ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ଅଞ୍ଚଳର ଜଣେ ବରିଷ୍ଠ ନାଗରିକ ତଥା ଅଞ୍ଚଳର ବହୁ ପରିଚିତ ପଞ୍ଚସଖା ଅନୁଷ୍ଠାନର ପ୍ରତିଷ୍ଠାତା ବାସୁଦେବ ସାହୁ(୮୮)ଙ୍କର ଶୁକ୍ରବାର ବିଳମ୍ବିତ ରାତିରେ ଫିରିଙ୍ଗିଆ ସ୍ଥିତ ବାସଭବନରେ ଦେହାନ୍ତ ହୋଇଛି। ସେ ଦୀର୍ଘଦିନ ହେଲା ପକ୍ଷାଘାତ ରୋରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ଶଯ୍ୟାରେ ତାଙ୍କ ପାଖରେ ତାଙ୍କ ପୁଅ ସତ୍ୟବାଦୀ ସାହୁଙ୍କ ସମେତ ତାଙ୍କ ସାନ ପୁଅ ଫିରିଙ୍ଗିଆ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ନବଘନ ସାହୁ ଓ ପରିବାରର ଅନ୍ୟ ସମସ୍ତ ସଦସ୍ୟମାନେ ଉପସସ୍ଥିତ ଥିଲେ। ତାଙ୍କ ଜୀବନ କାଳ ମଧ୍ୟରେ ଫିରିଙ୍ଗିଆ ଅଂଚଳରେ ଅନେକ ଜନ ହିତକର କାମ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ବିଶେଷ କରି ଫିରିଙ୍ଗିଆର ସଂସ୍କୃତିକ ଏବଂ ଅଧ୍ୟାତ୍ୱିକ ଅନୁଷ୍ଠାନ ପଂଚସଖା ଅନ୍ୟତମ। ଯେଉଁ ଅନୁଷ୍ଠାନରେ ଆଜି ମଧ୍ୟ ବିଭିନ୍ନ ଧାର୍ମିକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଜାରି ରହିଛି। ସ୍ୱର୍ଗତ ସାହୁ ଜରେ ଶାନ୍ତ ସ୍ୱଭାବ, ମେଳାପି, ଜନ କଲ୍ୟାଣକାରୀ ବ୍ୟକ୍ତି ଥିଲେ। ତାଙ୍କର ଦେହାନ୍ତରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସମେତ ଅଂଚଳର ବିଭିନ୍ନ ବହୁ ବରିଷ୍ଠ ନାଗରିକ ଏବଂ ପଂଚସଖାର ସଦସ୍ୟ ଓ କର୍ମକର୍ତା ମାନେ ଶୋକବ୍ୟକ୍ତ କରିଛନ୍ତି। ତାଙ୍କର ଅନ୍ତ୍ୟୋଷ୍ଟିକ୍ରିୟା କୋଭିଡ ନିୟମ ଅନୁସାରେ ଫିରିଙ୍ଗିଆରେ ଗାଁ ଶ୍ମଶାନରେ ସମ୍ପୂର୍ଣ୍ଣ ହୋଇଛି। ଫିରିଙ୍ଗିଆ ଏବଂ ଆଖପାଖ ଅଂଚଳର ଅନେକ ବରିଷ୍ଠ ବ୍ୟକ୍ତି ବିଶେଷ ଶେଷ ଦର୍ଶନ କରିଥିଲେ।
Popular Categories



