ ସମ୍ମିଳନୀ ନିଷ୍ପତ୍ତି ଅନୁସାରେ ସ୍କିମ୍ ୱାର୍କର ଯଥା ଆଶା, ଅଙ୍ଗନୱାଡ଼ି ଓ ମଧ୍ୟାହ୍ନ ଭୋଜନ ପାଚିକାଙ୍କୁ ୱାର୍କର ମାନ୍ୟତା ସହ ସର୍ବନିମ୍ନ ମାସିକ ଭତ୍ତା, ୨୧ ହଜାର ସହ ସର୍ବନିମ୍ନ ପେନସନ୍ ଦଶ ହଜାର ଟଙ୍କା ପ୍ରଦାନ ସହ ସମସ୍ତ କେନ୍ଦ୍ରୀୟ ସ୍କିମ୍ର ସ୍ଥାୟୀକରଣ, କୋଭିଡ୍ ସମୟରେ ପାଚିକାମାନଙ୍କୁ ଭତ୍ତା ପ୍ରଦାନ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ସେବା କ୍ଷେତ୍ରରେ ଘରୋଇକରଣ ନିଷ୍ପତ୍ତିର ପ୍ରତ୍ୟାହାର, କୋଭିଡ୍ ଯୋଦ୍ଧା ଆଶା ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ଘୋଷିତ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ସମ୍ବନ୍ଧୀୟ ନିର୍ଦ୍ଦେଶନାମା ପ୍ରଦାନ ଓ ସ୍କିମ୍ ୱାର୍କର ସମେତ ସବୁ ବର୍ଗର ଶ୍ରମିକଙ୍କୁ ମାସିକ ଟ.୭୫୦୦/- ପ୍ରଦାନ, ନୂତନ ଶିକ୍ଷାନୀତିରେ ସ୍କୁଲ ସହ ମିଶ୍ରଣ ନ କରି ଆଇସିଡିଏସ୍ ସ୍ୱାତନ୍ତ୍ର୍ୟତା ବଜାୟ, ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟାନ୍ୟ କରୋନା ଯୋଦ୍ଧାଙ୍କ ଉପରେ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆଦି ଦାବି ଉପରେ ବିଡିଓ, ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମାଜିକ ଦୂରତ୍ୱ ବଜାୟ ରଖି ମିଳିତ ବିକ୍ଷୋଭ ପ୍ରଦାନ ସହ ସେମାନଙ୍କ ଜରିଆରେ କେନ୍ଦ୍ର ଶ୍ରମମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବା ସହ ଦୁଇଦିନ ଧର୍ମଘଟ ସହ ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ତରଫରୁ ଆନ୍ଦୋଳନର ସଫଳତା ନିମନ୍ତେ ଆହ୍ୱାନ ଦିଆଯାଇଛି।
ଏହି ବୈଠକରେ ଏଆଇଟିୟୁସିର ବିଜୟ ଜେନା, ସିଆଇଟିୟୁର ପୁଷ୍ପା ପଣ୍ଡା, ଲୋଭାକାନ୍ତ ସ୍ୱାଇଁ, ଏଚ୍ଏମ୍ଏସ୍ର ବୀରେନ୍ଦ୍ର ପ୍ରସାଦ ଦାସ, ଏଆଇୟୁଟିୟୁସିର ରାଜକିଶୋର ମଲ୍ଲିକ, ନିରଞ୍ଜନ ମହାନ୍ତି, ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ ରାଜ୍ୟ ସମ୍ପାଦିକା ହରପ୍ରିୟା ସ୍ୱାଇଁ, ଓଡ଼ିଶା ରାଜ୍ୟ ଅଙ୍ଗନୱାଡ଼ି ୱାର୍କରସ୍ ହେଲପରସ୍ ଆସୋସିଏସନ୍ ସଭାପତି ରାଧାରମଣ ଷଡ଼ଙ୍ଗୀ, ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମଚାରୀ ସଭାର ନେତ୍ରୀ ଦିପ୍ତିରାଣୀ ଦାସ, ପଶ୍ଚିମ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସଂଘ କେନ୍ଦ୍ରୀୟ ଆବାହକ ପ୍ରଶାନ୍ତ ପାଢ଼ୀ, ନିଖିଳ ଓଡ଼ିଶା ଆଶାକର୍ମୀ ସଂଘ ନେତ୍ରୀ ନମିତା ସାହୁ, ଓଡ଼ିଶା ଆଶାକର୍ମୀ ଆସୋସିଏସନ୍ ନେତ୍ରୀ ଶକୁନ୍ତଳା ମହାକୁଡ଼, ଓଡ଼ିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ନେତା ବିଷ୍ଣୁ ଦାସ, ଦକ୍ଷିଣ ଓଡ଼ିଶା ସ୍କିମ୍ ୱାର୍କରସ୍ ୟୁନିୟନ୍ ନେତା ପାର୍ବତୀ ଗିରି, ନିଖିଳ ଓଡ଼ିଶା ଏମ୍ଡିଏମ୍ ପାଚିକା ସହାୟିକା ସଂଘ ନେତା ଦେବାଶିଷ ଘୋଷ, ଓଡ଼ିଶା ମାଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ନେତ୍ରୀ ଇଷାନୀ ଷଡ଼ଙ୍ଗୀ, ଓଡ଼ିଶା ସ୍କିମ୍ ୱାର୍କରସ୍ ଫେଡେରେସନ୍ ନେତ୍ରୀ ସବିତା ବରଜ ପ୍ରମୁଖ ବକ୍ତବ୍ୟ ଦେଇ ଆନ୍ଦୋଳନର ସଫଳତା ନିମନ୍ତେ ଆହ୍ୱାନ ଦେଇଥିଲେ।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories