www.samajalive.in
Tuesday, December 9, 2025
16.1 C
Bhubaneswar

୧୦୦ ନିୟୁତ ଡଲାର ଦାନ କରିବେ ମାଇକେଲ୍‌ ଜୋର୍ଡାନ୍‌

ଲସ୍‌ ଆଞ୍ଜେଲ୍‌ସ : ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ କାର୍ଯ୍ୟ କରୁଥିବା ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନକୁ ଆସନ୍ତା ୧୦ ବର୍ଷ ମଧ୍ୟରେ ୧୦୦ ନିୟୁତ ଡଲାର ଅର୍ଥ ଦାନ କରିବେ ମହାନ୍‌ ବାସ୍କେଟବଲ୍‌ ଖେଳାଳି ମାଇକେଲ୍‌ ଜୋର୍ଡାନ୍‌।
ବର୍ଣ୍ଣ ବୈଷ୍ୟମବାଦ ବିପକ୍ଷରେ ଲଢ଼ିବା ସହ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ସଂଗଠନମାନଙ୍କୁ ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ କରିବାକୁ ସେ ଏପରି ନିଷ୍ପତ୍ତି ନେଇଥିବା ଜୋର୍ଡାନ୍‌ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନାଥାଉକି ଗତ ମେ ୨୫ରେ ଆମେରିକାର କେତେକ ପୁଲିସ ଅଧିକାରୀ ଜର୍ଜ ଫ୍ଲଏଡ୍‌ ନାମଜ ଜଣେ କଳା ଲୋକଙ୍କୁ ମାଡ଼ ମାରି ହତ୍ୟା କରିଥିବା ନେଇ ଅଭିଯୋଗ ହେବା ପରେ ବର୍ତ୍ତମାନ ସେଠାରେ ବର୍ଣ୍ଣ ବୈଷମ୍ୟବାଦ ବିପକ୍ଷରେ ଜୋରଦାର୍‌ ବିକ୍ଷୋଭ ଚାଲିଛି। ଆମେରିକାର ୫୦ଟି ରାଜ୍ୟରେ ବିକ୍ଷୋଭ ଜାରି ରହିଥିବାରୁ ସ୍ବେଚ୍ଛାସେବୀ ସଂଗଠନକୁ ଅାର୍ଥିକ ସହାୟତା ପ୍ରଦାନ କରିବାକୁ ଜୋର୍ଡାନ୍‌ ଓ ତାଙ୍କ ଭାଇ ନିଷ୍ପତ୍ତି ନେଇଛନ୍ତି। ବର୍ଣ୍ଣ ବୈଷ୍ୟମବାଦ ବର୍ତ୍ତମାନ ସୁଦ୍ଧା ତିଷ୍ଠି ରହିବା ଦୁର୍ଭାଗ୍ୟଜନକ ବିଷୟ ବୋଲି ଜୋର୍ଡାନ୍‌ ମତ ଦେଇଛନ୍ତି। ବର୍ଣ୍ଣ ବୈଷମ୍ୟବାଦ ହଟିବା ସହ ସାମାଜିକ ନ୍ୟାୟ ପ୍ରତିଷ୍ଠା ହେବା ଆବଶ୍ୟକ ବୋଲି ଜୋର୍ଡାନ୍‌ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories